ବାଙ୍କୀ: ଶୁକ୍ରବାର ଦିନ ଅପରାହ୍ନରେ ବାଙ୍କୀ ଡମପଡା ବ୍ଲକର ପ୍ରାଥମିକ ବିଦ୍ୟାଳୟ ସ୍ତରୀୟ ବୃତ୍ତି ପରୀକ୍ଷା ଫଳ ପ୍ରକାଶ ପାଇଛି । ବ୍ଲକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ସୂଚନାକ୍ରମରେ ଏହି ପରୀକ୍ଷାରେ ୫ମ ଶ୍ରେଣୀରୁ ୭ଜଣ ଏବଂ ୩ୟ ଶ୍ରେଣୀରୁ ୭ଜଣ ମେଧାବୀ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି । ୫ମ ଶେଣ୍ରୀର ବୃତ୍ତି ପରୀକ୍ଷାରେ ଯୋଗ୍ୟ ବିବେଚିତ ହୋଇଥିବା ବାଙ୍କୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସାସ୍ୱତ ଜୀବନ ସାହୁ, ଅଙ୍କିତ ମହାପାତ୍ର, ଭାଗ୍ୟଶ୍ରୀ ଦିକ୍ଷିତ, ନିସ୍ତିପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଆୟୁଷ ଅଂଶୁମାନ ନାୟକ, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କରବରର ସସ୍ମିତା ବେହେରା, ତୁଳସୀପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ସୁଶ୍ରୀ ସାଗରିକା ତ୍ରିପାଠୀ ଓ ଓମ୍ ପ୍ରକାଶ ପଣ୍ଡା ।
ସେହିପରି ୩ୟ ଶ୍ରେଣୀର ବାଙ୍କୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଆର୍ୟାନ କୁମାର ରାଉତ, ଅର୍ପିତା ମହାପାତ୍ର, ଦିବ୍ୟାଂଶୁ ଦେବୀଦତ୍ତ,ସିଦ୍ଧାର୍ଥ ପରିଡା,ସରକାରୀ ବିଶ୍ୱନାଥ ଶ୍ରୀଚନ୍ଦନ ଉଚ୍ଚ ବିଦ୍ୟାଳୟ ରଗଡିର ଅନ୍ୱେଷା ଦାସ,ଓଡିଶା ବ୍ରିଗେଡ୍ ସ୍କୁଲ ଗୋପାଳପୁରର ସ୍ମୃତିସ୍ମରଣିକା ସ୍ୱାଇଁ,ବିବେକାନନ୍ଦ ସ୍କୁଲ ଅଫ ଏଜୁକେସନ୍ ଶିମିଳିପୁରର ସ୍ମୃତିରଂଜନ ସ୍ୱାଇଁ ସଫଳତା ହାସଲ କରିଛନ୍ତି । ପରୀକ୍ଷା ଫଳ ପ୍ରକାଶନ ସମୟରେ ବ୍ଲକ ଶିକ୍ଷା ଅଧିକାରୀ ନରେନ୍ଦ୍ର କୁମାର ବେହେରା ଓ ଅତିରିକ୍ତ ବ୍ଲକ ଶିକ୍ଷାଅଧିକାରୀ ଅଶୋକ କୁମାର ପଟ୍ଟନାୟକ,ଗଦାଧର ପ୍ରଧାନ ଓ ପ୍ରଫୁଲ୍ଲ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।



