www.samajalive.in
Thursday, December 11, 2025
18.1 C
Bhubaneswar

କ୍ୱିନ୍ସ ବାଟନକୁ ପିପିଲିରେ ସ୍ୱାଗତ

ପିପିଲି: ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡା-୨୦୨୨ ପାଇଁ ଭୁବନେଶ୍ୱରରୁ ବାହାରିଥିବା କ୍ୱିନ୍ସ ବାଟନ (ମଶାଲ) ରିଲେକୁ ପିପିଲିରେ ସ୍ୱାଗତ କରାଯାଇଛି। ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡା-୨୦୨୨ ଆସନ୍ତା ଜୁଲାଇ ୨୮ରୁ ଅଗଷ୍ଠ ୮ ପର୍ୟ୍ୟନ୍ତ ଆୟୋଜିତ ହେବ। ସୋମବାର ଭାରତରେ କ୍ୱିନ୍ସ ବାଟନ ପହଞ୍ଚିବା ପରେ ବୁଧବାର ଜାତୀୟ ରାଜଧାନୀ ଦିଲ୍ଲୀରେ ବାଟନ ରିଲେ ପ୍ରଦର୍ଶିତ ହୋଇଥିଲା। ପରେ ଏହି ରିଲେ ବାଙ୍ଗାଲୋରରୁ ବାହାରି ଭୁବନେଶ୍ୱର ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଶୁକ୍ରବାର ପହଞ୍ଚିଥିଲା। ଆଜି ସକାଳେ ଏହି କ୍ୱିନ୍ସ ବାଟନ ଏକ ସୁସଜ୍ଜିତ ସ୍ୱତନ୍ତ୍ର ଗାଡିରେ ଭୁବନେଶ୍ୱରରୁ ବାହାରି ସକାଳ ୮ଟା ୨୦ ମିନିଟ୍ରେ ପିପିଲିରେ ପହଞ୍ଚିବା ପରେ ଏହାକୁ ସ୍ଥାନୀୟ ପ୍ରଶାସନ ଓ କ୍ରୀଡାବିତ୍ଙ୍କ ପକ୍ଷରୁ ଭରପୁର ସ୍ୱାଗତ କରାଯାଇଥିଲା। ଏହି କ୍ୱିନ୍ସ ବାଟନ ସହ ଓଡିଶାର ବିଶିଷ୍ଟ କ୍ରୀଡାବିତ୍ ସୁନିତା ଲାକ୍ରା, କେ. ରବିକୁମାର, ଦୁତି ଚାନ୍ଦଙ୍କ ସମେତ ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗର ବରିଷ୍ଠ ଅଧିକାରୀମାନେ ଥିବା ବେଳେ ପିପିଲି ହାଟଛକ ଠାରେ ତହସିଲଦାର ସପନ କୁମାର ନନ୍ଦ, ପୁଲିସ ଏସ୍ଆଇ ସନ୍ଦୀପ କୁମାର ଦାସ, ଏଏସ୍ଆଇ ପ୍ରକାଶ କୁମାର ମଲ୍ଲିକ, ପିପିଲି ଟାଏକୋଣ୍ଡ ଏକାଡେମୀର ମୁଖ୍ୟ ପ୍ରଶିକ୍ଷକ ନୃସିଂହ ସିଂ, ଅଞ୍ଚଳର ସାମ୍ବାଦିକ ଓ କ୍ରୀଡାବିତ୍ମାନେ ସ୍ୱାଗତ କରିଥିଲେ। ପିପିଲିରୁ ଏହା ସାକ୍ଷୀଗୋପାଳ ଦେଇ ପୁରୀ ଓ କୋଣାର୍କ ଅଭିମୁଖେ ଯାତ୍ରା କରିଥିଲା।
କ୍ୱିନ୍ସ ବାଟନ ରିଲେ ହେଉଛି ଏକ ଖେଳ ପରମ୍ପରା । ଯାହା ଖେଳ ଆରମ୍ଭ ସମୟରେ ରାଗ୍ୟଗୋଷ୍ଠୀ ସମ୍ପ୍ରଦାୟ ମଧ୍ୟରେ ଭାତୃଭାବ ସୃଷ୍ଟି କରିବା ସହ ପରିବେଶ୍କୁ ଉତ୍ସବ ମୁଖର କରି ଗଢିତୋଳେ। ଇଂଲଣ୍ଡରୁ ଏହି ରିଲେ ଆରମ୍ଭ ହୋଇଥିବା ବେଳେ ଏହା ୭୨ଟି ରାଜ୍ୟଗୋଷ୍ଠୀ ଦେଶ ପରିଭ୍ରମଣ କରିବାର କାର୍ୟ୍ୟକ୍ରମ ରହିଛି। ଜୁଲାଇରେ ଏହା ଇଂଲଣ୍ଡରେ ପହଞ୍ଚିବ । ଏହାପରେ ବର୍ମିଂହାମ ଠାରେ ଜୁଲାଇ ୨୮ରୁ ଅଗଷ୍ଟ ୮ ପର୍ୟ୍ୟନ୍ତ ରାଜ୍ୟଗୋଷ୍ଠୀ କ୍ରୀଡା-୨୦୨୨ ଅନୁଷ୍ଠିତ ହେବ।

Hot this week

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

Related Articles

Popular Categories