www.samajalive.in
Monday, December 8, 2025
27.1 C
Bhubaneswar

‘ସମାଜ’ ଭୁବନେଶ୍ୱର କାର୍ଯ୍ୟାଳୟ ଏବଂ ଡିଜିଟାଲ ମଡିଆ ପ୍ଲାଟଫର୍ମ ପରିଦର୍ଶନ କଲେ ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ରାଜ କୁମାର

ଭୁବନେଶ୍ୱର: ଡିଜିଟାଲ ମିଡିଆ ସାରା ବିଶ୍ୱରେ ଖବର ପଠନ ଶୈଳୀରେ ବୈପ୍ଳବିକ ପରିବର୍ତ୍ତନ ଆଣିଛି । ଏହା ମାଧ୍ୟମରେ ଲୋକଙ୍କ ନିକଟରେ ଖୁବ୍‌ ଶୀଘ୍ର ଖବର ପହଞ୍ଚି ପାରୁଛି । ଦେଶରେ ଇଣ୍ଟରନେଟ୍‌ ବ୍ରାଉଜିଂ ବୃଦ୍ଧି ପାଇଛି । ଏବେ ସ୍କୁଲକଲେଜର ଛାତ୍ରଛାତ୍ରୀ ବି ଅନ୍‌ଲାଇନ୍‌ରେ ପଢା ଶୈଳୀକୁ ଆପଣେଇ ନେଇଛନ୍ତି । ଟେକ୍ନୋଲଜିର ଅଭିବୃଦ୍ଧି ସବୁ ବେଳେ ଭବିଷ୍ୟତକୁ ଦୃଷ୍ଟିରେ ରଖି ହୋଇଥାଏ । ଓଡ଼ିଶାର ଅଗ୍ରଣୀ ତଥା ଲୋକପ୍ରିୟଖବର କାଗଜ ‘ସମାଜ’ ଏବେ ବିଭିନ୍ନ ଡିଜିଟାଲ୍‌ ପ୍ଲାଟଫର୍ମରେ ଉପଲବ୍ଧ । ଏବେ ଡିଜିଟାଲ ମିଡ଼ିଆର ଯୁଗ ହୋଇଥିବାରୁ ‘ସମାଜ ଲାଇଭ.ଇନ’ ପୋର୍ଟାଲ ସହ ୟୁଟ୍ୟୁବ୍‌, ଫେସ୍‌ବୁକ୍‌ , ଇନଷ୍ଟାଗ୍ରାମ , ଟ୍ୱିଟର ଏବଂ ବିଭିନ୍ନ ନ୍ୟୁଜ ଏଗ୍ରିଗେଟରରେ ସମାଜ ନିଜର ଉପସ୍ଥିତି ଜାହିର କରିଛି । ବର୍ତ୍ତମାନ ‘ସମାଜଲାଇଭ୍‌.ଇନ୍‌’ ଦେଶ ବିଦେଶରେ ପାଠକମାନଙ୍କ ମଧ୍ୟରେ ଆଦୃତ ଲାଭ କରିଛି। ସନ୍ତୁଳିତ ନିରପେକ୍ଷ ଖବର ପରିବେଷଣ ସହ ଅଳ୍ପ ବର୍ଷର ଯାତ୍ରା ମଧ୍ୟରେ ଏହା ଲୋକଙ୍କ ନିକଟତର ହୋଇ ପାରିଛି ।

ଆଜି ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ରାଜ କୁମାର ‘ସମାଜ ଡିଜାଟାଲ୍‌ ମିଡିଆ’ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ତାଙ୍କ ସହ ଲୋକସେବକ ମଣ୍ଡଳର ରାଷ୍ଟ୍ରୀୟ ଉପ ସଭାପତି ତଥା ସମାଜର ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ ଏବଂ ଲୋକସେବକ ମଣ୍ଡଳର ସମ୍ପାଦକ ତଥା ସମାଜର ମୁଖ୍ୟ ପ୍ରଶାସନିକ ଅଧିକାରୀ ଡକ୍ଟର ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ଉପସ୍ଥିତ ଥିଲେ ।

- Advertisement -

ଡିଜିଟାଲ୍‌ ମିଡଆ ପ୍ଲାଟଫର୍ମରେ ‘ସମାଜଲାଇଭ୍.ଇନ୍‌’ ସହ ଏହାର ଅନ୍ୟ ଡିଜିଟାଲ୍‌ ପ୍ଲାଟଫର୍ମକୁ ଅଧିକ ଲୋକପ୍ରିୟ ଏବଂ ଲୋକଭୀମୁଖୀ କରିବା ସହ ଅଧିକ ସତ୍ୟ ନିଚ୍ଛକ ଖବର ପରିବେଷଣ କରିବା ପାଇଁ ଲୋକ ସେବକ ମଣ୍ଡଳର ରାଷ୍ଟ୍ରୀୟ ସଭାପତି ରାଜ କୁମାର ପରାମର୍ଶ ଦେଇଛନ୍ତି । ଏହି ଅବସରରେ ସମାଜର ବ୍ୟୁରୋ ମୁଖ୍ୟ ପ୍ରସନ୍ନ ପତି, ସମାଜ ଭୁବନେଶ୍ୱର କାର୍ଯ୍ୟାଳୟ ଶାଖା ପରିଚାଳକ ଭରତ ଦାସ, ଡିଜିଟାଲ ମିଡିଆ ପ୍ରବନ୍ଧକ ଜିତ୍‌ ପଟ୍ଟନାୟକଙ୍କ ସମେତ ‘ସମାଜ ଡିଜିଟାଲ୍‌ ମିଡିଆ’ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories