www.samajalive.in
Friday, December 12, 2025
15.1 C
Bhubaneswar

ଜାନୁଆରୀ ୧୯ରୁ ୨୧ପର୍ଯ୍ୟନ୍ତ ବନ୍ଦ ରହିବ ଲୋକାୟୁକ୍ତଙ୍କ କାର୍ଯ୍ୟାଳୟ

ଭୁବନେଶ୍ୱର: ଜାନୁଆରୀ ୧୯ ରୁ ୨୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରସ୍ଥିତ ଓଡିଶା ଲୋକାୟୁକ୍ତ କାର୍ଯ୍ୟାଳୟ ବନ୍ଦ ରହିବ। କୋଭିଡ୍ ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ଲୋକାୟୁକ୍ତଙ୍କ ଖଣ୍ଡପୀଠ ସମେତ ଲୋକାୟୁକ୍ତ କାର୍ଯ୍ୟାଳୟ ଉପରୋକ୍ତ ତିନି ଦିନ ସାମୟିକ ଭାବେ ବନ୍ଦ ରହିବ ଓ ଆସନ୍ତା ଜାନୁଆରୀ ୨୪ରୁ ପୂର୍ବଭଳି କାର୍ଯ୍ୟ କରିବ ବୋଲି ଲୋକାୟୁକ୍ତ କାର୍ଯ୍ୟାଳୟ ତରଫରୁ ଜନସାଧାରଣଙ୍କ ନିମନ୍ତେ ସୂଚନା ଦିଆଯାଇଛି। ଏ ସମ୍ପର୍କରେ ଲୋକାୟୁକ୍ତ କାର୍ଯ୍ୟାଳୟ ୱେବସାଇଟ୍ ଏବଂ କାର୍ଯ୍ୟାଳୟ ନୋଟିସ୍ ବୋର୍ଡରେ ମଧ୍ୟ ସୂଚନା ଦିଆଯାଇଛି । ସଂପ୍ରତି ଭୁବନେଶ୍ୱର ସତ୍ୟନଗର ତୋଷାଳୀ ଭବନସ୍ଥିତ ବି-୨, ତଳ ମହଲାରେ ଲୋକାୟୁକ୍ତ, ଓଡିଶାଙ୍କ କାର୍ଯ୍ୟାଳୟ ରହିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories