www.samajalive.in
Saturday, December 6, 2025
23.1 C
Bhubaneswar

ମାତ୍ର ୨୭ ଦିନରେ ଉତ୍ତର କୋରିଆର ୬ ଥର କ୍ଷେପଣାସ୍ତ୍ର ପରୀକ୍ଷା

ଉତ୍ତର କୋରିଆ ଗୁରୁବାର ପୁଣିଥରେ ଦୁଇଟି କ୍ଷେପଣାସ୍ତ୍ର ପରୀକ୍ଷା କରିଛି ।  ଏହି ଦୁଇଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଥିଲା ବୋଲି ସନ୍ଦେହ କରାଯାଉଛି । ଦକ୍ଷିଣ କୋରିଆ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି । ୨୦୨୨ର ପ୍ରଥମ ୨୭ ଦିନରେ ଉତ୍ତର କୋରିଆରେ ଏହା ଷଷ୍ଠ କ୍ଷେପଣାସ୍ତ୍ର ପରୀକ୍ଷା ବୋଲି କୁହାଯାଉଛି । ଦକ୍ଷିଣ କୋରିଆର ‘ଯୁଗ୍ମ ପ୍ରତିରକ୍ଷା ମୁଖ୍ୟ’ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ଏହି କ୍ଷେପଣାସ୍ତ୍ରଗୁଡିକ ବୋଧହୁଏ ସ୍ୱଳ୍ପ ଦୂରଗାମୀ। ପୂର୍ବ ଉପକୂଳରେ ଥିବା ‘ହାମହଙ୍ଗ’ ସହରରୁ କ୍ଷେପଣାସ୍ତ୍ର ଗୁଡିକର ପରୀକ୍ଷଣ କରାଯାଇଥିଲା। ଉଭୟ କ୍ଷେପଣାସ୍ତ୍ରକୁ ପାଞ୍ଚ ମିନିଟର ବ୍ୟବଧାନରେ ଛଡା ଯାଇଥିଲା। ଉଭୟ କ୍ଷେପଣାସ୍ତ୍ର ସମୁଦ୍ରରେ ପଡ଼ିଥିବା ଜଣାପଡିଛି ।

ଦକ୍ଷିଣ କୋରିଆର ରାଷ୍ଟ୍ରପତି କାର୍ଯ୍ୟାଳୟ ଏକ ବିବୃତ୍ତି ଜାରି କରାଯାଇ ଉତ୍ତର କୋରିଆ ଦ୍ୱାରା ବାରମ୍ବାର କରାଯାଉଥିବା  କ୍ଷେପଣାସ୍ତ୍ର ପରୀକ୍ଷଣରେ ଦୁଃଖ ପ୍ରକାଶ କରାଯାଉଛି । ଏହା ସହିତ ସେ ଉତ୍ତର କୋରିଆକୁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବାକୁ ନିବେଦନ କରିଛନ୍ତି । ଏହି ପରୀକ୍ଷାକୁ ଦୃଷ୍ଟିରେ ରଖି ଦକ୍ଷିଣ କୋରିଆର ଜାତୀୟ ସୁରକ୍ଷା ପରିଷଦ ମଧ୍ୟ ଏହାର ଜରୁରୀକାଳୀନ ବୈଠକ ଡାକିଛି । ବିମାନ ଚଳାଚଳ ପ୍ରଶାସନ ଦେଶର ଆକାଶ ମାର୍ଗରେ ବିମାନ ଉଡ଼ାଣ କରୁଥିବା ପାଇଲଟମାନଙ୍କୁ ସତର୍କ କରାଇ ଦେଇଛି । ଉତ୍ତର କୋରିଆର  ସଦ୍ୟତମ କ୍ଷେପଣାସ୍ତ୍ର ପରୀକ୍ଷଣରୁ ଆମେରିକା ଏବଂ ଏହାର ସହଯୋଗୀ ଦେଶ ପାଇଁ କୌଣସି ବିପଦ ନାହିଁ ବୋଲି ଆମେରିକାର ଇଣ୍ଡୋ-ପାସିଫିକ୍ କମାଣ୍ଡ କହିଛି।

- Advertisement -

ତେବେ ଫେବୃଆରୀ ୪ରେ ବେଜିଂରେ ହେବାକୁ ଥିବା ଶୀତକାଳୀନ ଅଲିମ୍ପିକ୍ସ ପରେ ଉତ୍ତର କୋରିଆ ନିଜର ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ ଏବଂ ପରୀକ୍ଷଣକୁ ଆହୁରି ବୃଦ୍ଧି କରିପାରେ। ଏଭଳି ପରୀକ୍ଷଣ କରି ସେ ବାଇଡେନ ପ୍ରଶାସନକୁ ବୁଝାମଣା କରିବା ନେଇ ଚାପ ପକାଇବାକୁ ଚାହୁଁଛି ବୋଲି ଅନୁମାନ କରାଯାଉଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories