www.samajalive.in
Saturday, December 13, 2025
26.1 C
Bhubaneswar

ଫେବ୍ରୁଆରୀ ୧ରେ କେନ୍ଦ୍ର ବଜେଟ

ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନ ଚଳିତ ଜାନୁଆରୀ ୩୧ ତାରିଖରେ ଆରମ୍ଭ ହେବ । ଏହା ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଜାନୁଆରୀ ୩୧ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ମିଳିତ ଅଧିବେଶନରେ ଉଦବୋଧନ ଦେବେ । ତାହା ପରଦିନ, ଅର୍ଥାତ ଫେବ୍ରୁଆରୀ ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ପୂର୍ଣ୍ଣାଙ୍ଗ ବର୍ଷର ବଜେଟ ଉପସ୍ଥାପନ କରିବେ । ବଜେଟ ଅଧିବେଶନର ପ୍ରଥମ ଭାଗ ଫେବ୍ରୁଆରୀ ୧୧ରେ ଶେଷ ହେବ । ଏକମାସ ବିରତି ପରେ ବଜେଟ ଅଧିବେଶନର ଦ୍ୱିତୀୟ ଭାଗ ମାର୍ଚ୍ଚ ୧୪ରୁ ଆରମ୍ଭ ହୋଇ ଏପ୍ରିଲ ୮ ତାରିଖରେ ଶେଷହେବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ସଂସଦର ଗତ ଶୀତ ଅଧିବେଶନ ୨୦୨୧ ନଭେମ୍ବର ୨୯ରେ ଆରମ୍ଭ ହୋଇ ଡିସେମ୍ବର ୨୨ରେ ଶେଷ ହୋଇଥିଲା । ଅବଶ୍ୟ ଏହା ତାହାର ଧାର୍ଯ୍ୟ ସମୟ ଡିସେମ୍ବର ୨୩ର ଦିନକ ପୂର୍ବରୁ ଶେଷ ହୋଇଥିଲା ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories