www.samajalive.in
Monday, December 8, 2025
13.1 C
Bhubaneswar

ଆମେରିକାରେ କରୋନା ; ଡେଲ୍ଟା ତୁଳନାରେ ଓମିକ୍ରନରେ ମୃତ୍ୟୁ ଅଧିକ

ୱାଶିଂଟନ : ଆମେରିକାରେ କରୋନା ଭୂତାଣୁର ଡେଲ୍ଟା ପ୍ରକରଣ ତୁଳନାରେ ଓମିକ୍ରନ ଭାରିଆଣ୍ଟରେ ପ୍ରତିଦିନ ଅଧିକ ଲୋକଙ୍କ ମୃତ୍ୟୁ ହେଉଥିବା ନେଇ ଖବର ସାମ୍ନାକୁ ଆସିଛି। ଆସନ୍ତା କିଛି ଦିନ ଓ ସପ୍ତାହ ମଧ୍ୟରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବା ନେଇ ମଧ୍ୟ ଆଶଙ୍କା କରାଯାଉଛି। ଆମେରିକାରେ ମୃତକଙ୍କ ସଂଖ୍ୟା ବୃଦ୍ଧି ନଭେମ୍ବର ମଧ୍ୟ ଭାଗରୁ ଦେଖାଯାଉଛି। ଗୁରୁବାର ଏହା ୨,୨୬୭ ପହଞ୍ଚିଥିବା ବେଳେ ସେପ୍ଟେମ୍ବରରେ ୨,୧୦୦ ପାର ହୋଇଥିଲା। ଯେଉଁ ସମୟରେ ଡେଲ୍ଟା ଭାରିଆଣ୍ଟ ଚରମ ସୀମାରେ ଥିଲା। କିଛି ରିପୋର୍ଟ ଅନୁଯାୟୀ ଓମିକ୍ରନରେ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ହେବାର ସମ୍ଭାବନା ରହିଛି। ଆମେରିକାରେ କରୋନା ଭୂତାଣୁ କାରଣରୁ ୮,୭୮,୦୦୦ ଲୋକଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ସଂଖ୍ୟା ମଧ୍ୟରେ ଏହା ଶୀର୍ଷରେ ରହିଛି ବୋଲି ସୂଚନା ମିଳିଛି।

Hot this week

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

Related Articles

Popular Categories