www.samajalive.in
Monday, December 8, 2025
24.1 C
Bhubaneswar

କଲ୍ୟାଣସିଂହପୁରର ତିନୋଟି ସ୍ଥାନରେ ମାଓ ବ୍ୟାନର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ତିନୋଟି ସ୍ଥାନରେ ଲାଗିଛି ମାଓ ବ୍ୟାନର । ଗତକାଲି ବିଳମ୍ବିତ ରାତିରେ ଏକ ବାଇକ ଯୋଗେ ଦୁଇଜଣ ଯୁବକ ଆସି ବୁଡ଼ାଗୁଡା କ୍ୟାମ୍ପରେ ଥିବା ଟ୍ରଲି ଗାଡିରେ ନିଆଁ ଲଗାଇ ଦେଇଥିଲେ ।ଗାଡି ଜଳିବା ଶବ୍ଦ ଶୁଣି କ୍ୟାମ୍ପରେ ସୋଇଥିବା ପିଅନ ଉଠି ନିଆଁ ଲିଭାଇବା ପାଇଁ ପ୍ରୟାସ କରିବା ବେଳେ ଏକ ବାଇକରେ ଦୁଇ ଯୁବକଙ୍କୁ ଦେଖିଥିଲେ । ସେହି ସମୟରେ ଉକ୍ତ ରାସ୍ତା କ୍ୟାମ୍ପରେ ଏକ ବ୍ୟାନର, ସିକରପାଇ ବଟଗଛ ଓ କଲ୍ୟାଣସିଂହପୁର ତହସିଲଦାର କାର୍ୟ୍ୟାଳୟ ଫାଟକରେ ସମୁଦାୟ ତିନୋଟି ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି । ଉକ୍ତ ବ୍ୟାନରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ମାଓବାଦୀ ଉଲ୍ଲେଖ କରିଛନ୍ତି, ୱାର୍ଡ ସଭ୍ୟ ଠାରୁ ମନ୍ତ୍ରୀ ପର୍ୟ୍ୟନ୍ତ ଦଲାଲ କାମ କରୁଛନ୍ତି । ଠିକ କାମ ନକଲେ ହତ୍ୟା କରାଯିବ । ଆଡିବନ୍ଧ କେନାଲ, ପୋଖରୀ ଇତ୍ୟାଦି କାମକୁ ବିରୋଧରେ କରିଛନ୍ତି ମାଓବାଦୀ । ଏହିବିଷୟରେ ଥାନା ଅଧିକାରୀ ସୁକୁମା ହଂସୁଦା ଙ୍କୁ ପଚାରିବାରୁ ସେ କହିଲେ ବ୍ୟାନର ଜବତ କରାଯାଇଛି । କିନ୍ତୁ ଏହା ଅସଲି କି ନକଲି ମାଓବାଦୀ ଉଲ୍ଲେଖ କରିଛନ୍ତି ତାହା ଜଣାପଡ଼ିନାହିଁ ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories