www.samajalive.in
Sunday, December 14, 2025
23.1 C
Bhubaneswar

ଆଡିଲେଡ୍‌ ଓପନ୍‌ : ବୋପନ୍ନା-ରାମନାଥନ୍ ବିଜେତା

ଆଡିଲେଡ୍‌ : ଭାରତର ଅଭିଜ୍ଞ ଟେନିସ ଖେଳାଳି ରୋହଣ ବୋପନ୍ନା ଓ ଯୁବ ଖେଳାଳି ରାମକୁମାର ରାମନାଥନ୍ ପ୍ରଥମଥର ପାଇଁ ଏକାଠି ଏକ ଏଟିପି ଟୁର୍ଣ୍ଣାମେଣ୍ଟରେ ପୁରୁଷ ଡବଲ୍‌ସ ଖେଳିଥିଲେ। ଦୁହିଁଙ୍କର ଯୋଡ଼ି ସଫଳ ହୋଇଛନ୍ତି। ବୋପନ୍ନା ଓ ରାମନାଥନ୍ ସମ୍ମାନଜନକ ଆଡିଲେଡ୍‌ ଓପନ୍‌ ଟେନିସ୍‌ ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ୍ ଆଖ୍ୟା ଅର୍ଜନ କରିଛନ୍ତି। ରବିବାର ଖେଳା ଯାଇଥିବା ଫାଇନାଲ ମ୍ୟାଚ୍‌ରେ ଟପ୍‌ ସିଡ୍‌ କ୍ରୋଏସିଆର ଇଭାନ୍ ଡୋଡିଗ୍‌ ଓ ବ୍ରାଜିଲ୍‌ର ମାର୍ସେଲୋ ମେଲୋଙ୍କୁ କଡ଼ା ମୁକାବିଲା ପରେ ୭-୬, ୬-୧ ସେଟ୍‌ରେ ପରାସ୍ତ କରିଛନ୍ତି। ଏହି ମୁକାବିଲା ୧ ଘଣ୍ଟା ୨୧ ମିନିଟ ଧରି ଚାଲିଥିଲା। ମ୍ୟାଚ୍‌ରେ ବୋପନ୍ନା ଓ ରାମନାଥନ୍ ୪ଟି ବ୍ରେକ୍‌ ପଏଣ୍ଟ ବଞ୍ଚାଇଥିବା ବେଳେ ଉଭୟଙ୍କର ୨ଟି ବ୍ରେକ୍ ପଏଣ୍ଟ ଜିତି ନେଇଥିଲେ। ପ୍ରଥମ ଗେମ୍ ଟାଇବ୍ରେକରରେ ଫଇସଲା ହୋଇଥିବା ବେଳେ ୨ୟ ଗେମ୍‌କୁ ବୋପନ୍ନା ଓ ରାମନାଥନ୍ ସହଜରେ ଜିତି ନେଇଥିଲେ। ବୋପନ୍ନାଙ୍କ ଶକ୍ତିଶାଳୀ ସର୍ଭିସ ମୁକାବିଲାରେ ନିର୍ଣ୍ଣାୟକ ହୋଇଥିଲା। ବିଶ୍ବର ୪୩ନଂ ଡବଲ୍‌ସ ଖେଳାଳି ରୋହଣ ବୋପନ୍ନା ଜୀବନର ୨୦ତମ ଏଟିପି ଟାଇଟଲ ଜିତିଛନ୍ତି। ଅନ୍ୟପକ୍ଷରେ ବିଶ୍ବର ୧୪୪ ନମ୍ବର ଖେଳାଳି ରାମକୁମାର ରାମନାଥନ୍ ଜୀବନର ୨ୟ ଏଟିପି ଟୁର୍ଣ୍ଣାମେଣ୍ଟ ଫାଇନାଲ ଖେଳିଥିବା ବେଳେ ପ୍ରଥମଥର ପାଇଁ ଏକ ଏଟିପି ଟୁର୍ଣ୍ଣାମେଣ୍ଟ ଜିତିଛନ୍ତି। ବୋପନ୍ନା ଓ ରାମନାଥନ୍ ୧୮୭୦୦ ଆମେରିକୀୟ ଡଲାର ପୁରସ୍କାର ରାଶି ଭାଗ କରିଥିବା ବେଳେ ୨୫୦ ମାନ୍ୟତା ପଏଣ୍ଟ ପାଇଛନ୍ତି। ଗ୍ରାଣ୍ଡସ୍ଲାମ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ ଅଷ୍ଟ୍ରେଲିଆନ୍ ଓପନ୍‌ ପୂର୍ବରୁ ଏହି ବିଜୟ ରାମନାଥନ୍‌ଙ୍କୁ ଦୃଢ଼ ବିଶ୍ବାସ ଦେବ। ରାମନାଥନ୍ ଯୋଗ୍ୟତା ପର୍ଯ୍ୟାୟ​‌େ​‌ର ଭଲ ପ୍ରଦର୍ଶନ କରି ଅଷ୍ଟ୍ରେଲିଆନ୍ ଓପନ୍‌ର ମୁଖ୍ୟ ଡ୍ର’ରେ ଖେଳିବାକୁ ଚାହିଁବେ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories