ଭୁବନେଶ୍ବର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଆଜି ରାତି ୭ଟା ୨୬ ମିନିଟରେ ଏକ ବିମାନ ଜରୁରୀ ଅବତରଣ କରିଥିଲା । ଏୟାର ଏସିଆ ବିମାନ ନଂ ଆଇଏଡି ୧୫୩୧, ଏ୩୨୦ ରାଞ୍ଚିରୁ ଚେନ୍ନଇ ଉଡ଼ାଣ କରୁଥିବାବେଳେ ମଝି ଆକାଶରେ ଜଣେ ଯାତ୍ରୀ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ। ଫଳରେ ବିମାନକୁ ଚାଳକ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଜରୁରୀ ଅବତରଣ କରିବାକୁ ବାଧ୍ୟ ହୋଇଥିଲେ।
ଯାତ୍ରୀ ଜଣଙ୍କ ନିଃଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଏ ସଂକ୍ରାନ୍ତରେ ବିମାନ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିେଲ। ବିମାନ ଅବତରଣ ପରେ ରୋଗୀ ବୁହା ଯାନରେ ଅସୁସ୍ଥ ଯାତ୍ରୀ ବସନ୍ତ କୁମାର ପାଶ୍ବାନଙ୍କୁ ରାଜଧାନୀ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ପହଞ୍ଚିଲା ବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା। ଅସୁସ୍ଥ ଯାତ୍ରୀଙ୍କ ସହ ୩ଜଣ ପରିବାର ସଦସ୍ୟ ଥିବାବେଳେ ମୃତ ଶରୀରକୁ ଡାକ୍ତରଖାନାରେ ରଖାଯାଇଛି। ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ।
ଜରୁରୀ ଅବତରଣ କଲା ବିମାନ : ଅସୁସ୍ଥ ଯାତ୍ରୀଙ୍କ ମୃତ୍ୟୁ
Popular Categories



