www.samajalive.in
Saturday, December 13, 2025
26.1 C
Bhubaneswar

ଭୋଟର ତାଲିକାରେ ତ୍ରୁଟି, ବୃଦ୍ଧି ପାଉଛି ଜନ ଅସନ୍ତୋଷ

ବେଗୁନିଆ: ସଦ୍ୟ ପ୍ରକାଶ ପାଇଥିବା ଭୋଟର ତାଲିକାରେ ବିଭିନ୍ନ ପ୍ରକାର ତୃଟି ଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। କର୍ତ୍ତୃପକ୍ଷ ଏହାର ସଂଶୋଧନ କରିବା ପରିବର୍ତ୍ତେ ଅଭିଯୋଗ କରିବାକୁ ଆସୁଥିବା ଲୋକମାନଙ୍କୁ ବୁଝାସୁଝା କରି ଛାଡି ଦେଉଛନ୍ତି। ଏହି ତ୍ରୁଟି ଯୋଗୁଁ ବିଭିନ୍ନ ଗ୍ରାମରେ ଥିବା ଅନେକ ଲୋକ ଏବେ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବାରୁ ବାଦ ପଡିବେ ବୋଲି ଜଣାପଡିଛି। ଉପର ସ୍ତରରେ ଏହି ସବୁ ତ୍ରୁଟି ହେଉଥିବାବେଳେ ଲୋକମାନେ ବିଏଲଓ ମାନଙ୍କ ଉପରେ ଏଥିପାଇଁ ଦାଉ ସାଧୁଛନ୍ତି। ଏହି ମର୍ମରେ ବେଗୁନିଆ ବ୍ଲକ ହଜ ପଞ୍ଚାୟତ ଅନ୍ତର୍ଗତ ହଜ ଗ୍ରାମର ୧୫ ନଂ ୱାର୍ଡର ସ୍ଥାୟୀ ଭୋଟର ମାନଙ୍କୁ ଉକ୍ତ ମୌଜାର ୧୮ ନଂ ୱାର୍ଡକୁ କିପରି ସ୍ଥାନାନ୍ତର କରାଗଲା ବୋଲି ଗ୍ରାମବାସୀମାନେ ପ୍ରଶ୍ନ ଉଠାଇଛନ୍ତି।

 

- Advertisement -

ସେହିପରି ୧୫ ନଂ ୱାର୍ଡର ସ୍ଥାୟୀ ଭୋଟରମାନଙ୍କୁ ନିଧିପୂର ମୌଜାର ୬ ନଂ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିବାବେଳେ ୧୫ ନଂ ୱାର୍ଡରୁ କିଛି ଭୋଟରଙ୍କ ନାମ ସମ୍ପୂର୍ଣ ବାଦ ପଡିଛି। ସେହିପରି ହଜ ମୌଜାସ୍ଥ ୧୮ ନଂ ୱାର୍ଡରୁ କିଛି ଭୋଟରଙ୍କ ନାମ ବାଦ ପଡ଼ିଥିବାରୁ ଗ୍ରାମର ଜୟକୃଷ୍ଣ ବେହେରା, ବଗୁଲି ସାହୁ, ଅନୁପମା ବେହେରା ପ୍ରମିଳା ସାହୁ ଏବଂ କାଳୁଚରଣ ସାହୁଙ୍କ ସମେତ ବହୁ ଲୋକ ଏ ସଂକ୍ରାନ୍ତରେ ବେଗୁନିଆ ବିଡିଓଙ୍କ ନିକଟରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories