www.samajalive.in
Sunday, December 14, 2025
26.1 C
Bhubaneswar

ସାତ ଦଶନ୍ଧିର ଆଭିମୁଖ୍ୟ ବଦଳାଇଲା ପାକିସ୍ତାନ: ଭାରତ ସହିତ ଶାନ୍ତି ଚାହେଁ

ଇସଲାମାବାଦ: ଦୀର୍ଘ ସାତ ଦଶନ୍ଧି ଧରି ଭାରତ ସହିତ ଶତ୍ରୁତା ଆଚରଣ ଏବଂ କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନରେ ରାଜନୀତି ଚାଲିଆସୁଥିବାବେଳେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ମଧ୍ୟ ସେଥିରେ ବାଦ୍‍ ପଡିନଥିଲେ । ତେବେ ହଠାତ ଇମ୍ରାନ ତାଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ କରିଛନ୍ତି । ଗୁରୁତର ଆର୍ଥିକ ସଙ୍କଟ ମଧ୍ୟଦେଇ ଗତି କରୁଥିବା ପାକିସ୍ତାନ ଜନସାଧାରଣଙ୍କ ଆକ୍ରୋଶ ଭାବକୁ ଏଡାଇବା ଏବଂ ଭାରତ ବିରୋଧରେ ବିଷୋଦଗାର କରି ଆନ୍ତର୍ଜାତିକ ମହଲରେ ବସ୍ତୁତଃ ଏକଘରିଆ ହୋଇଯାଇଥିବା ପାକିସ୍ତାନ ଶେଷରେ ଭାରତ ସହିତ ଶାନ୍ତି ସ୍ଥାପନର ବାର୍ତ୍ତା ଦେଇଛି । ଦେଶର ପ୍ରଥମ ଜାତୀୟ ସୁରକ୍ଷା ନୀତିର ଚିଠା ପ୍ରସ୍ତୁତ ହୋଇଥିବାବେଳେ ସେଥିରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଭାରତ ସହିତ ବାଣିଜ୍ୟ ସମ୍ପର୍କ ଓ ପୁଞ୍ଜିନିବେଶ ବୃଦ୍ଧି କରିବା, କାଶ୍ମୀର ପ୍ରସଙ୍ଗ ନଉଠାଇବା ଏବଂ ଭାରତ ସହିତ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ନୀତି ରଖିଛନ୍ତି । ଆସନ୍ତାକାଲି ପାକିସ୍ତାନର ଏହି ପ୍ରଥମ ରାଷ୍ଟ୍ରୀୟ ସୁରକ୍ଷା ନୀତିକୁ ଉନ୍ମୋଚନ କରାଯିବ । ଏଥିରେ କୁହାଯାଇଛି ଯେ ଭାରତ ସମେତ ନିଜର ସମସ୍ତ ପଡୋଶୀ ରାଷ୍ଟ୍ରମାନଙ୍କ ସହିତ ପାକିସ୍ତାନ ଶାନ୍ତି ଏବଂ ଅର୍ଥନୈତିକ ସହଯୋଗ ବୃଦ୍ଧି ଘଟାଇବାକୁ ଚାହେଁ । ଶାନ୍ତି ସ୍ଥାପନ ଦ୍ୱାରା ଦ୍ୱିପାକ୍ଷିକ ବାଣିଜ୍ୟ ଓ ପୁଞ୍ଜିନିବେଶ ସୁଗମ ହୋଇପାରିବ । ଏଥିସହିତ କାଶ୍ମୀର ପ୍ରସଙ୍ଗ ନଉଠାଇବାକୁ ମଧ୍ୟ ପାକିସ୍ତାନ ନିଷ୍ପତ୍ତି ନେଇଛି । ୧୦୦ ପୃଷ୍ଠ ସମ୍ବଳିକ ଏହି ନୀତି ୨୦୨୨ରୁ ୨୦୨୬ ପର୍ଯ୍ୟନ୍ତ ବଳବତ୍ତର ରହିବ । ଉକ୍ତ ନୀତି ଗୋପନୀୟ ରହିବ । ତେବେ ସେଥିମଧ୍ୟରୁ ଗୋପନୀୟ ବିବେଚିତ ହେଉନଥିବା ୫୦ ପୃଷ୍ଠାରେ ଥିବା କେତେକ ଦିଗକୁ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ସାର୍ବଜନୀନ ଭାବରେ ଉନ୍ମୋଚନ କରିବେ । ଇତିମଧ୍ୟରେ ପାକିସ୍ତାନର ଜଣେ ସରକାରୀ ପ୍ରବକ୍ତା କହିଛନ୍ତି ଯେ ତାଙ୍କ ଦେଶ ଆଗାମୀ ୧୦୦ ବର୍ଷ ପର୍ଯ୍ୟନ୍ତ ଭାରତ ସହିତ ଶତ୍ରୁତା ଓ ଯୁଦ୍ଧ ପରିସ୍ଥିତି ଚାହୁଁନାହିଁ । ସୂଚନାଯୋଗ୍ୟ ଯେ ନରେନ୍ଦ୍ର ମୋଦିଙ୍କ ସରକାର ୨୦୧୯ ଅଗଷ୍ଟରେ ଜମ୍ମୁ କାଶ୍ମୀରରୁ ୩୭୦ ଧାରା ଏବଂ ୩୫କ ଉଚ୍ଛେଦ କରିବା ପରେ ପାକିସ୍ତାନ ପ୍ରତିକ୍ରିୟାଶୀଳ ହୋଇ ଭାରତ ସହିତ ସମସ୍ତ କୂଟନୈତିକ ସମ୍ପର୍କ ଛିନ୍ନ କରିବା ସହିତ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର ବନ୍ଦ କରିଦେଇଥିଲା ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories