www.samajalive.in
Saturday, December 6, 2025
26.1 C
Bhubaneswar

ପାନପତ୍ରର ପୌରାଣିକ ମାନ୍ୟତା ; ହୋଇଥାଏ ଧନଲାଭ

ହିନ୍ଦୁ ଧର୍ମରେ ଅନେକ ପୂଜାର୍ଚ୍ଚନା, ଉପାସନା ଏବଂ ଉପବାସ ରହିଛି। ଭଗବାନଙ୍କ କୃପା ପ୍ରାପ୍ତି ପାଇଁ ବିଭିନ୍ନ ପ୍ରକାରର ପୂଜା ସାମଗ୍ରୀ ବ୍ୟବହାର କରିବାର ପରମ୍ପରା ରହିଛି। ତେବେ ପୂଜାପାଠରେ ପାନପତ୍ରର ବିଶେଷ ମହତ୍ତ୍ୱ ରହିଛି। ପ୍ରତ୍ୟେକ ପୂଜାପାଠ ଏବଂ ରୀତିନୀତିରେ ପାନପତ୍ର ବ୍ୟବହାର କରାଯାଏ।ତେବେ ଜାଣନ୍ତୁ ପାନପତ୍ରର ମହତ୍ତ୍ୱ……
ପୌରାଣିକ କଥା ଅନୁଯାୟୀ, ଅମୃତପାନ ପାଇଁ ଦେବତା ଓ ଦୈତ୍ୟମାନଙ୍କ ମଧ୍ୟରେ ସମୁଦ୍ର ମନ୍ଥନ ହୋଇଥିଲା। ସେହି ସମୟରେ ସମୁଦ୍ର ଦେବତାଙ୍କ ପୂଜାରେ ପାନପତ୍ର ଅର୍ପଣ କରାଯାଇଥିଲା ବୋଲି ବିଶ୍ୱାସ ରହିଛି। ମାନ୍ୟତା ଅନୁଯାୟୀ, ସେବେ ଠାରୁ ହିଁ ପ୍ରତ୍ୟେକ ପୂଜା ଓ ଧାର୍ମିକ ଅନୁଷ୍ଠାନରେ ପାନପତ୍ରର ବ୍ୟବହାର କରାଯାଉଛି। ଆଉ ଏକ ମାନ୍ୟତା ଅନୁଯାୟୀ, ପାନପତ୍ରରେ ସମସ୍ତ ଦେବୀଦେବତା ବାସ କରିଥାଆନ୍ତି। ଏହି କାରଣରୁ ପ୍ରତ୍ୟେକ ପୂଜାପାଠରେ ପାନପତ୍ର ଅର୍ପଣ କରାଯାଏ। ଏହା ଖୁବ ଶୁଭଫଳ ପ୍ରଦାନ କରିଥାଏ।
ପାନର ମଧ୍ୟ ଭାଗରେ ମା’ ସରସ୍ୱତୀଙ୍କ ବାସ ରହିଥାଏ ବୋଲି କୁହାଯାଇଛି।
ପାନର ଡ଼େମ୍ଫରେ ମା’ ଲକ୍ଷ୍ମୀଙ୍କ ବାସ କରିଥାଆନ୍ତି। ପାନର ପତ୍ରରେ ସ୍ୱୟଂ ଭଗବାନ ବିଷ୍ଣୁ ବାସ କରିଥାଆନ୍ତି।
ପାନର ବାହାର ଅଂଶର ଶୀର୍ଷରେ ପ୍ରଭୁ ମହାଦେବ ଓ କାମଦେବଙ୍କ ବାସ କରିଥାଆନ୍ତି।
ପାନର ବାହାର ଅଂଶରେ ମା’ପାର୍ବତୀ ଓ ମା’ ମଙ୍ଗଳା ବାସ କରିଥାଆନ୍ତି।
ସମ୍ପୂର୍ଣ୍ଣ ପାନକୁ ଭଗବାନ ସୂର୍ୟ୍ୟଙ୍କ ପ୍ରତୀକ ବୋଲି କୁହାଯାଏ।
ଘରେ ଥିବା ପୂଜା କକ୍ଷରେ ପାନ ରଖିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ।
ଭଗବାନ ଗଣେଶ ସମସ୍ତ ବାଧାବିଘ୍ନ ଦୂର କରିଥାଆନ୍ତି ବୋଲି ବିଶ୍ୱାସ ରହିଛି। ପ୍ରଭୁଙ୍କ ପୂଜାରେ ପାନପତ୍ର ଅର୍ପଣ କରିବା ଦ୍ୱାରା ବିଶେଷ କୃପା ପ୍ରାପ୍ତି ହୋଇଥାଏ। ବାରମ୍ବାର ଚେଷ୍ଟା କରିବା ପରେ ମଧ୍ୟ କାର୍ଯ୍ୟରେ ସଫଳତା ନ ମିଳିଲେ ବୁଧବାର ଦିନ ପ୍ରଭୁ ଗଣେଶଙ୍କ ମନ୍ଦିରରେ ପାନପତ୍ର ସହ ଗୁଆ , ଗୁଜୁରାତି ଅର୍ପଣ କରନ୍ତୁ। କାର୍ଯ୍ୟରେ ଥିବା ବାଧା ଦୂର ହେବା ସହ ସଫଳତା ମିଳିଥାଏ। ବୈବାହିକ ଜୀବନ ସୁଖମୟ ହୋଇଥାଏ। ଧନଲାଭ ହୋଇଥାଏ।
ପ୍ରଭୁ ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ପ୍ରତ୍ୟେକ ମଙ୍ଗଳବାର ପାନ ଅର୍ପଣ କରିବା ଦ୍ୱାରା ଜୀବନରେ ଥିବା କଷ୍ଟ ଦୂର ହୋଇଥାଏ। ପୂଜାରେ ପାନପତ୍ର ଅର୍ପଣ କରିବା ଦ୍ୱାରା ଗୃହରେ ଥିବା ନକରାତ୍ମକ ଶକ୍ତି ଦୂର ହୋଇ ସକରାତ୍ମକ ଶକ୍ତି ଆସିଥାଏ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories