www.samajalive.in
Sunday, December 14, 2025
26.1 C
Bhubaneswar

ସାଇତି ରଖନ୍ତୁ ଶୀତବସ୍ତ୍ର

ଶୀତଦିନେ ବିଭିନ୍ନ ପ୍ରକାରର ଶୀତବସ୍ତ୍ର ବ୍ୟବହାର କରାଯାଏ। ଶୀତଦିନ ଶେଷ ହେବା ମାତ୍ରେ ଏହାକୁ ସାଇତି ଓ ସୁରକ୍ଷିତ ରଖିବା ପାଇଁ କିଛି ବିଶେଷ ଉପାୟ ମଧ୍ୟ ଆପଣାଇବା ନିତାନ୍ତ ଆବଶ୍ୟକ ହୋଇଥାଏ। କିଛି ସହଜ ଉପାୟ ଅଛି ଯାହାଦ୍ୱାରା ଶୀତବସ୍ତ୍ରକୁ ଠିକ ଭାବେ ରଖିପାରିବା।
ଶୀତବସ୍ତ୍ରକୁ ଜୀବାଣୁ, କୀଟାଣୁ ଓ ଅନ୍ୟ ପୋକଙ୍କ ଦାଉରୁ ସୁରକ୍ଷିତ ରଖନ୍ତୁ। ପୋଷାକକୁ ଭଲ ଭାବେ ସଫା କରି ଖରାରେ ଠିକ ରୂପେ ଶୁଖାନ୍ତୁ। ଉଲ୍‌ର ପୋଷାକକୁ ପ୍ଲାଷ୍ଟିକ ବ୍ୟାଗ୍ କିମ୍ବା ବାୟୁ ପ୍ରବେଶ କରୁଥିବା ବ୍ୟାଗ୍‌ରେ ରଖନ୍ତୁ ନାହିଁ। ଏହାକୁ ବାୟୁ ପ୍ରବେଶ କରି ପାରୁନଥିବା ବ୍ୟାଗ୍‌ରେ ଭଲ ଭାବେ ପ୍ୟାକିଙ୍ଗ୍ କରି ରଖନ୍ତୁ।

ଉଲ୍‌ର ପୋଷାକକୁ ଶୀତଦିନରେ ବ୍ୟବହାର କରିବା ପରେ ଭଲ ଭାବେ ସଫା କରନ୍ତୁ। ଉଲ୍‌ର ପୋଷାକକୁ ଠିକ ଭାବେ ଖରାରେ ଶୁଖାନ୍ତୁ। ଖରାରେ ଭଲ ଭାବେ ଶୁଖିବା ପରେ ଆଲମାରୀରେ ରଖନ୍ତୁ। ପୋଷାକକୁ ରଖିବା ପୂର୍ବରୁ ଆଲମିରାକୁ ଭଲ ଭାବେ ସଫା କରନ୍ତୁ।

- Advertisement -

ଉଲ୍‌ ପୋଷାକକୁ ଯେଉଁଠାରେ ରଖୁଛନ୍ତି ସେଠାରେ ଗନ୍ଧକର୍ପୂର ରଖନ୍ତୁ। ପୋଷାକକୁ ଭଲ ଭାବେ ସଫା କରିବା ପରେ ସେଥିରେ ଗନ୍ଧକର୍ପୂର ପକାଇ ଭଲ ସ୍ଥାନରେ ରଖନ୍ତୁ। ଏପରି କରିବା ଦ୍ୱାରା ଉଲ୍‌ର ପୋଷାକରେ ପୋକ ଲାଗିନଥାଏ।

ଉଲ୍‌ର ପୋଷାକ ଯେଉଁ ସ୍ଥାନରେ ରଖୁଛନ୍ତି ବେଳେବେଳେ ସେହି ସ୍ଥାନକୁ ଦେଖନ୍ତୁ। ପୋଷାକ ମଧ୍ୟ ଦେଖନ୍ତୁ। କୌଣସି ପୋଷାକ ଯଦି ଚମଡାଯୁକ୍ତ ହୋଇଥିବ ତେବେ ତାକୁ ଥଣ୍ଡା ବାତାବରଣରେ ରଖନ୍ତୁ। ସେହି ପୋଷାକକୁ ଧଳାର ନରମ କପଡାରେ ଭଲ ଭାବେ ଗୁଡାଇ ରଖନ୍ତୁ।

କୋଟ କିମ୍ବା ଜ୍ୟାକେଟକୁ ଠିକ ଭାବେ ନ ରଖିବା ଦ୍ବାରା ତାହା ଶୀଘ୍ର ଖରାପ ହୋଇଯାଏ। ଖରାପ ଜଳବାୟୁରେ ଚମଡାର ଜ୍ୟାକେଟ ଶୁଖାଇବା ଦ୍ୱାରା ତାହା ନଷ୍ଟ ହୋଇଯାଏ। ତେଣୁ ଚମଡାର ଜ୍ୟାକେଟ ଓ କୋଟକୁ ଘରେ ନ ଧୋଇ ଡ୍ରାଏକ୍ଲିନ୍ କରନ୍ତୁ। ତାପରେ କପଡାର ବ୍ୟାଗ୍‌ରେ ଭଲ ଭାବେ ରଖନ୍ତୁ। ୩ମାସକୁ ଥରେ କୋଟ ଓ ଜ୍ୟାକେଟକୁ ବାହାର କରି ସଫା କରି ରଖନ୍ତୁ। ତାକୁ ଏପରି ରଖନ୍ତୁ ଯେପରି ବାହାରର ବାୟୁ ଜ୍ୟାକେଟ ଓ କୋଟ ସଂସ୍ପର୍ଶରେ ନ ଆସେ।

ଶାଲ୍‌କୁ ଚେନ୍‌ ଲାଗିଥିବା ପଲିଥିନ୍ ବ୍ୟାଗରେ ପ୍ୟାକ କରି ରଖନ୍ତୁ। ଏହାଦ୍ୱାରା ପୋଷାକରେ କୌଣସି ପ୍ରକାରର ପିମ୍ପୁଡି ଓ କୀଟ ଲାଗି ନଥାଆନ୍ତି। ପୋଷାକ ମଧ୍ୟ ବାୟୁ ସଂସ୍ପର୍ଶରେ ଆସି ନଥାଏ। ସାଲ୍‌କୁ ବ୍ୟାଗ୍‌ରେ ରଖିବା ପୂର୍ବରୁ ସେଥିରେ ଗନ୍ଧକର୍ପୂର ରଖି ଦିଅନ୍ତୁ। ରେଶମର ଶାଲ୍‌କୁ ଧଳାର କପଡାରେ ଘୋଡାଇ ରଖନ୍ତୁ। ଏହାସହ ଶାଲ୍‌ରେ ନିମ୍ବ ପତ୍ର ରଖିପାରିବେ। ଏହାଦ୍ୱାରା ଶାଲ୍‌ କୌଣସି ପ୍ରକାରର ଖରାପ ହୋଇ ନଥାଏ ଓ ଦୁର୍ଗନ୍ଧ ମଧ୍ୟ ବାହାରି ନଥାଏ।

 

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories