www.samajalive.in
Tuesday, December 9, 2025
16.1 C
Bhubaneswar

ଟାଙ୍ଗିଆରେ ହାଣି ଯୁବକଙ୍କୁ ହତ୍ୟା: ଚାଲିଛି ତଦନ୍ତ, ମିଳୁନି ସୁରାକ

ବୌଦ୍ଧ : ବୌଦ୍ଧ ଥାନା ଅନ୍ତର୍ଗତ ସରସରା ଗ୍ରାମରେ ଜଣେ ଯୁବକଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯିବା ପରେ ଜାତୀୟ ରାଜପଥ କଡରେ ମୃତ ଦେହକୁ ଫିଙ୍ଗି ଦିଆଯାଇଛି। ସୂଚନା ମୁତାବକ ସରସରା ଦଳିତ ବସ୍ତିର ଅନାମୁ ମିର୍ଦ୍ଧା ଗତକାଲି ସକାଳୁ କିଛି ବନ୍ଧୁଙ୍କ ସହିତ ଭୋଜି କରିବାକୁ ଯାଇଥିଲେ। ସେଠାରେ ବନ୍ଧୁମାନଙ୍କ ସହିତ ଭୋଜିରେ ମଦ୍ୟପାନ କରିବାପରେ ଗ୍ରାମକୁ ଫେରି ପୁଣିଥରେ ମଦ୍ୟପାନ କରିଥିଲେ। ରାତିରେ ସେ ଘରକୁ ଫେରିନଥିଲେ। ସକାଳୁ ତାଙ୍କର ମୃତଦେହ ପଞ୍ଚାୟତ କାର୍ଯ୍ୟାଳୟ ନିକଟସ୍ଥ ଜାତୀୟ ରାଜପଥ କଡରେ ପଡିଥିବା ସ୍ଥାନୀୟ ଗ୍ରାମବାସୀମାନେ ଦେଖି ପୁଲିସକୁ ସୂଚନା ଦେଇଥିଲେ। ବୌଦ୍ଧଥାନା ଅଧିକାରୀ ମାଧବାନନ୍ଦ ନାୟକ ଏକ ପୁଲିସ ଟିମ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ମଧ୍ୟ ହତ୍ୟାକାଣ୍ଡର କାରଣ ସଂପର୍କରେ କୌଣସି ସୁରାକ ମିଳିପାରିନଥିଲା।

ମୃତଦେହ ନିକଟରେ ଏକ ରକ୍ତଭିଜା ଟାଙ୍ଗିଆ ଓ ଶୀତପୋଷାକ ପଡିଥିବା ଦେଖାଯାଇଥିଲା। ମୃତଦେହର ମୁହଁରେ ଗଭୀର କ୍ଷତ ହେବାସହିତ ସକାଳ ପର୍ଯ୍ୟନ୍ତ ରକ୍ତ ବୋହୁଥିବାରୁ ବିଳମ୍ବିତ ରାତ୍ରିରେ ଏହି ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ପ୍ରାଥମିକ ତଦନ୍ତରେ ସନ୍ଦେହ କରାଯାଇଛି। ତେବେ ପୁଲିସ ପକ୍ଷରୁ ଫୁଲବାଣୀରୁ ସାଇଣ୍ଟିଫିକ୍ ଦଳଙ୍କୁ ଡକାଇ ତଦନ୍ତ କରାଯାଇଥିଲେ ମଧ୍ୟ କୌଣସି ସୁରାକ ମିଳିପାରିନଥିବା ଜଣାଯାଇଛି। ପୁଲିସ ପକ୍ଷରୁ ମୃତଦେହ ବ୍ୟବଛେଦ ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଛି। ମୃତ ଅନାମୁ ବିଜୁ ପକ୍କାଘର ନିର୍ମାଣ ପାଇଁ ସରକାରଙ୍କ ପାଖରୁ ମିଳିଥିବା ୩ ହଜାର ଟଙ୍କା ଉଠାଇ ସାଙ୍ଗମାନଙ୍କ ସହ ମଦ୍ୟପାନ କରିଥିବା କିଛି ଗ୍ରାମବାସୀ ସୂଚନା ଦେଇଛନ୍ତି। ତେବେ ଏହି ଘଟଣା ମଦ୍ୟପାନକୁ ନେଇ ହୋଇଥିବା ସନ୍ଦେହ କରାଯାଉଥିବାବେଳେ ପୁଲିସ ପକ୍ଷରୁ କିଛି ଲୋକଙ୍କୁ ଥାନାକୁ ନେଇ ପଚରାଉଚୁରା ଜାରି ରହିଥିବା ଜଣାଯାଇଛି। ବୌଦ୍ଧ ପୁଲିସ ପକ୍ଷରୁ ଥାନା କେସ ନମ୍ବର ୨୧/୨୦୨୨ ରେ ଏକ ହତ୍ୟା ମାମଲା ରୁଜୁ କରି ହତ୍ୟାକାଣ୍ଡରେ ବ୍ୟବହୃତ ଟାଙ୍ଗିଆ ଜବତ କରିବା ସହ ତଦନ୍ତ ଜାରି ରହିଥିବା ସୂଚନା ଦିଆଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories