www.samajalive.in
Monday, December 8, 2025
14.1 C
Bhubaneswar

ପଞ୍ଚାୟତ ନିର୍ବାଚନ ପାଇଁ ଚଳଚଞ୍ଚଳ ଗ୍ରାମାଞ୍ଚଳ

ଶାସକ ବିଜେଡିକୁ କଡା ଟକ୍କର ଦେବା ପାଇଁ ବିରୋଧି ବିଜେପି ଓ କଂଗ୍ରେସ ପ୍ରସ୍ତୁତ ହେଉଛି

ଆଠଗଡ: ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଗୁଲ ବାଜିବା ପରେ ଗ୍ରାମାଞ୍ଚଳରେ ରାଜନୈତିକ ଗତିବିଧି ଚଳଚଞ୍ଚଳ ହୋଇଉଠିଛି। କଟକ ଜିଲ୍ଲାର ଅନ୍ୟତମ ପ୍ରମୁଖ ବ୍ଲକ ଆଠଗଡରେ ଶାସକ ବିଜୁ ଜନତା ଦଳର ଦୃଢ ସଂଗଠନ ଥିବା ଏବଂ ଗତ ୨୦୧୭ ପଞ୍ଚାୟତ ନିର୍ବାଚନରେ ଦଳ ପାଇଥିବା ସଫଳତ ଏଥର ବି ଦୋହରାଇବ ବୋଲି ଦଳର କର୍ମକର୍ତ୍ତା ଦୃଢ ଆଶାବାଦୀ ଅଛନ୍ତି। ଗତ ନିର୍ବାଚନରେ ଆଠଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷ ପଦବୀ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଥିବାବେଳେ ଏହି ପଦବୀରେ କୃଷ୍ଣଚନ୍ଦ୍ର ଦଳାଇ ଅଧିଷ୍ଠିତ ହୋଇଥିଲେ। ଚଳିତ ନିର୍ବାଚନରେ ଏହି ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦବୀଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ଶାସକ ଦଳର ସମର୍ଥନ ଓ ଟିକେଟ ଆଶାରେ ପ୍ରତି ପଞ୍ଚାୟତରେ ଏକାଧିକ ସରପଞ୍ଚ ପଦବୀ ଆଶାୟୀ ଓ ଜିଲ୍ଲା ପରିଷଦ ସଭ୍ୟ ଲାଗି ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ଆସନ୍ତା ସୋମବାର ଠାରୁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ।

- Advertisement -

ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ, ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ବ୍ଲକ କାର୍ଯ୍ୟାଳୟରେ ଏବଂ ସରପଞ୍ଚ ଓ ୱାର୍ଡ ସଭ୍ୟ ପ୍ରାର୍ଥୀ ନିଜ ନିଜ ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିବେ। ବିଭିନ୍ନ ରାଜନୈତିକ ଦଳ ଏବେ ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ସଭ୍ୟ ପ୍ରାର୍ଥୀ ଚୟନ ପାଇଁ ବେଶ କସରତ ଚଳାଇଛନ୍ତି। ଶାସକ ବିଜୁ ଜନତା ଦଳ ଏହି ପ୍ରାର୍ଥୀ ଚୟନ ପ୍ରକ୍ରିୟାରେ ସର୍ବାଗ୍ରେ ରହିଥିବାବେଳେ ବିରୋଧି ଭାରତୀୟ ଜନତା ପାର୍ଟୀ ଓ ଜାତୀୟ କଂଗ୍ରେସ ମଧ୍ୟ ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଶେଷ କରିବ ବୋଲି ଦଳୀୟ ନେତା ପ୍ରକାଶ କରିଛନ୍ତି। ପ୍ରାର୍ଥୀତ୍ୱ ପାଇଁ ଅନେକ ଆଶାୟୀ ବିଶେଷକରି ଶାସକ ଦଳର ସମର୍ଥନ ପାଇଁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ନିକଟରେ ନିଜର ସମର୍ଥକଙ୍କ ସହ ଆସି ଦାବି ଉପସ୍ଥାପନ କରୁଛନ୍ତି। ସରପଞ୍ଚ ପଦବୀଟିରେ ସର୍ବାଧିକ କ୍ଷମତା ରହିଥିବାରୁ ଏହି ପଦବୀ ହାତେଇବା ପାଇଁ ପ୍ରତି ପଞ୍ଚାୟତରେ ବିଶେଷ କରି ଶାସକ ଦଳର ୮-୧୦ ଜଣ ଲେଖାଏଁ ଆଶାୟୀ ସେମାନଙ୍କ ସପକ୍ଷରେ ଲବି କରିଚାଲିଛନ୍ତି। ଶାସକ ବିଜୁ ଜନତା ଦଳ ୩ଟି ଜିଲ୍ଲା ପରିଷଦ ଜୋନରେ ଦଳର ପ୍ରାର୍ଥୀତ୍ୱ ଆପାତତଃ ଚୂଡାନ୍ତ କରିଥିବା ଜଣାପଡିଥିଲେ ମଧ୍ୟ ଶେଷ ମୂହୁର୍ତ୍ତରେ ଏଥିରେ ପରିବର୍ତ୍ତନ ସମ୍ଭାବନାକୁ ଏଡାଇ ଦେଇହେବ ନାହିଁ।

ଗତ ୨୦୧୭ ମସିହା ପଞ୍ଚାୟତ ନିର୍ବାଚନରେ ଆଠଗଡ ନିର୍ବାଚନ ମଣ୍ଡଳୀର ସମସ୍ତ ଜିଲ୍ଲା ପରିଷଦ ଜୋନରେ ଶାସକ ବିଜେଡିକୁ ବିରୋଧି ବିଜେପି ଜୋରଦାର ଟକ୍କର ଦେଇଥିଲେ ମଧ୍ୟ ଏଠାରେ ସମସ୍ତ ଜିଲ୍ଲା ପରିଷଦ ଆସନ ବିଜେଡି ହାତେଇ ନେଇଥିଲା। ଚଳିତ ନିର୍ବାଚନରେ ଅନୁରୁପ ଭାବେ ଭାରତୀୟ ଜନତା ପାର୍ଟୀ ଶାସକ ବିଜେଡି ସହିତ ଜୋରଦାର ଲଢେଇ କରିବ ବୋଲି ଦଳର ବରିଷ୍ଠ ନେତା ବ୍ରଜେନ୍ଦ୍ର କୁମାର ରାୟ ପ୍ରକାଶ କରିଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ମଧ୍ୟ କଡା ମୁକାବିଲା କରିବେ ବୋଲି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ ଦୃଢୋକ୍ତି ପ୍ରକାଶ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories