www.samajalive.in
Thursday, December 11, 2025
18.1 C
Bhubaneswar

ପିଏସ୍‍ଏଲ୍‍ଭି ସି-୪୨ ସହ ବ୍ରିଟେନ୍‍ର ୨ ଉପଗ୍ରହ ମହାକାଶକୁ ପଠାଇଲା ଇସ୍ରୋ

ଶ୍ରୀହରିକୋଟା : ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ରବିବାର ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ପିଏସ୍‍ଏଲଭି ସି-୪୨ ମହାକାଶ ଯାନ ସହ ୨ଟି ବ୍ରିଟେନ୍‍ ଉପଗ୍ରହ (ସାଟେଲାଇଟ)କୁ ମହାକାଶକୁ ପ୍ରେରଣ କରିଛି। ଏହି ୨ ଉପଗ୍ରହ ପୃଥିବୀର ଗତିବିଧି ଉପରେ ନଜର ରଖିବେ। ଏହି ଦୁଇ ଉପଗ୍ରହ ନାମ ନୋଭା ସାର ଏବଂ ଏସ୍‍୧-୪ ରହିଛି। ଏହା ପିଏସ୍‍ଏଲଭିର ୪୪ ତମ ଉତ୍‍କ୍ଷେପଣ ଥିଲା। ଏହାସହ ଭାରତୀୟ ମହାକାଶ ଶିଳ୍ପ ଲାଭଜନକ ବ୍ୟବସାୟ କରିଛି। ଗତ ୩ ବର୍ଷ ମଧ୍ୟରେ ଇସ୍ରୋ ୫୬୦୦ କୋଟି ଟଙ୍କା ଆୟ କରିଛି। ବ୍ରିଟେନ୍‍ର ସରେ ସାଟେଲାଇଟ୍‍ ଟେକ୍ନୋଲୋଜି ଲିମିଟେଡ ପକ୍ଷରୁ ପ୍ରସ୍ତୁତ ଦୁଇ ଉପଗ୍ରହର ଓଜନ ୮୮୯ କିଲୋ ରହିଛି। ମହାକାଶ ଶିଳ୍ପ କ୍ଷେତ୍ରରେ ୩୦୦୦୦୦ ଡଲାରରୁ ଅଧିକ ଅଂଶଧନ ସହ ଇସ୍ରୋ ବିଶ୍ୱରେ ଏକ ନମ୍ବର ସ୍ଥାନରେ ରହିଛି। ଗତ କିଛି ବର୍ଷ ଧରି ଇସ୍ରୋ ବିଶ୍ୱର ସବୁଠୁ କମ ଖର୍ଚ୍ଚରେ ମହାକାଶକୁ ଉପଗ୍ରହ ପ୍ରେରଣ କରୁଛି। ପିଏସ୍‍ଏଲଭି ସି-୪୨ ଉତ୍‍କ୍ଷେପଣ ସମ୍ପୂର୍ଣ୍ଣ ରୂପେ ବ୍ୟବସାୟିକ ଉଦ୍ଦେଶ୍ୟରେ ଥିଲା।
ସୂଚନା ଅନୁସାରେ ରବିବାର ରାତି ୧୦ ଟା ୮ ମିନିଟ୍‍ରେ ଶ୍ରୀହରିକୋଟା ମହାକାଶ କେନ୍ଦ୍ରରୁ ପିଏସ୍‍ଏଲଭି ସି-୪୨ର ଉତ୍‍କ୍ଷେପଣ କରାଯାଇଥିଲା। ପ୍ରଥମ ପ୍ରର୍ଯ୍ୟାୟରେ ପ୍ରଥମ ଖଣ୍ଡ ୨ ମିନିଟରେ ଯାନରୁ ଅଲଗା ହୋଇଥିଲା ଓ ୧୭ ମିନିଟ ପରେ ଚତୁର୍ଥ ଖଣ୍ଡ ଯାନରୁ ଅଲଗା ହୋଇଥିଲା। ୧୭ ମିନିଟ୍‍ ୪୪ ସେକେଣ୍ଡର ଉଡ଼ାଣ ପରେ ଦୁଇ ଉପଗ୍ରହ ପିଏସ୍‍ଏଲଭିରୁ ଅଲଗା ହୋଇ ୫୮୩ କିଲୋମିଟର ଦୂରରେ ନିଜ କକ୍ଷ ପଥରେ ଅବସ୍ଥାପିତ ହୋଇଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରୋର ଦଳକୁ ଅଭିନନ୍ଦନ ଜଣାଇଥିଲେ। ନୋଭା ସାର ଏକ ସିନ୍‍ଥେଟିକ୍‍ ର‍୍ୟାଡର ସାଟେଲାଇଟ୍‍। ଏହା ଦ୍ୱାରା ଜଙ୍ଗଲ ମ୍ୟାପିଂ, ବନ୍ୟା ଏବଂ ବିପର୍ଯ୍ୟୟର ପର୍ଯ୍ୟବେକ୍ଷଣ କରିହେବ। ଏସ୧-୪ ଏକ ହାଇ ରିଜୋଲ୍ୟୁସ୍‍ନ୍‍ ଅପ୍ଟିକାଲ ପର୍ଯ୍ୟବେକ୍ଷଣ ଉପଗ୍ରହ ଅଟେ। ଏହାଦ୍ୱାରା ବିଭିନ୍ନ ଉତ୍ସର ଗବେଷଣା, ପରିବେଶ ପର୍ଯ୍ୟବେକ୍ଷଣ ଏବଂ ବିପର୍ଯ୍ୟୟ ପରିଚାଳନା କରିହେବ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories