www.samajalive.in
Sunday, December 7, 2025
15.1 C
Bhubaneswar

ଉତ୍ତର ପ୍ରଦେଶରେ ପୁଣି ଯୋଗୀ ସରକାର !

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ପୁଣି ସରକାର ଗଢ଼ିବ ବିଜେପି । ୟୁପିରେ ଅତି ସହଜରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଗଢ଼ିବେ ବୋଲି ଜଣାପଡ଼ିଛି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ୟୁପିର କ୍ଷମତାର ଚାବିକାଠି ଯୁଗୀଙ୍କୁ ଧରାଇବେ ଜନତା । ଖାଲି ସେତିକି ନୁହେଁ ଗଣମାଧ୍ୟମର ସର୍ଭେ ଅନୁସାରେ ଉତ୍ତରାଖଣ୍ଡ ଓ ଗୋଆରେ ମଧ୍ୟ ବିଜେପି କ୍ଷମତାର ମୁକୁଟ ପିନ୍ଧିପାରେ । ହେଲେ ପଞ୍ଜାବର ରାଜନୀତିରେ ବିଜେପି ପାଇଁ ଟିକେ ଗୋଳିଆ ରହିପାରେ । ଯାହା ଫଳରେ ବିଜେପି ପଛରେ ପଡ଼ିଯିବାର ସମ୍ଭାବନା ରହିଛି । ସର୍ଭେ ଅନୁସାରେ ପଞ୍ଜାବରେ କୌଣସି ଦଳ ଉପରେ ଜନତା ସ୍ପଷ୍ଟ ଜନମତ ଦେଇନଥିବା ଜଣାପଡ଼ିଛି । ରିପୋର୍ଟର ତଥ୍ୟ ଅନୁସାରେ ଉତ୍ତର ପ୍ରଦେଶରେ ବିଜେପି ସରକାର ଗଢ଼ିପାରେ । ଆଉଥରେ ପୁଣି ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ଯୋଗୀ ଆଦିତ୍ୟନାଥ । ଜାତୀୟ ଗଣମାଧ୍ୟମର ସର୍ଭେ ଅନୁସାରେ ଯୁପିରେ ୪୦୩ ଆସନରୁ ବିଜେପିକୁ ୨୨୩ ଆସନ ମିଳିପାରେ ।

ସମାଜବାଦୀ ପାର୍ଟିକୁ ୧୫୨, ବହୁଜନ ସମାଜ ପାର୍ଟିକୁ ୧୩, କଂଗ୍ରେସକୁ ୧୨ ଓ ଅନ୍ୟାନ୍ୟ ଦଳକୁ ୩ଟି ଆସନ ମିଳିପାରେ । ସେହିପରି ଉତ୍ତରାଖଣ୍ଡରେ ୭୦ଟି ଆସନରେ ହେଉଛି ନିର୍ବାଚନ । ସେଥିମଧ୍ୟରୁ ବିଜେପି ୪୨ରୁ ୪୬ଟି ଆସନ କବଜା କରିପାରେ । କଂଗ୍ରେସକୁ ଉତ୍ତରାଖଣ୍ଡରେ ୧୨ରୁ ୧୪ଟି ଆସନ ମିଳିପାରେ । ସେହିପରି ଆମ ଆଦମୀ ପାର୍ଟିକୁ ୮ରୁ ୧୧ଟି ଆସନ ମିଳିପାରେ । ଅନ୍ୟ ଦଳମାନଙ୍କ ଦଲରେ ୨ରୁ ୫ଟି ଆସନ ରହିବ ବୋଲି ସର୍ଭେ କହୁଛି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories