www.samajalive.in
Sunday, December 14, 2025
26.1 C
Bhubaneswar

ବଡ଼ ନିଶ ରଖିଥିବାରୁ ପୁଲିସ ସିପାହି ନିଲମ୍ବିତ

ଭୋପାଳ : ବଡ ନିଶ ରଖିଥିବା କାରଣରୁ ମଧ୍ୟପ୍ରଦେଶର ଜଣେ ପୁଲିସ କନଷ୍ଟେବଳ (ସିପାହି)ଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ନିଲମ୍ବିତ ସିପାହି ହେଲେ ରାକେଶ ରାଣା। ସେ ପୁଲିସ ମୋଟର ପରିବହନ ବିଭାଗରେ କାର୍ଯ୍ୟ କରୁଥିଲେ। ଲମ୍ବା ଚୁଟି ଓ ବଡ ନିଶ ରଖିଥିବା ନେଇ ପୂର୍ବରୁ ତାଙ୍କୁ ତାଗିଦା କରାଯିବା ସହ ଏହାକୁ ଛୋଟ କରିବାକୁ କୁହାଯାଇଥିଲା। ମାତ୍ର ବିଭାଗୀୟ ଅଧିକାରୀଙ୍କ ଏହି ନିର୍ଦେଶକୁ ସେ ପାଳନ କରି ନଥିଲେ। ଫଳରେ ଏଆଇଜି ପ୍ରଶାନ୍ତ ଶର୍ମା ତାଙ୍କୁ ଶୁକ୍ରବାର ଚାକିରିରୁ ନିଲମ୍ବନ କରିଛନ୍ତି। ନିଲମ୍ବନ ନିର୍ଦେଶରେ ତାଙ୍କୁ ନିଜ ବେଶ ପରିବର୍ତ୍ତନ କରିବାକୁ ପୁନର୍ବାର କୁହାଯାଇଛି। ତେବେ ରାକେଶ କହିଛନ୍ତି ଯେ ନିଲମ୍ବନ ସତ୍ତ୍ବେ ସେ ତାଙ୍କ ନିଶ ଛୋଟ କରିବେ ନାହିଁ। ଦୀର୍ଘ ଦିନ ହେଲା ସେ ଏପରି ନିଶ ରଖିଆସିଛନ୍ତି। ତେଣୁ ଏହା ତାଙ୍କ ପାଇଁ ବ୍ୟକ୍ତିଗତ ସମ୍ମାନର ବିଷୟ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories