ଅବହେଳା ଅଭିଯୋଗରେ ୧୩ ପୁଲିସ୍‍ କର୍ମୀ ନିଲମ୍ବିତ

0

ଭୋପାଳ : ମଧ୍ୟପ୍ରଦେଶ ବାଲିଘାଟ ଜିଲାରେ ବରିଷ୍ଠ ଅଧିକାରୀଙ୍କ ସୁରକ୍ଷାରେ ଅବହେଳା ମାମଲାରେ ଶନିବାର ୧୩ ପୁଲିସ୍‍ କର୍ମୀଙ୍କୁ ନିଲମ୍ବିତ କରାଯାଇଛି। ଏହାସହ ସ୍ୱତନ୍ତ୍ର ସଶସ୍ତ୍ର ବଳ (ଏଏସ୍‍ଏଫ)ର ଅନ୍ୟ ୪ ଯବାନଙ୍କୁ ନିଲମ୍ବନ ପାଇଁ କମାଣ୍ଡେଟ୍‍ ନିକଟକୁ ପତ୍ର ଲେଖାଯାଇଛି। ବାଲିଘାଟ ଜିଲା ଏସ୍‍ପି ଏ. ଜୟଦେବଙ୍କ ସୂଚନା ଅନୁସାରେ ବରିଷ୍ଠ ଅଧିକାରୀଙ୍କ ସୁରକ୍ଷାରେ ମୁତୟନ କେତେକ ପୁଲିସ୍‍ କର୍ମୀ କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ କରିଥିଲେ। ସମସ୍ତ ପୁଲିସ୍‍ କର୍ମୀ ଥାନାରେ ପଦସ୍ଥ ଅଧିକାରୀ ଏବଂ ଏସ୍‍ଏଏଫ ଯବାନ। ତେବେ ଜିଲାପାଳଙ୍କ ଆବାସ ମଧ୍ୟରେ ଅସାମାଜିକ ଯୁବକଙ୍କ ତାସ ଖେଳ ଅଭିଯୋଗକୁ ଏସ୍‍ପି ଖଣ୍ଡନ କରିଛନ୍ତି।

Leave A Reply