www.samajalive.in
Tuesday, December 9, 2025
17.1 C
Bhubaneswar

ମିଳିଲାନି ଜିଲା ପରିଷଦ ଟିକଟ, ଇସ୍ତଫା ଦେଲେ ଜିଲା ମହିଳା ବିଜେଡି ସଭାନେତ୍ରୀ

ବୌଦ୍ଧ : ବୌଦ୍ଧ ଜିଲାପରିଷଦ ନିର୍ବାଚନରେ ଟିକଟ ବଣ୍ଟନ ଜିଲା ବିଜେଡି ନେତୃବର୍ଗଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୪ ଟି ଜିଲାପରିଷଦ ଆସନ ପାଇଁ ପ୍ରାର୍ଥୀ ତାଲିକା ଚୂଡାନ୍ତ ହୋଇସାରିଥିବାବେଳେ ବୌଦ୍ଧ ନିର୍ବାଚନ ମଣ୍ଡଳୀର ୫ ଗୋଟି ଆସନ ପାଇଁ ଦଳୀୟ ନେତାଙ୍କ ମଧ୍ୟରେ ବୁଝାମଣା ହୋଇପାରୁନଥିବା ଜଣାଯାଇଛି। ଜିଲାପରିଷଦ ୬ ନମ୍ବର ଜୋନ ପାଇଁ ବିଜେଡିର ଦୁଇ ଯୁବ ନେତା ଅଶୋକ କୁମାର ସାହୁ ଓ ପ୍ରଭାତ ପ୍ରଧାନଙ୍କ ମଧ୍ୟରେ ବୁଝାମଣା ହୋଇପାରୁନଥିବାବେଳେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶନ ପୂର୍ବରୁ ପ୍ରଭାତ ପ୍ରଧାନଙ୍କ ପତ୍ନୀ ତଥା ମହିଳା ବିଜେଡିର ଜିଲା ସଭନେତ୍ରୀ ଯସ୍ମିନ ପ୍ରଧାନ ନିଜ ପଦବୀରୁ ଇସ୍ତଫା ଦେଇଥିବା ଜଣାଯାଇଛି। ଏହି ଘଟଣା ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାପରେ ବିଜେଡି ଶିବିରରେ ଝଡ ସୃଷ୍ଟି ହୋଇଛି। ତେବେ ଜିଲା ବିଜେଡି ସଭାପତି ତଥା କଣ୍ଟାମାଳ ବିଧାୟକ ମହିଧର ରଣା ତାଙ୍କ ପାଖକୁ କୌଣସି ଇସ୍ତଫାପତ୍ର ଆସିନଥିବା ପ୍ରକାଶ କରିଛନ୍ତି। କିନ୍ତୁ ଏ ସଂପର୍କରେ ଯସ୍ମିନଙ୍କ ସ୍ୱାମୀ ପ୍ରଭାତ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ପ୍ରଭାତଙ୍କ ସୂଚନା ମୁତାବକ ଯସ୍ମିନ ମହିଳା ବିଜେଡି ସଭାନେତ୍ରୀ ପଦବୀରୁ ଇସ୍ତଫା ଦେଇଛନ୍ତି। ଆସନ୍ତାକାଲି ଏନେଇ ରାଜ୍ୟ ବିଜେଡି ସଭାପତି ଓ ମହିଳା ବିଜେଡି ସଭାନେତ୍ରୀଙ୍କୁ ଇସ୍ତଫାପତ୍ର ପଠାଇବାପରେ ଯସ୍ମିନ ନିଜର ପ୍ରତ୍ରିକିୟା ରଖିବେ ବୋଲି ସୂଚନା ମିଳିଛି। ଏହାବ୍ୟତୀତ ବିଜେଡି ପ୍ରାର୍ଥୀଙ୍କୁ ବିରୋଧ କରି ଯସ୍ମିନ ସ୍ୱାଧୀନ ପ୍ରାର୍ଥୀ ଭାବରେ ମଧ୍ୟ ୬ ନମ୍ବର ଜିଲାପରିଷଦ ଆସନରେ ପ୍ରତିଦ୍ୱନ୍ଦିତା କରିବେ ବୋଲି ତାଙ୍କ ସ୍ୱାମୀ ପ୍ରଭାତ ପ୍ରଧାନ ସ୍ପଷ୍ଟ କରିଛନ୍ତି।

 

- Advertisement -

ଗତ ପଞ୍ଚାୟତ ନିର୍ବାଚନରେ ୬ ନମ୍ବର ଆସନରେ ବିଜେଡି ପ୍ରାର୍ଥୀ ଚୟନ ଠିକ୍ ହୋଇନଥିବା ଅଭିଯୋଗ ହେବା ସହ ଏହି ଆସନ ବିଜେପି ହାତକୁ ଚାଲିଯାଇଥିଲା। ତେଣୁ ଚଳିତ ନିର୍ବାଚନରେ ବିଜେଡିର ଦଳୀୟ ଟିକଟ ପ୍ରଦାନ ପୂର୍ବରୁ ସମସ୍ତ ପ୍ରକାର ସତର୍କତା ଓ ଗୋପନୀୟତା ରକ୍ଷା କରାଯାଉଥିବାବେଳେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପୂର୍ବରୁ ମହିଳା ବିଜେଡି ସଭାନେତ୍ରୀ ଯସ୍ମିନଙ୍କ ପଦବୀରୁ ଇସ୍ତଫା ବିରୋଧୀ ଦଳ ପାଇଁ ଏକ ସୁଯୋଗ ସୃଷ୍ଟି କରିଛି। ଅନ୍ୟପଟେ ୭ ନମ୍ବର ଜୋନ ପାଇଁ ମଧ୍ୟ ଦଳୀୟ ଟିକଟ ବଣ୍ଟନ ବିଜେଡି ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ରଙ୍କ ସମେତ ୪ ଜଣ ଆଶାୟୀ ଏହି ଆସନ ପାଇଁ ପ୍ରମୁଖ ଦାବିଦାର ରହିଥିବାବେଳେ ସେମାନଙ୍କ ମଧ୍ୟରେ ବୁଝାମଣା ପାଇଁ ଉଦ୍ୟମ ଜାରି ରହିଥିବା ଜଣାଯାଇଛି। ସୂଚନା ଯୋଗ୍ୟ ଯେ, ଏହି ୭ ନମ୍ବର ଜୋନରେ ମଧ୍ୟ ପ୍ରାର୍ଥୀ ଚୟନ ଠିକ୍ ହୋଇନଥିବା ଅଭିଯୋଗ ହୋଇଛି। ତେବେ ଗତ ନିର୍ବାଚନରେ ଏହି ଆସନ ବିଜେପି ହାତକୁ ଚାଲିଯାଇଥିଲା। ତେଣୁ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବାବେଳେ ଜିଲା ବିଜେଡି ର ଟିକଟ କନ୍ଦଳ ରାଜନୈତିକ ମହଲରେ ଆଲୋଚନାର ଖୋରାକ ଯୋଗାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories