www.samajalive.in
Wednesday, December 10, 2025
14.1 C
Bhubaneswar

ଓଡିଶା କ୍ୟୁରୁଗୀ ଓ ପୁମ୍ସୀ ତାଇକୋଣ୍ଡୁ ଚମ୍ପିୟାନସିପ: ୫୩ ସ୍ୱର୍ଣ୍ଣ, ୨୫ ରୋପ୍ୟ ଓ ୧୭ ବ୍ରୋଞ୍ଜ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧନା

ବୌଦ୍ଧ: ଗତ ତିନିଦିନ ବ୍ୟାପି ସୁବର୍ଣ୍ଣପୁର ଜିଲା ଅନ୍ତର୍ଗତ ବୀରମହାରାଜପୁର ଠାରେ ସୁବର୍ଣ୍ଣପୁର ତାଇକୋଣ୍ଡୁ ଆସୋସିଏସନ, ଓଡିଶା ତାଇକୋଣ୍ଡୁ ଆସୋସିଏସନ ଓ ରାଜ୍ୟ ଯୁବ ଓ କ୍ରୀଡା ବିଭାଗର ମିଳିତ ଆନୁକୂଲ୍ୟରେ ପଶ୍ଚିମ ଓଡିଶା କ୍ୟୁରୁଗୀ ଓ ପୁମ୍ସୀ ତାଇକୋଣ୍ଡୁ ଚମ୍ପିୟାନସିପ୍ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଏଥିରେ ପଶ୍ଚିମ ଓଡିଶାରେ ଅର୍ନ୍ତଭୁକ୍ତ ସମସ୍ତ ଜିଲାର ଛାତ୍ରଛାତ୍ରୀ ଭାଗ ନେଇଥିଲେ। ବୌଦ୍ଧ ଜିଲାରୁ ୧୮ଜଣ ପୁଅ ଓ ୧୩ଜଣ ଝିଅ ଅଂଶଗ୍ରହଣ କରିଥିଲେ। କ୍ୟୁରୁଗୀରେ ୧୬ଗୋଟି ସ୍ୱର୍ଣ୍ଣପଦକ, ୬ଗୋଟି ରୋପ୍ୟପଦକ ଓ ୬ଗୋଟି ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ପୁମ୍ସୀରେ ବ୍ୟକ୍ତିଗତ ଭାବେ ୧୩ଗୋଟି ସ୍ୱର୍ଣ୍ଣପଦକ, ୧୦ଗୋଟି ରୋପ୍ୟ ପଦକ ଓ ୭ଗୋଟି ବ୍ରୋଞ୍ଜ ପଦକ ପାଇଥିଲେ। ପୁମ୍ସୀ ଯୋଡୀରେ ୬ଗୋଟି ସ୍ୱର୍ଣ୍ଣପଦକ, ୬ଗୋଟି ରୋପ୍ୟପଦକ ଓ ୪ଗୋଟି ବ୍ରୋଞ୍ଜ ପଦକ ହାସଲ କରିଥିଲେ। ଦଳଗତ ପୁମ୍ସୀ ପ୍ରଦର୍ଶନ କରି ୧୮ଗୋଟି ସ୍ୱର୍ଣ୍ଣପଦକ, ୩ଗୋଟି ବ୍ରୋଂଚ ପଦକ ପାଇଥିଲେ।

ବୌଦ୍ଧ ଜିଲା ଷ୍ଟାଡିୟମ ପରିସରରେ ଦେବାଶିଷ ପୁରୋହିତଙ୍କ ଅଧ୍ୟକ୍ଷତାରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ଭାବେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂ ଓ ସମ୍ମାନୀତ ଅତିଥି ଭାବେ ଜିଲା କ୍ରୀଡା ସଂସଦର ସଂପାଦକ ରବୀନ୍ଦ୍ର କୁମାର ରାଉତ ଯୋଗଦେଇ ବିଜୟୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହୀତ କରିବା ସହିତ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ କୃତିତ୍ୱ ହାସଲ କରିବା ପାଇଁ କ୍ରୀଡାଭ୍ୟାସକୁ ଦୈନନ୍ଦିନ ଜାରୀ ରଖିବାକୁ ପରାମର୍ଶ ପ୍ରଦାନ କରିଥିଲେ। ଆସୋସିଏସନର ସଭାପତି ଯଜ୍ଞେଶ୍ୱର ମିଶ୍ର ଓ ସଂପାଦକ ଅଞ୍ଜୀତ କୁମାର ସାହୁ ଛାତ୍ରଛାତ୍ରୀମାନଙ୍କର କ୍ରୀଡା ପ୍ରଦର୍ଶନର ବିଭିନ୍ନ ମାର୍ଗ ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପ ସଭାପତି ବିଶ୍ୱରଂଜନ ସାହୁ, ବରିଷ୍ଠ ସଦସ୍ୟ ରାମଚନ୍ଦ୍ର ସାହୁ, ଲୋକନାଥ ମେହେର, ସଂଜୟ ମିର୍ଦ୍ଧା ଯୋଗଦେଇଥିଲେ। ପ୍ରଶିକ୍ଷକ ଅଞ୍ଜିତ କୁମାର ସାହୁ ସହଯୋଗୀ ପ୍ରଶିକ୍ଷକ ଅମନ କୁମାର ସାହୁ ଏବଂ ଛାତ୍ରଛାତ୍ରୀମାନଙ୍କୁ ଫୁଲମାଳ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ବିଜୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories