ଇନ୍ଦୋରରେ ଚିହ୍ନଟ ହେଲାଣି ନୂଆ ଭାରିଆଣ୍ଟ, ଫୁସଫୁସକୁ କରୁଛି ବେଶି ସଂକ୍ରମିତ !
ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ଡରାଇଲାଣି ଓମିକ୍ରନର ନୂଆ ଭାରିଆଣ୍ଟ । ୬ ଶିଶୁଙ୍କ ସହ ୧୨ଜଣଙ୍କ ଠାରେ ଚିହ୍ନଟ ହୋଇଛି ନୂଆ ଭୂତାଣୁ । ଓମିକ୍ରନ୍ ସହିତ ଏହାର ସବ୍ ଭାରିଆଣ୍ଟ BA.1 ଏବଂ BA.2 ମାମଲା ସାମ୍ନାକୁ ଆସିଛି । ସବୁଠାରୁ ବଡ଼ କଥା ହେଉଛି ଏହି ଭୂତାଣୁ ପିଲାଙ୍କୁ ବି ସଂକ୍ରମିତ କରୁଛି । ଆଉ ଏହା ମାରାତ୍ମକ ମଧ୍ୟ । କାରଣ ଏହା ଫୁସଫୁସକୁ ଅଧିକ ସଂକ୍ରମିତ କରୁଛି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ୬ଜଣ ଶିଶୁ ଏହି ଭୂତାଣୁରେ ସଂକ୍ରମିତ ହୋଇଛନ୍ତି । ରିପୋର୍ଟର ତଥ୍ୟ ଅନୁସାରେ BA.2 ଷ୍ଟ୍ରେନ୍ ଦ୍ରୁତ ଗତିରେ ସଂକ୍ରମଣ କରୁଛି । ଯାହା ଫୁସଫୁସକୁ ଅଧିକ ପ୍ରଭାବିତ କରିଥାଏ । ଚିହ୍ନଟ ହୋଇଥିବା ୧୨ ଆକ୍ରାନ୍ତଙ୍କ ଫୁସଫୁସ ୫ରୁ ୪୦ଧ ସଂକ୍ରମିତ ହୋଇଛି । ଯାହାକୁ ନେଇ ସ୍ୱାସ୍ଥ୍ୟ ବିଭାଗର ଚିନ୍ତା ବଢ଼ିଲାଣି । ଆପଣଜାଣି ଆଶ୍ଚର୍ଯ୍ୟ ହେବେ ଏହି ଭାରିଆଣ୍ଟ କରୋନା ଓ ଓମିକ୍ରନ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । କାରଣ ଏହା ଫୁସଫୁସକୁ ଅଧିକ ପ୍ରଭାବିତ କରିବା ସହ ଶିଶୁଙ୍କୁ ବି ସଂକ୍ରମିତ କରୁଛି । ଏହି ନୂତନ ଭାରିଆଣ୍ଟ ୪୦ଟି ଦେଶରେ ମଧ୍ୟ ଚିହ୍ନଟ ହେଲାଣି । ଫଳରେ ପୁଣି ଆଉ ଏକ ବଡ଼ ମୁକାବିଲା ଆଡକୁ ବିଶ୍ୱ ମୁହାଁଇଲାଣି । ଆଉ ସରାକର ଓ ସ୍ୱାସ୍ଥ୍ୟବିଭାଗର ଚିନ୍ତା ବଢ଼ିଲାଣି ।
Comments are closed.