www.samajalive.in
Monday, December 8, 2025
24.1 C
Bhubaneswar

ଭିକ୍ଷାବୃତ୍ତିରୁ ଶୌଚାଳୟ ନିର୍ମାଣ କରି ଉଦାହରଣ ସାଜିଲେ ୨ ମହିଳା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳିତ ସ୍ବଚ୍ଛ ଭାରତ ଅଭିଯାନରେ ଘରେ ଘରେ ଶୌଚାଳୟ ନିର୍ମାଣ କରାଯାଉ ଥିବା ବେଳେ ଏହି ଅଭିଯାନରେ ସାମିଲ ହୋଇ ଦୁଇ ଜଣ ବୟସ୍କ ମହିଳା ପୁରସ୍କୃତ ହୋଇଛନ୍ତି । ସେମାନେ ଭିକ ମାଗି ଏବଂ  ମୂଲ ଲାଗି  ଜୀବିକାର୍ଜନ କରୁଥିବା ଜଣାପଡିଛି। । ଗୋପଳାଙ୍ଗଜର ଏହି ଦୁଇ ମହିଳା ଜିଲା ପ୍ରଶାସନ ଦ୍ବାରା ସମ୍ମାନିତ ହୋଇଛନ୍ତି । ଏହି ଦୁଇ ମହିଳା ପ୍ରମାଣ କରିଛନ୍ତି ଯେ, ସମାଜ ସେବା ପାଇଁ କେବଳ ଧନ ନୁହେଁ, ଉତ୍ସାହ ଓ  ଇଚ୍ଛାଶକ୍ତିର ଆବଶ୍ୟକତା ରହିଛି ।

ଜିଲାଧିକାରୀ ଅନିମେଷ ପରାଶରଙ୍କ ସୂଚନା ଅନୁଯାୟୀ, ଗୁରୁବାର ଦିନ ଗୋପାଳଙ୍ଗଜ ସଦର ବ୍ଳକ୍ ଅନ୍ତର୍ଗତ କହ୍ନେୱା ଗ୍ରାମପଞ୍ଚାୟତକୁ ଖୋଲା ଶୌଚମୁକ୍ତ ଘୋଷଣା କରାଯାଇଥିଲା। ଏହି ଅବସରରେ କହ୍ନେୱା ଗ୍ରାମପଞ୍ଚାୟତର ୫୫ ବର୍ଷୀୟ ମହିଳା ମେହରୁନ୍ ଖାତୁନ ଏବଂ ୬୦ ବର୍ଷୀୟ ଜଗରାନୀ ଦେବୀଙ୍କୁ ପୁରସ୍କୃତ କରାଯାଇଛି। ସେମାନେ ଭିକ୍ଷାବୃତ୍ତିରୁ ଉର୍ପାଜିତ ଟଙ୍କା ସଞ୍ଚୟ କରି ନିଜ ଘରେ ଶୌଚଳାୟ ନିର୍ମାଣ କରିଛନ୍ତି ବୋଲି ଜିଲାଧିକାରୀ କହିଛନ୍ତି । ଯାହା ସମସ୍ତଙ୍କୁ ଚକିତ କରିବା ସହ ସମାଜ ସେବାର ଉଦାହରଣ ସୃଷ୍ଟି କରିଛନ୍ତି ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories