www.samajalive.in
Friday, December 12, 2025
23.1 C
Bhubaneswar

ଭତ୍ତାକୁ ନେଇ ସମୁଦି ସମ୍ପର୍କରେ ପୂର୍ଣ୍ଣଚ୍ଛେଦ

ଜେମାଦେଇପେଣ୍ଠ: ସାମାନ୍ୟ ଭତ୍ତା ଉପରେ ଟିପ୍ପଣୀକୁ ନେଇ ସମୁଦି ସମ୍ପର୍କରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ଓଡ଼ିଶାର ସମୁଦିଙ୍କ ଆଗରେ ଆନ୍ଧ୍ର ସରକାରଙ୍କ ଭତ୍ତାକୁ ପ୍ରଶଂସା କରି ଗୁଣଗାନ କରିବା ଆନ୍ଧ୍ରରୁ ଆସିଥିବା ସମୁଦିଙ୍କ ପାଇଁ କାଳ ସାଜିଲା। ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିଲା। ଓଡ଼ିଶା ସରକାରଙ୍କ ଯୋଜନା ପ୍ରଶଂସାରେ ଶତମୁଖ ଓଡ଼ିଆ ସମୁଦି ଶେଷରେ ପଡ଼ିଶା ସମୁଦିଙ୍କୁ ଘରୁ ତଡ଼ିଦେଲେ। ଜଣେ ଆନ୍ଧ୍ରର ଗୁଣଗାନ କରି ବିଦାୟ ନେଇଥିବାବେଳେ ଜଣେ ଓଡ଼ିଶା ସରକାରଙ୍କ ଗୁଣଗାନ କରି ତାଙ୍କୁ ତଡ଼ି ଦେବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି।

ସୀମାନ୍ତ ଦୁଇ ରାଜ୍ୟର ଦୁଇ ବୃଦ୍ଧ। ସମ୍ପର୍କରେ ଦୁହେଁ ସମୁଦି। ପର୍ବପର୍ବାଣୀ ଥିବାରୁ ଅତିଥି ହୋଇ ବୁଲିବାକୁ ଆସିଥିଲେ। ସଂସାର ବିଷୟରେ ଭଲମନ୍ଦ ସୁଖଦୁଃଖ ହେଉ ହେଉ ରାଜନୀତି ଆଲୋଚନା କଲେ। ପୁଣି ଦୁଇ ରାଜ୍ୟର ଯୋଜନାକୁ ନେଇ ଉଭୟ ସମୁଦିଙ୍କ ମଧ୍ୟରେ ବାକବିତର୍କ ଆରମ୍ଭ ହୋଇଗଲା। ଶେଷରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇ ମାଡ଼ଗୋଳ ପର୍ଯ୍ୟନ୍ତ କଥା ଯାଇଥିଲା। ଶେଷରେ ସମୁଦିଜଣଙ୍କ ରାଗରେ ନିଜ ରାଜ୍ୟକୁ ଫେରିଯାଇଥିଲେ। ଏଭଳି ଏକ କୌତୁହଳପୂର୍ଣ୍ଣ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲା ଆଳୁବାଡ଼ି ପଞ୍ଚାୟତରେ ଥିବା କୋଷପଡୁ ଗ୍ରାମରେ। ଉକ୍ତ ଗ୍ରାମର ଜଣେ ବ୍ୟକ୍ତି ଆନ୍ଧ୍ରପ୍ରଦେଶ ସୀମାନ୍ତ ସଲୋପଦମ୍ ଗ୍ରାମରେ ବିବାହ କରିଥିଲେ। ପୋଙ୍ଗଲ ପରବ ଚାଲିଥିବାରୁ ବ୍ୟକ୍ତିର ଶ୍ବଶୂର ଜଣକ କସୋପଢୁ ଗ୍ରାମକୁ ନିଜ ଝିଅ ପାଖକୁ ବୁଲିବାକୁ ଆସିଥିଲେ।

- Advertisement -

ଗାଁରେ ପର୍ବ ପର୍ବାଣୀ ପାଇଁ ଗ୍ରାମବାସୀ ବ୍ୟସ୍ତ ଥିଲାବେଳେ ଝିଅର ବାପ ଓ ପୁଅର ବାପ ଦୁହେଁ ଏକାଠି ବସି ଅନେକ ବିଷୟରେ ଆଲୋଚନା କରିଥିଲେ। ଏହି ସମୟରେ ଆନ୍ଧ୍ର ସରକାର ଦେଉଥିବା ଭତ୍ତାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଆନ୍ଧ୍ର ସରକାର ବୃଦ୍ଧବୃଦ୍ଧାଙ୍କୁ ୨୫୦୦ ଟଙ୍କା ଦେଉଛି, ଆଉ ତୁମ ସରକାର ମାତ୍ର ୫୦୦ ଦେଉଛି, ଆମ ସରକାର ଭଲ, ତୁମ ସରକାର ଯୋଜନା ଭଲନାହିଁ’ ବୋଲି କହି ଯୁକ୍ତିତର୍କ ଆରମ୍ଭ କରିଥିଲେ। କଥା ଏତେ ଦୂର ଗଲା ଯେ ଉଭୟ ହାତାହାତି ହୋଇଯାଇଥିଲେ।

ଶେଷରେ ଓଡ଼ିଶା ସମୁଦିଙ୍କୁ ଗାଳିଗୁଲଜ କରିବାରୁ ଆନ୍ଧ୍ର ସମୁଦିକୁ ଘରୁ ପରିବାର ଲୋକେ ତଡ଼ି ଦେଇଥିଲେ। ସମୁଦି ଜଣଙ୍କ ଯିବାବେଳେ ନିଜ ସରକାରର ଜିନ୍ଦାବାଦ କରୁଥିଲା ବେଳେ ଓଡ଼ିଆ ସମୁଦି ଘରଲୋକ ନିଜ ସରକାରଙ୍କ ଜୟଗାନ କରୁଥିବା ଦେଖିବାକୁ ମିଳିଥିଲା। ଭତ୍ତା ଟଙ୍କାକୁ ନେଇ ସୀମାନ୍ତ ଗାଁର ଦୁଇ ସମୁଦିଙ୍କ କଳି ଏବେ ଚର୍ଚ୍ଚାର ବିଷୟ ହୋଇଛି।

Hot this week

ଶୁକ୍ର ଗୋଚର: ବର୍ଷ ଶେଷରେ ଏହି ରାଶିଙ୍କ କ୍ୟାରିଅର, ରୋଜଗାର ହେବ ଦ୍ୱିଗୁଣିତ

ସମାଜ ଡିଜିଟାଲ ଡେସ୍କ: ୨୦ ଡିସେମ୍ବର ଶନିବାର ଦିନ ଶୁକ୍ର ଧନୁ...

ଏସ୍‌ଆଇଆର ପ୍ରସଙ୍ଗରେ ମମତାଙ୍କ ଧମକ

ତାଲିକାରୁ ଗୋଟିଏ ନାଁ ବାଦ ପଡ଼ିଲେ ବିଦ୍ରୋହ କଲକାତା : ନିର୍ବାଚନ କମିସନ...

ଜାପାନରେ ୬.୭ ତୀବ୍ରତାର ଭୂକମ୍ପ : ସୁନାମି ସତର୍କତା ଜାରି

ଟୋକିଓ : ଆଜି ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ...

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

Related Articles

Popular Categories