www.samajalive.in
Monday, December 8, 2025
14.1 C
Bhubaneswar

ଅଗ୍ନିକାଣ୍ଡ ଘଟି ୪ବଖରା ଭସ୍ମିଭୂତ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ

ଚୌଦ୍ୱାର:ଚୌଦ୍ୱାର ନିକଟବର୍ତ୍ତି ବିଲତେରୁଆ ଗ୍ରାମ ହୁଡ଼ା ସାହିରେ ଶନିବାର ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୪ବଖରା ଚାଳଘର ଭସ୍ମିଭୂତ ହୋଇ ଯାଇଛି। ଏହା ସହିତ ୪ଟି ପରିବାର ସର୍ବସ୍ୱାନ୍ତ ହୋଇ ଯାଇଛନ୍ତି। ପ୍ରକାଶ ଯେ ହୁଡ଼ା ସାହିର ରଞ୍ଜନ ଜେନା, କେଦାର ଜେନା, ମାନସ ଜେନା ଓ କୁମର ଜେନାଙ୍କ ପରିବାର ରାତିରେ ଶୋଇଥିବାବେଳେ ବିଳମ୍ବିତ ରାତିରେ ହଠାତ୍ ଚାଳର ବାଉଁଶ ଗଣ୍ଠି ଫୁଟିବା ଶଦ୍ଦ ଶୁଣି ଗୋଟିଏ ପରିବାରର ଲୋକେ ଘର ବାହାରକୁ ଚାଲି ଆସିବାରୁ ତାଙ୍କ ଘର ସହିତ ପାଖ ତିନିଟି ଘର ମଧ୍ୟ ଜଳୁଥିବା ଦେଖିବାକୁ ପାଇଥିଲେ ଏବଂ ଡାକ ପକାଇଥିଲେ। ସେମାନଙ୍କ ଡାକ ଶୁଣି ଅନ୍ୟଘରର ଲୋକେ ବାହାରକୁ ବାହାରି ଆସି ନିଜ ଜୀବନ ବଞ୍ଚାଇଥିଲେ।

 

- Advertisement -

ନିଆଁକୁ ଆୟତ୍ତ କରିବାକୁ ସାହିର ଲୋକମାନେ ଚେଣ୍ଟା କରି ଅସଫଳ ହେବାରୁ ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ । ଚୌଦ୍ୱାରରୁ ଦମକଳ ବାହିନୀ ଯାଇ ନିଆଁକୁ ଆୟତ୍ତ କରିଥିଲେ । ଅଗ୍ନିକାଣ୍ଡରେ ୪ଟି ଘରର ସମସ୍ତ ଆସବାବପତ୍ର, ଧାନ ଚାଉଳ, ଲୁଗାପଟା, ବାସନ କୁଶନ, ବହିଖାତା ଆଦି ସମ୍ପୂର୍ଣ୍ଣଭାବେ ପୋଡ଼ି ଭସ୍ମ ହୋଇ ଯାଇଛି। ଅଗ୍ନିକାଣ୍ଡର ସଠିକ୍ କାରଣ ଜଣା ପଡ଼ି ନାହିଁ। କେହି ଦୁର୍ବୁତ୍ତ ତାଙ୍କ ଘରେ ନିଆଁ ଲଗାଇ ଦେଇଛି ବୋଲି ଅଗ୍ନି ବିପନ୍ନମାନେ ଅଭିଯୋଗ କରିଛନ୍ତି । ଏବେ ୪ପରିବାରର ଲୋକେ ଅସହାୟ ଅବସ୍ଥାରେ ପ୍ରବଳ ଶୀତରେ ଖୋଲା ଆକାଶ ତଳେ ରହିଛନ୍ତି । ସେମାନଙ୍କୁ ତୁରନ୍ତ ସରକାରୀ ସହାୟତା ପ୍ରଦାନ ସହିତ ଥଇଥାନ କରିବା ପାଇଁ ସ୍ଥାନୀୟ ଲୋକେ ଅନୁରୋଧ କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories