www.samajalive.in
Thursday, December 11, 2025
15.1 C
Bhubaneswar

ଶିକ୍ଷା ସହାୟତା ପାଇଁ ଅନଲାଇନ୍ ପ୍ରକ୍ରିୟା, ଆବେଦନ ବିରୁଦ୍ଧରେ ଶ୍ରମ କମିଶନର୍ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର.: ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼କୁ ପଙ୍ଗୁ କରିବା ପାଇଁ ବିଭିନ୍ନ ସମୟରେ ଶ୍ରମିକ ବିରୋଧୀ ନିର୍ଦେଶନାମା ବିରୁଦ୍ଧରେ ନିର୍ମାଣ ଶ୍ରମିକ ୟୁନିୟନ୍ ସମନ୍ୱୟ କମିଟି ତରଫରୁ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ ତରବରିଆ ଭାବରେ ୨୦୨୦ ମସିହାରେ ବୋର୍ଡ଼ ବୈଠକର ନିଷ୍ପତ୍ତି, ଯଥା – ଅନଲାଇନ୍ ପ୍ରକ୍ରିୟାରେ ଶିକ୍ଷା ସହାୟତା ରାଶି ଆବେଦନ ପାଇଁ ନିର୍ବାଚନ ଆଚରଣ ବିଧିକୁ ଉଲ୍ଲଙ୍ଘନ କରି ପିଛିଲା ତାରିଖରେ ଅର୍ଥାତ୍ ତା ୧୬.୧୨.୨୦୨୧ରିଖରେ ତିନିଦିନ ତଳେ ନିର୍ଦେଶ ଦେଉଛନ୍ତି ଯାହାକି ନିର୍ମାଣ ଶ୍ରମିକଙ୍କ ସ୍ୱାର୍ଥବିରୋଧୀ। ପ୍ରକାଶ ଥାଉକି ରାଜ୍ୟର ୩୨ ଗୋଟି ଶ୍ରମ ଜିଲାରେ ଗତ ୨୦୧୮ ମସିହାଠାରୁ ହଜାରହଜାର ସଂଖ୍ୟାରେ ଶିକ୍ଷା ସହାୟତା ରାଶି ଆବେଦନ ଫର୍ମ ପଡ଼ିରହିଛି, ଯାହାକୁ ପ୍ରଦାନ କରିବାରେ ଶ୍ରମ ବିଭାଗ କାଳକ୍ଷେପଣ ନୀତି ଅନୁସରଣ କରୁଛନ୍ତି। କିନ୍ତୁ ଉକ୍ତ ନିର୍ଦେଶନାମା ଫଳରେ ପଡ଼ି ରହିଥିବା ସହାୟତା ରାଶି ପାଇବାରୁ ଶ୍ରମିକମାନେ ବଞ୍ଚିତ ହେବେ। ତେଣୁ ଏହାକୁ ତୁରନ୍ତ ପ୍ରତ୍ୟାହାର ଓ ପଡ଼ି ରହିଥିବା ସମସ୍ତ ସହାୟତା ରାଶି ପ୍ରଦାନ ପାଇଁ ଏକ ପ୍ରତିନିଧି ମଣ୍ଡଳୀ ବୋର୍ଡ଼ର ମାନ୍ୟବର ଅଧ୍ୟକ୍ଷଙ୍କୁ ଭେଟି ଆଲୋଚନା କରିଥିଲେ।

ଆଲୋଚନାରେ ପୁରୁଣା ଶିକ୍ଷା ସହାୟତା ରାଶି ପ୍ରଦାନ ନ ହେଲା ପର୍ଯ୍ୟନ୍ତ ଏବଂ ଅନ୍ଲାଇନ୍ର ଆବେଦନ ଭିତ୍ତିଭୂମି ଯଥା ଲେବର ଅଫିସରଙ୍କୁ ତାଲିମ୍ ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ନ ହେଲା ପର୍ଯ୍ୟନ୍ତ ଏହା ସ୍ଥଗିତ ରଖିବା ପାଇଁ ନିର୍ଦେଶନାମା ପ୍ରଦାନ କରାଯିବ। ତତ୍ସହିତ ଚଳିତ ବର୍ଷରେ ୫୦ ଭାଗ ଉପସ୍ଥାନ ନିର୍ଦ୍ଦେଶନାମା ଉଠାଇବା ସହ ଲେବର କାର୍ଡ଼ ପୁନଃକ୍ଷମ ଅନୁମୋଦନ ପରେ ଯଦି ରସିଦ୍ କାଟିବା ପୂର୍ବରୁ ମୃତ୍ୟୁବରଣ କରନ୍ତି, ସେଗୁଡ଼ିକ ଲେବର କମିଶନ୍ରଙ୍କ କାର୍ଯ୍ୟାଳୟରେ ଆବେଦନ କରିବା ପାଇଁ ସହମତି ହେଲା। ୬୦ ବର୍ଷ ପୂର୍ବରୁ ମୃତ୍ୟୁବରଣ କଲେ କିମ୍ବା ଝିଅ ବିବାହ ସହାୟତା ରାଶି ୬୦ ବର୍ଷ ପରେ ଆବେଦନ କଲେ ସହାୟତା ରାଶି ପାଇବା ପାଇଁ ନିର୍ଦ୍ଦେଶନାମା ପ୍ରକାଶ କରିବେ।
ଏହି ଆଲୋଚନାରେ କଲ୍ୟାଣ ବୋର୍ଡ଼ ତରଫରୁ ଅତିରିକ୍ତ ଶ୍ରମ କମିଶନର, ଉପ ଶ୍ରମ କମିଶନର ଏବଂ ଶ୍ରମ ଅଧିକାରୀ ଉପସ୍ଥିତ ଥିଲାବେଳେ ସମନ୍ୱୟ କମିଟି ତରଫରୁ ରାଜ୍ୟ ଆବାହକ ବିଜୟ ଜେନା, ରାଜକିଶୋର ମଲ୍ଲିକ, ବିପ୍ଳବ କେଶରୀ ମହାପାତ୍ର, ମହାବୀର ପ୍ରସାଦ ମିଶ୍ର, ମନୋରଞ୍ଜନ ମହାରଣା, ସୁର ଜେନା, ମଞ୍ଜୁଳା ମଞ୍ଜରୀ ମିଶ୍ର, ପ୍ରବୀଣ ଦାସ, ସତ୍ୟ ତ୍ରିପାଠୀ, ବିଭୂତି ତରାଇ, ସସ୍ମିତା ବସ୍ତିଆ, ମଧୂସୂଦନ ପ୍ରଧାନ, ସୁଦର୍ଶନ ବାରିକ, ରବିନ୍ଦ୍ରନାଥ ମହାନ୍ତି, ମୋହନ ମହାରଣା, ହରିହର ମହାନ୍ତି, ଗୋହିଗୋବିନ୍ଦ ବେସ୍ରା, ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories