www.samajalive.in
Monday, December 8, 2025
27.1 C
Bhubaneswar

ଭାଇଜାନ୍‍ଙ୍କ ‘ମେ ଚଲା’କୁ ଖୁବ ମିଳୁଛି ପ୍ରଶଂସକଙ୍କ ଭଲପାଇବା

ମୁମ୍ବଇ : ଭାଇଜାନ୍‍ ତଥା ବଲିଉଡ ଅଭିନେତା ସଲମାନ ଖାନ ସୋସିଆଲ ମିଡିଆରେ ନିଜର ଆଗକୁ ଆସିବାକୁ ଥିବା ଗୀତ ‘ମେ ଚଲା’ର ଟିଜର୍‍ ଶେୟାର କରି ପ୍ରଶଂସକଙ୍କୁ ଉତ୍ସାହିତ କରିଛନ୍ତି। ଏଭଳି କ୍ଷେତ୍ରରେ ପ୍ରଶଂସକଙ୍କ ଅପେକ୍ଷା ଶେଷ ହୋଇଛି। ଏହାସହ ‘ଦବଙ୍ଗ ଖାନ’ର ନୂଆ ଗୀତ ‘ମେ ଚଲା’ ରିଲିଜ ହୋଇଛି। ଏହି ଗୀତରେ ସଲମାନଙ୍କ ସହ ପ୍ରଜ୍ଞା ଯୟଶୱାଲାଙ୍କ ଯୋଡି ଦେଖିବାକୁ ମିଳିଛି। ଭାଇଜାନ୍‍ ଙ୍କ ଏହି ଗୀତକୁ ପ୍ରଶଂସକ ଖୁବ ପସନ୍ଦ ମଧ୍ୟ କରିଛନ୍ତି। ଏହାସହ ସୋସିଆଲ ମିଡିଆରେ ନିଜର ଭଲ ଭାଇବା ବ୍ୟକ୍ତ କରିଛନ୍ତି।
‘ମେ ଚଲା’ ଗୀତଟି ରିଲିଜ ସହ ବେଶ ହିଟ୍‍ ହୋଇଛି। ଏହି ଗୀତଟି କୁ୨୦ ମିନିଟ୍ ମଧ୍ୟରେ ପ୍ରାୟ ୩ ଲକ୍ଷ ଲୋକେ ଦେଖିଛନ୍ତି। ଏହି ଗୀତରେ ସଲମାନ ଖାନ ଲମ୍ବା କେଶରେ ଦେଖାଯାଉଥିବା ବେଳେ ଅନ୍ୟ ପଟେ ତାଙ୍କ ପଗଡି ଲୁକକୁ ମଧ୍ୟ ପ୍ରଶଂସକମାନେ ପସନ୍ଦ କରୁଛନ୍ତି।
ସଲମାନ ଖାନଙ୍କ ଏହି ନୂତନ ଗୀତକୁ ପ୍ରଶଂସକମାନେ ପସନ୍ଦ କରୁଛନ୍ତି ଏବଂ ସେମାନେ ସୋସିଆଲ ମିଡିଆରେ ଶୀଘ୍ର ମନ୍ତବ୍ୟ ଦେଉଛନ୍ତି । ଏହି ଗୀତରେ ସଲମାନ ପ୍ରଜ୍ଞା ଙ୍କ ସହ ନଜର ଆସିଛନ୍ତି । ଏହି ଗୀତରେ ସ୍ୱର ଦେଇଛନ୍ତି ଗୁରୁ ରନ୍ଧୱା ଓ ଲୁଲିୟା ଭନ୍ତୁର। ଏ ଦୁଇ ଜଣ ମଧ୍ୟ ଗୀତରେ ନଜର ଆସିଛନ୍ତି।

Hot this week

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

Related Articles

Popular Categories