www.samajalive.in
Thursday, December 11, 2025
15.1 C
Bhubaneswar

ଦେଶରେ କରୋନା ଟୀକାକରଣର ଏକ ବର୍ଷ ପୁର୍ତ୍ତି, ସମୟପୋଯୋଗୀ ଓ ଦୃଢ ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ

ଭୁବନେଶ୍ୱର: ମହାମାରୀ କରୋନା ସଂକ୍ରମଣ କାରଣରୁ ଭାରତବର୍ଷ ସମେତ ସମଗ୍ର ବିଶ୍ୱ ଆତଙ୍କିତ ହୋଇପଡିଥିବାବେଳେ ଭାରତବର୍ଷର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ବିରୋଧୀ ଲଢେଇର ନେତୃତ୍ୱ ନେଇ ଗୋଟିଏ ଗୋଟିଏ ଦୃଢ ଓ ସମୟପୋଯୋଗୀ ପଦକ୍ଷେପ ଗ୍ରହଣ କରି ଆମ ସମସ୍ତଙ୍କୁ ଆଶ୍ୱସ୍ତି ପ୍ରଦାନ କରିଆସୁଛନ୍ତି। ବର୍ତ୍ତମାନ ସୁଦ୍ଧା କରୋନା ବିରୁଦ୍ଧ ଲଢେଇରେ କେବଳ ଟୀକାକରଣ ଏକ ପ୍ରମୁଖ ଅସ୍ତ୍ର ଭାବେ ଉଭା ହୋଇଛି। ସମଗ୍ର ବିଶ୍ୱରେ କରୋନା ଟୀକା ଉତ୍ପାଦନକାରୀ ରାଷ୍ଟ୍ର ଭାବେ ଭାରତ ବର୍ଷ ଆଜି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱକୁ କରୋନା ଟୀକା ଯୋଗାଇବାରେ ଅଗ୍ରଣୀ ଭୁମିକା ଗ୍ରହଣ କରିଥିବା ଭାରତବର୍ଷ ଆଜି କରୋନା ଟୀକାକରଣରେ ଏକ ବର୍ଷ ପୁର୍ତ୍ତି ହୋଇଛି। କରୋନା ଟୀକା ଉଦ୍ଭାବନ ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ସମେତ ସମସ୍ତ ବୈଜ୍ଞାନିକ, ଚିକିତ୍ସକ, ନର୍ସ, ପାରାମେଡିକାଲ ଷ୍ଠାଫଙ୍କ କଠିନ ପରିଶ୍ରମ, ନିଷ୍ଠା, ସେବା ମନୋଭାବ କାରଣରୁ ଆଜି ସଫଳତା ମିଳିପାରିଛି ଏବଂ ଏଥି ପାଇଁ ସମସ୍ତଙ୍କୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି।

ଏହି ଅବସରରେ ଶ୍ରୀ ମହାନ୍ତି ଭୁବନେଶ୍ୱର କ୍ୟାପିଟାଲ ହସପିଟାଲ ଟୀକାଦାନ କେନ୍ଦ୍ରକୁ ଯାଇ ଟୀକାକରଣ କାର୍ଯ୍ୟକ୍ରମରେ ସାମିଲ ଥିବା କାର୍ଯ୍ୟରତ ନର୍ସ, ପାରାମେଡିକାଲ ଷ୍ଠାଫ ଓ ସମ୍ମୁଖ ଯୋଦ୍ଧାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories