www.samajalive.in
Thursday, December 11, 2025
15.1 C
Bhubaneswar

ଭାରତ ବର୍ଷର ପ୍ରଥମ ସ୍ୱାଧିନତା ସଂଗ୍ରାମ ମାନ୍ୟତା ପାଇଁ ରଣହୁଙ୍କାର ଦେଲା ନିଖିଳ ଓଡ଼ିଶା ପାଇକ ମହାସଂଘ

ଭୁବନେଶ୍ୱର : ବକ୍ସି ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାୟ ଯାହାଙ୍କୁ ‘ବକ୍ସି’ ବୋଲି କୁହାଯାଏ ସେ ହେଉଛନ୍ତି ପାଇକ ଜାତିର କୁଳତିଳକ। ରଣରଙ୍କା ପାଇକମାନଙ୍କର ଅଗ୍ନି ଷ୍ପୁଲିଙ୍ଗ। ଭାରତ ବର୍ଷର ସ୍ୱାଧୀନତା ସଂଗ୍ରାମ ପାଇକ ବିଦ୍ରୋହର ମହାନାୟକ। ଭାରତବର୍ଷ ସ୍ୱାଧୀନତା ଇତିହାସର ମୁଖବନ୍ଧ। ‘ପାଇକ ବିଦ୍ରୋହ’କୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବା ସହିତ ସ୍ୱାଧୀନତା ସଂଗ୍ରାମର ଇତିହାସକୁ ସଂଶୋଧନ କଲେ ବକ୍ସିଙ୍କ ପ୍ରତି ଶ୍ରେଷ୍ଠ ସମ୍ମାନ ହେବ। ଏହା ପ୍ରକାଶ କରିଛନ୍ତି ନିଖିଳ ଓଡ଼ିଶା ପାଇକ ମହାସଂଘ ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ। ରାଜ୍ୟ ସଂଯୋଜକ କେଦାର ଦାସଙ୍କ ସଂଯୋଜନାରେ ବକ୍ସି ଜଗବନ୍ଧୁଙ୍କ ରାଜ୍ୟସ୍ତରୀୟ ସହୀଦ୍ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଖୋର୍ଦ୍ଧା ଜିଲା ସଭାପତି ପାଇକ ଗୁରୁ ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ ସରକାରଙ୍କୁ ତୀବ୍ର ନିନ୍ଦା କରିବା ସହିତ ‘ପାଇକ ବିଦ୍ରୋହ’କୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପ୍ରଦାନ ନକଲେ ଆଗାମୀ ଦିନରେ କେନ୍ଦ୍ର ବିରୁଦ୍ଧରେ ଆଉ ଏକ ପାଇକ ବିଦ୍ରୋହର ଆବଶ୍ୟକତା ବୋଲି ମତ ପ୍ରଦାନ କରିଥିଲେ। ଦୁଃଖ ଓ ପରିତାପର ବିଷୟ ଯେ ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ପାଇକମାନଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି।

 

- Advertisement -

ଖୁବ୍ ଶୀଘ୍ର ପାଇକ ଆଖଡ଼ାକୁ ରାଜ୍ୟ କ୍ରିଡ଼ାର ମାନ୍ୟତା ପ୍ରଦାନ କରିବା ସହିତ ପାଇକ ଆଖଡ଼ାକୁ ସ୍କୁଲ, କଲେଜରେ ସାମିଲ କରି ସ୍କାଉଟ୍, ଏନସିସି ଭଳି ମାନ୍ୟତା ପ୍ରଦାନ କରିବା, ସମରକ୍ରିଡ଼ା ବା ପାଇକ ଆଖଡ଼ାକୁ ସଂସ୍କୃତି ବିଭାଗରୁ ଆଣି ପୁନରାୟ କ୍ରୀଡ଼ା ବିଭାଗରେ ସାମିଲ କରିବା ଇତ୍ୟାଦି ଦାବି କରିଥିଲେ। ବକ୍ସିଙ୍କ ସ୍ମୃତିରେ ବିଭିନ୍ନ ପାଇକ ଆଖଡ଼ା ଦଳ, ଆଖଡ଼ା ଦଳ ଆଖଡ଼ା ପ୍ରଦର୍ଶନ କରିଥିଲେ। ଏହି ଆଖଡ଼ା କାର୍ଯ୍ୟକ୍ରମରେ ବର୍ଷିଆନ ଗୁରୁ ଭାସ୍କର ସୁନ୍ଦରାୟ, ବାଣପୁର ପାଇକ ସଂଘ ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସମ୍ପାଦକ ବିଜୟ କୁମାର ବେହେରା, ଦଳବେହେରା ମନୋରଞ୍ଜନ ପଶ୍ଚିମକବାଟ, ମୁଖପାତ୍ର ଯୁବ ସାମ୍ବାଦିକ ରାଜୀବ ନୟନ ରଥ, କଟକ ଜିଲା ସଭାପତି ରାଜକିଶୋର ବେହେରା, ଗୁରୁ ବିଜନ ପାଇଟାଳ, ଜଗତ୍ସିଂହପୁର ସଭାପତି ବିଦ୍ୟାଧର ନାୟକ, କାକଟପୁର ଶ୍ରୀଧର ଦାସ, ପିପିଲି ଗୁରୁ ଗୁଣନିଧି ବେହେରା, ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ସାମନ୍ତରାୟ, ଉପଦେଷ୍ଠା ବିଭୂତି ଭୂଷଣ ସ୍ୱାଇଁ, ଉପଦେଷ୍ଠା ମହମଦ୍ ଇମଦାଦ ପ୍ରମୁଖ ଯୋଗଦାନ କରିଥିଲେ। ଖଣ୍ଡା, ଢାଲ, ତରବାରୀ, ବର୍ଚ୍ଛା, ବନାଟୀ, ବାଡ଼ି, ମୁଦ୍‌ଗର ପ୍ରଭୃତି ଚାଳନା ପାଇକ ପୁଅର ବୀରତ୍ୱର ଇତିହାସ ରୋମନ୍ଥନ କରିଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories