ବେଗୁନିଆ: ବେଗୁନିଆ ବ୍ଲକ ଅନ୍ତର୍ଗତ ସିକୋ ଗ୍ରାମପଞ୍ଚାୟତରେ ଦୀର୍ଘଦିନ ହେବ ହାତୀ ଉପଦ୍ରବ ଲାଗିରହିଛି। ଗତକାଲି ରାତିରେ ସିକୋ ଗ୍ରାମର ବେଲପଡାମୌଜାରେ ୫ଟି ହାତୀ ପଶି ଯୋଗେନ୍ଦ୍ର ସ୍ୱାଇଁଙ୍କର ୧୦ ବସ୍ତା, ଭିକାରୀ ସ୍ୱାଇଁଙ୍କର ୫ ବସ୍ତା ଏବଂ ଭୀମସେନ ସ୍ବାଇଁଙ୍କର ୫ ବସ୍ତା ଧାନ ଅମଳ କରି ବାଡ଼ି ପଛ ପଟ ବାରଣ୍ଡାରେ ରଖିଥିବାବେଳେ ସେଗୁଡିକ ଖାଇବା ସହିତ ଦଳି ଚକଟି ନଷ୍ଟ କରି ଦେଇଛନ୍ତି। ଏହି ଲୋକମାନଙ୍କୁ କ୍ଷତିପୂରଣ ଦେବା ପାଇଁ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ପାଇଁ ଦାବି ହେଉଛି।
Popular Categories



