www.samajalive.in
Sunday, December 14, 2025
26.1 C
Bhubaneswar

୭ ଘଣ୍ଟା ପରେ କୂଅରୁ ହାତୀଛୁଆ ଉଦ୍ଧାର

ବାରିପଦା/ଚିତ୍ରଡ଼ା : ଶନିବାର ମଧ୍ୟରାତ୍ରି ପ୍ରାୟ ଦେଢ଼ଟାରୁ ଦୁଇଟା ମଧ୍ୟରେ ୫ଟିକିଆ ହାତୀପଲ ମୋରଡ଼ା ବ୍ଲକ ସୁରେଇଡିହି ପଞ୍ଚାୟତ ଚାକୁଣ୍ଡାପଦା ଗ୍ରାମରେ ବିଚରଣ କରୁଥିବାବେଳେ ଏକ ଖୋଲାକୂଅ ଭିତରକୁ ୬ମାସର ହାତୀ ଶାବକଟି ଖସି ପଡ଼ିଥିଲା। ଏହି ୧୦ଫୁଟିଆ ଗଭୀର କୂଅରେ ହାତୀ ଶାବକଟି ଖସିପଡ଼ିବା ମାତ୍ରେ ମା’ ହାତୀ ସମେତ ୪ଟି ହାତୀ କୂଅ ପାଖରେ ଜଗିରହି ପ୍ରବଳ ରଡ଼ି କରିବା ସହିତ ତାଣ୍ଡବ ରଚିଥିଲେ। ହାତୀଙ୍କ ଉତ୍ପାତ ଯୋଗୁଁ ଭୟରେ ଗ୍ରାମବାସୀ ରାତିରେ ଘରଦ୍ୱାର ଛାଡ଼ି ପଳାଇବାକୁ ବାଧ୍ୟ ହୋଇଥିଲେ। ଏହି ହାତୀପଲ ଗ୍ରାମର ୭ଜଣଙ୍କ ଘର ଭାଙ୍ଗିବା ସହିତ ବନ ବିଭାଗର ଗାଡ଼ିକୁ ମଧ୍ୟ ଓଲଟାଇ ପକାଇଥିଲେ। କୂଅ ପାଖରେ ହାତୀପଲ ଜଗିରହି ପ୍ରଚଣ୍ଡ ରଡ଼ି କରିବା ଯୋଗୁଁ ଉଦ୍ଧାର ପାଇଁ ସେଠାରେ ପହଞ୍ଚିଥିବା ବନବିଭାଗ, ପୁଲିସ ଓ ଅଗ୍ନିଶମ ବିଭାଗ ଦୂରରୁ ରହି ପରିସ୍ଥିତି ପ୍ରତି ସଜାଗ ଦୃଷ୍ଟି ରଖିଥିଲେ। ଦୀର୍ଘ ୭ ଘଣ୍ଟା ଅପେକ୍ଷା ମଧ୍ୟରେ ସୁଯୋଗ ପାଇ ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ଆଠଟା ସମୟରେ ଅଗ୍ନିଶମ ବିଭାଗ ପକ୍ଷରୁ ଉକ୍ତ କୂଅ ମଧ୍ୟକୁ ପାଇପ ଯୋଗେ ପାଣି ଭର୍ତ୍ତି କରାଯାଉଥିଲାବେଳେ ହାତୀ ଶାବକଟି ଭାସି ଉପରକୁ ଉଠି ଆସିଥିଲା ା ମା’ ହାତୀଟି ଶୁଣ୍ଢ ସାହାଯ୍ୟରେ ଶାବକଟିକୁ ଟାଣିନେଇ ବାହାରକୁ ଆଣିଥିଲେ। ପରେ ହାତୀ ଶାବକଟିକୁ ଧରି ହାତୀପଲ ଜଙ୍ଗଲକୁ ପଳାଇ ଯାଇଥିଲେ। ଦୀର୍ଘ ୭ ଘଣ୍ଟା ଧରି ସୃଷ୍ଟି ହୋଇଥିବା ଅସ୍ୱାଭାବିକ ସ୍ଥିତି ସ୍ୱାଭାବିକ ହୋଇଥିଲା ଓ ଗ୍ରାମବାସୀ ଆଶ୍ୱସ୍ତ ହୋଇଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories