www.samajalive.in
Friday, December 5, 2025
26.1 C
Bhubaneswar

ନେମାଳରେ ଭୟାବହ ଅଗ୍ନିକାଣ୍ଡ : ୪ବଖରା ସମେତ ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ

ନେମାଳ : ନେମାଳ ଥାନା ଅନ୍ତର୍ଗତ ବନ୍ଧୁପୁର ପଞ୍ଚାୟତର ନିର ସ୍ୱାଇଁ,ଶିସିର ସ୍ୱାଇଁ ଓ ଧିର ସ୍ୱାଇଁଙ୍କ ଘର ଶନିବାର ରାତ୍ରରେ ଗୁହାଳ ଘରୁ ଅଗ୍ନିକାଣ୍ଡ ଘଟି ୪ ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଛିି। ଏପରିକି ଖାଇବା ପାଇଁ ଗଣ୍ଡେ ଖାଦ୍ୟ ଶସ୍ୟା ଓ ପିନ୍ଧିବା ପାଇଁ ପୋଷାକ ଟିଏ ନାହିଁ। ହସ୍ତଗତ ହୋଇଥିବା ଖବର ଅନୁଯାଇ ଶନିବାର ରାତ୍ର ୧.୩୦ମି ସମୟରେ ଗୁହାଳ ଘରୁ ଅଗ୍ନିକାଣ୍ଡ ଘଟିଥିଲା। ଫଳରେ ପାଖରେ ଜଳର ସୁବିଧା ନଥିଲା ସାଙ୍ଗକୁ ଚାଳଘର ଅଚାନକ ୩ବଖରା ଓ ଗୁହାଳ ଘର ସମେତ ଖାଦ୍ୟ ଶସ୍ୟ ,ଆସବାବ ପତ୍ର ଓ ବହୁ ମୂଲ୍ୟବାନ ଜିନିଷ ପତ୍ର ପୋଡି ଯାଇଥିଲା। ଖବର ପାଇ ବହୁ ବିଳମ୍ବରେ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି୍‍ଥିଲେ ହେଁ ନିଆଁକୁ ଆୟତ୍ତ କରିବା ପୂର୍ବରୁ ସମସ୍ତ ନଷ୍ଟ ହୋଇଯାଇଥିଲା। ତେବେ ସ୍ଥାନିୟ ଆର.ଅଇ ତଦନ୍ତ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତହସିଲ ପକ୍ଷରୁ କୈାଣସି ସହଯୋଗ ଯୋଗାଇ ଦିଆଯାଇନଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଯାଇଛି। ତେବେ ତୁରନ୍ତ ମୋ କୁଡିଆରେ ଏହି ବିପନ୍ନ ବ୍ୟକ୍ତିକୁ ସାମିଲ କରିବାପାଇଁ ବିଭିନ୍ନ ମହଲରେ ଦାବି ହୋଇଛି। ସୂଚନା ଥାଉ ନେମାଳ ଥାନା ଅଞ୍ଚଳରେ ବାରମ୍ବାର ଅଗ୍ନିକାଣ୍ଡ ଘଟୁଥିଲେ ହେଁ ସାଲେପୁର/ନିଶ୍ଚିନ୍ତକୋଇଲି(ସୁକରପଡା) ଦମକଳ କେନ୍ଦ୍ର ନିଆଁ ଲିଭାଇବାରେ ସହାୟ ହୋଇପାରୁ ନାହିଁ। ତୁରନ୍ତ ନେମାଳରେରେ ଏକ ନୂତନ ଦମକଳ କେନ୍ଦ୍ର ସ୍ଥାପନ ପାଇଁ ଶାସ୍‍ ସ୍ୱେଛାସେବୀ ଅନୁଷ୍ଠାନ ପକ୍ଷରୁ ଦାବି ହୋଇଛି। (ସାର ଫଟୋ ପଠାଇଛି)

Hot this week

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

Related Articles

Popular Categories