www.samajalive.in
Saturday, December 13, 2025
26.1 C
Bhubaneswar

ଓପିଏସସି ସଠିକ୍‍ ଭାବରେ ପରୀକ୍ଷା ସମ୍ପାଦନ କରିବାକୁ ଏବିଭିପିର ଦାବି

କୋଭିଡ ସଂକ୍ରମଣ ମଧ୍ୟରେ ଓଡିଶା ପ୍ରଶାସନିକ ସେବା ମୁଖ୍ୟ ପରୀକ୍ଷା ନେଇ ସରକାର ଉଚିତ ପଦକ୍ଷେପ ନେବାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଦାବି କରିଛି। ଏବିଭିପି ରାଜ୍ୟ ସମ୍ପାଦକ ସୌଭାଗ୍ୟ ମହାନ୍ତି କହିଛନ୍ତି, କିଛି ଛାତ୍ରଛାତ୍ରୀ ପରୀକ୍ଷା ନହେବା ପାଇଁ ଦାବି କରୁଥିବା ବେଳେ କିଛି ପରୀକ୍ଷା ଦେବା ପାଇଁ ଇଛୁକ ଅଛନ୍ତି। ତେଣୁ ଏସବୁକୁ ଦୃଷ୍ଟିରେ ରଖି ସରକାର ସୁଚିନ୍ତିତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

କଟକ, ଭୁବନେଶ୍ୱରର ଭଳି କୋଭିଡ୍‍ ହଟସ୍ପଟ ସ୍ଥାନରେ ଛାତ୍ରଛାତ୍ରୀ ଏକାଠି ବସି କେମିତି ପରୀକ୍ଷା ଦେବେ ତାକୁ ନେଇ ଚିନ୍ତା ବଢିଛି। ଦିନକୁ ଦିନ କୋଭିଡ ସଂଖ୍ୟା ବଢ଼ୁଥିବାରୁ ଅଧିକାଂଶ ପରୀକ୍ଷାର୍ଥୀ ଏବେବି କୋଭିଡରେ ଆକ୍ରାନ୍ତ ରହିଛନ୍ତି। ଏହି ପରୀକ୍ଷା ଚଳିତ ମାସ ୨୦ ତାରିଖରୁ ଆରମ୍ଭ ହୋଇ ଫେବ୍ରୁଆରୀ ୮ ତାରିଖ ପର୍ଯ୍ୟନ୍ତ ଚାଲିବାର ସୂଚନା ରହିଛି। ଅର୍ଥାତ ପ୍ରତିଦିନ ଏହି ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ ଦୁଇଟି ସିଫଟରେ ବସି ପରୀକ୍ଷା ଦେବାକୁ ହେବ। ଗୋଟିଏ ଦିନରେ ଗୋଟିଏ ରୁମରେ ୬ ଘଂଟା ଧରି ବସିବାକୁ ହେବ। କିନ୍ତୁ କୋଭିଡ ଭିତରେ ଏହା ସମ୍ଭବ ନୁହେଁ ଏବଂ ପରୀକ୍ଷାର୍ଥୀଙ୍କୁ ଅଧିକ କୋଭିଡ ସଂକ୍ରମଣ ହୋଇପାରେ ବୋଲି କିଛି ପରୀକ୍ଷାର୍ଥୀ ଦାବି କରିଛନ୍ତି।

- Advertisement -

ଯେଉଁମାନେ କଟକ, ଭୁବନେଶ୍ୱରରୁ ବାହାରୁ ଆସିବେ ସେମାନେ କେଉଁଠି ରହି ପରୀକ୍ଷା ଦେବେ। କୋଭିଡ କଟକଣା ପାଇଁ ସମସ୍ତ ଶିକ୍ଷାନୁଷ୍ଠାନ, ହଷ୍ଟେଲ ବନ୍ଦ ରହିଛି। ଏହା ସହ ବିଭିନ୍ନ କୋଚିଂ ସେଂଟରର ହଷ୍ଟେଲ ଗୁଡିକ ମଧ୍ୟ ବନ୍ଦ ରହିଛି। ସବୁ ପିଲା ଏହି ୧୭ ଦିନର ପରୀକ୍ଷା କେଉଁଠି ରହି ଦେବେ ତାକୁ ନେଇ ଏବେ ବଢିଛି ଚିନ୍ତା।

ଏହାକୁ ଦୃଷ୍ଟିରେ ରଖି ସାମାଜିକ ଦୁରତ୍ୱ ରକ୍ଷା କରିବା, ମାସ୍କ ଓ ସାନିଟାଇଜରର ବ୍ୟବହାର କରିବା ସହ ସେହି ସମୟରେ କୋଭିଡ ସଂକ୍ରମିତ ଥିବା ପରୀକ୍ଷାର୍ଥୀମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରି ସଠିକ୍‍ ଭାବରେ ପରୀକ୍ଷା ସମ୍ପାଦନ କରିବାକୁ ଏବିଭିପି ଦାବି କରିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories