www.samajalive.in
Thursday, December 11, 2025
13.1 C
Bhubaneswar

ଆମେରିକାରେ ଫ୍ଲୋରେନ୍ସ ତାଣ୍ଡବ: ୫ମୃତ

ୱିଲ୍‍ମିଂଟନ୍‍ : ସାମୁଦ୍ରିକ ଝଡ଼ ଫ୍ଲୋରେନ୍ସ ଶନିବାର ଆମେରିକାର ଉତ୍ତର କରୋଲିନା ଉପକୂଳ ଅଞ୍ଚଳରେ ବ୍ୟାପକ କ୍ଷତି ଘଟାଇଛି। ଦକ୍ଷିଣ କରୋଲିନାରେ ମଧ୍ୟ ଏହା ତାଣ୍ଡବ ସୃଷ୍ଟି କରିଛି। ଝଡ଼ ଯୋଗୁଁ ପ୍ରବଳ ବର୍ଷା(୩୦ରୁ ୪୦ଇଞ୍ଚ)ରେ ବିଭିନ୍ନ ନଦୀରେ ବନ୍ୟା ଦେଖାଦେଇଛି। ପ୍ରାୟ ୧୨୦କିମି ବେଗରେ ପବନ ବହିବା ଯୋଗୁଁ ବହୁ ସଂଖ୍ୟାରେ ଗଛ ଓ ବାସଗୃହ ଭାଙ୍ଗିରୁଜି ଯାଇଛି। ଏଥିରେ ମୋଟ ୫ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩୦ହଜାରରୁ ଅଧିକ ଗୃହଶୂନ୍ୟ ହୋଇଛନ୍ତି। ବିଭିନ୍ନ ଆଶ୍ରୟସ୍ଥଳରେ ୨୩ହଜାର ଲୋକଙ୍କୁ ଥଇଥାନ କରାଯାଇଛି। ପ୍ରାୟ ୩ନିୟୁତ ଲୋକ ଅନ୍ଧାରରେ ରହିଛନ୍ତି। ମୋଟ ୧୦ନିୟୁତ ଜନତା ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ସରକାରଙ୍କ ପକ୍ଷରୁ ଏହି ଝଡ଼ବାତ୍ୟାକୁ ତୃତୀୟ ବର୍ଗର ହରିକେନ୍‍ ଆଖ୍ୟା ଦିଆଯାଇଛି। ଶୁକ୍ରବାର ଫ୍ଲୋରେନ୍ସ ଉପକୂଳ ଛୁଇଁଥିବାବେଳେ ଶନିବାର ପଶ୍ଚିମ-ଦକ୍ଷିଣ ଦିଗରେ ଗତିଶୀଳ ହୋଇ ଓହିଓ ଆଡ଼େ ମୁହାଁଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories