www.samajalive.in
Sunday, December 14, 2025
26.1 C
Bhubaneswar

ପତ୍ନୀ ଗାଳି କରିବାରୁ ନାମାଙ୍କନ ପତ୍ର ପ୍ରତ୍ୟାହାର କଲେ ପ୍ରାର୍ଥୀ

ପାଟଣା: ପାଟଣା ବ୍ଲକ ମୁଖ୍ୟାଳୟ ବଡପାଟଣା ପଞ୍ଚାୟତ ସମିତି ସଭ୍ୟ ପଦ ପାଇଁ ଆଡ଼ମ୍ବର ସହକାରେ ନାମାଙ୍କନ ପତ୍ର ଦାଖଲ କରିଥିବା ଶିଳ୍ପପତି ଯତିନ୍ଦ୍ର କୁମାର ଦାଶ ଶେଷରେ ନାମାଙ୍କନ ପତ୍ର ଦାଖଲ ଘଟଣା ଚର୍ଚ୍ଚାରେ ଥିବା ବେଳେ ସେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିଛନ୍ତି । ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଓ ଟ୍ରକ ବସ ମାଲିକ ଯତିନ୍ଦ୍ରଙ୍କ ପାଇଁ ରାଜନୀତିରେ ପ୍ରଥମ ଥର ପାଇଁ ନାମାଙ୍କନ ପତ୍ର ପ୍ରତ୍ୟାହାର କରିଛନ୍ତି। ଜଣାପଡିଛି ଯେ ଯତୀନ୍ଦ୍ରଙ୍କୁ ତାଙ୍କ କକା ତଥା ବୟୋଜ୍ୟେଷ୍ଠ ପୂର୍ବତନ ସରପଞ୍ଚ କେଶବ ଚନ୍ଦ୍ର ଦାଶ ଓ ତାଙ୍କ ପତ୍ନୀ ସୁରମା ଦାଶ ଏଥିପାଇଁ ଗାଳି କରିବାରୁ ସେ ଚୁପଚାପ୍ ଏକୁଟିଆ ବ୍ଲକ କାର୍ଯ୍ୟାଳୟକୁ ଯାଇ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେଇଛନ୍ତି। ଘଟଣା ଟି ଏବେ ଚର୍ଚ୍ଚା ର ପ୍ରସଙ୍ଗ ହୋଇଛି।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories