www.samajalive.in
Thursday, December 11, 2025
18.1 C
Bhubaneswar

‘ସମାଜ’ର ବରିଷ୍ଠ କର୍ମକର୍ତ୍ତାଙ୍କ ଜିମସାର ପରିଦର୍ଶନ

ଗୁରୁଡିଝାଟିଆ : ‘ସମାଜ’ର ବରିଷ୍ଠ କର୍ମକର୍ତ୍ତାବୃନ୍ଦ, ଲୋକସେବକ ମଣ୍ଡଳ ଓ ସମାଜ ଦ୍ୱାରା ମାଧବପୁର ଠାରେ ପ୍ରତିଷ୍ଠିତ ଗୋପବନ୍ଧୁ ଆୟୁର୍ବିଜ୍ଞାନ ଗବେଷଣା ପ୍ରତିଷ୍ଠାନ (ଜିମସାର) ପରିଦର୍ଶନ କରିଛନ୍ତି । ପ୍ରତିଷ୍ଠାନର ପରିବେଶ, ଅଭିବୃଦ୍ଧି, ରୋଗୀସେବା ଦେଖି ସେମାନେ ଆନନ୍ଦ ପ୍ରକଟ କରିଛନ୍ତି । ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ଶ୍ରୀ ରାଜକୁମାର ଜିମସାର ପରିଦର୍ଶନ କରି ଏହାର ପରିବେଶ ପ୍ରାଚୀନ ଗୁରୁକୂଳର ଭ୍ରମସୃଷ୍ଟି କରୁଛି ବୋଲି କହିଛନ୍ତି । ଯେଉଁଠାରେ କି ଶିକ୍ଷା ସମସ୍ତଙ୍କ ପାଇଁ ସମାନ ଥିଲା ଓ ଭେଦଭାବଠାରୁ ଉଚ୍ଚରେ ଥିଲା। ଏଭଳି ଏକ ପରିବେଶ ସୃଷ୍ଟି କରିଥିବାରୁ ପ୍ରତିଷ୍ଠାନର ଅଧ୍ୟକ୍ଷ ନିରଞ୍ଜନ ରଥଙ୍କୁ ଶ୍ରୀ ରାଜକୁମାର କୃତଜ୍ଞତା ଜଣାଇଥିଲେ। ଦେଶ ସ୍ୱାଧୀନରେ ପ୍ରାଣବଳୀ ଦେଇ ଆମକୁ ମହାର୍ଘ୍ୟ ସ୍ୱାଧୀନତା ପ୍ରଦାନ କରିଥିବା ବୀରମାନଙ୍କୁ ପ୍ରଣିପାତ କରି ଗଣତନ୍ତ୍ର ଦିବସ ଅବସରରେ ଉପସ୍ଥିତ ସମସ୍ତ କର୍ମକର୍ତ୍ତା ଓ କର୍ମଚାରୀଙ୍କୁ ସାଧୁବାଦ ଜଣାଇବା ସଂଗେ ସଂଗେ ସମସ୍ତେ ଲକ୍ଷ୍ୟସ୍ଥିର ରଖି କର୍ମକ୍ଷେତ୍ରରେ ନିଜର ଶ୍ରେଷ୍ଠତ୍ୱ ପ୍ରଦର୍ଶନ କଲେ ପ୍ରତିଷ୍ଠାନର ଶ୍ରୀବୃଦ୍ଧି ହୋଇପାରିବ ବୋଲି ଶ୍ରୀ ରାଜକୁମାର ଚୋପ୍ରା କହିଥିଲେ । ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଉପସଭାପତି ତଥା ଗୋପବନ୍ଧୁ ଚିକିତ୍ସାଳୟ ଓ ନର୍ସିଂ କଲେଜର ଅଧ୍ୟକ୍ଷ ନିରଞ୍ଜନ ରଥ ସମାଜର ସମସ୍ତ କର୍ମକର୍ତ୍ତା ଓ କର୍ମଚାରୀଙ୍କୁ ପ୍ରତିଷ୍ଠାନ ପକ୍ଷରୁ ସ୍ୱାଗତ ଜଣାଇଥିଲେ ।


ନର୍ସିଂ କଲେଜର ଛାତ୍ରୀମାନେ ଭାରତୀୟ ଗୌରବଜ୍ୱଳ ସଂସ୍କୃତିର ଭାବଧାରାକୁ ଅତୁଟ ରଖି ଆଗନ୍ତୁକ ସମସ୍ତ ଅତିଥିଙ୍କୁ ଦୂବ, ଅରୁଆ ଚାଉଳ ବରକୋଳିପତ୍ର ପୂର୍ବକ ବନ୍ଦାପନା କରିବା ସହିତ ମୁଣ୍ଡରେ ତିଳକ ଲଗାଇଥିଲେ। ଏହି ପରିଦର୍ଶନ ସମୟରେ ରାଷ୍ଟ୍ରୀୟ ସଭାପତି ଶ୍ରୀ ରାଜକୁମାରଙ୍କ ଧର୍ମପତ୍ନୀ ଶ୍ରୀମତୀ କାନ୍ତା ଚୋପ୍ରା, ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ସଂପାଦକ ତଥା ‘ସମାଜ’ର ମୁଖ୍ୟ ପ୍ରଶାସନିକ ଅଧିକାରୀ ଡଃ ପ୍ରଭାସ ଆଚାର୍ଯ୍ୟ, ସମାଜର କାର୍ଯ୍ୟକାରୀ ସଂପାଦକ ସୁଶାନ୍ତ କୁମାର ମହାନ୍ତି, ବିତ୍ତ ପରିଚାଳକ ସଞ୍ଜୟ କୁମାର ମିଶ୍ର, ସିଷ୍ଟମ ପରିଚାଳକ ପ୍ରଦୀପ କୁମାର ବେହେରା, ଅବସରପ୍ରାପ୍ତ ଜଜ୍ ଚିତ୍ତରଞ୍ଜନ ଦାଶ, ଭୂବନେଶ୍ୱର ସଂସ୍କରଣ ମୁଖ୍ୟ ପ୍ରସନ୍ନ କୁମାର ପତି, ମାନବସମ୍ବଳ ଉପ ପ୍ରବନ୍ଧକ କୃଷ୍ଣଚନ୍ଦ୍ର ସାହୁ, ସହ ସଂପାଦକ ଅନୁପମ ପ୍ରହରାଜ, ଆଦିତ୍ୟ କୁମାର ପତି, ମାନସ କୁମାର ସ୍ୱାଇଁ, ସରୋଜ କୁମାର ସାହୁ, ମମତା ବିଶୋଇ, ନର୍ସିଂ କଲେଜର ଭାରପ୍ରାପ୍ତ ଅଧ୍ୟକ୍ଷା ରାଜଶ୍ରୀ ସାମନ୍ତରାୟ, ଅଶୋକ କୁମାର ପଟ୍ଟନାୟକଙ୍କ ସହିତ ଅନ୍ୟାନ୍ୟ ପଦାଧିକାରୀ ଓ କର୍ମଚାରୀମାନେ ପରିଭ୍ରମଣରେ ଆସିଥିଲେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories