www.samajalive.in
Wednesday, December 10, 2025
16.1 C
Bhubaneswar

ପ୍ରଚଳିତ ଆଇନ ନିର୍ବାଚନରେ କଳାଟଙ୍କା ରୋକି ପାରିବନି: ଇସି

ନୂଆଦିଲ୍ଲୀ,୧୫ା୯: ଦେଶରେ ପ୍ରଚଳିତ ଆଇନ ନିର୍ବାଚନରେ କଳାଟଙ୍କା କାରବାର ରୋକିବାକୁ ଯଥେଷ୍ଟ ନୁହେଁ। ନିର୍ବାଚନରେ ବିପୁଳ ଅର୍ଥ କାରବାର ଚିନ୍ତାର ବିଷୟ ହୋଇଥିଲେ ମଧ୍ୟ ଏହାର ପ୍ରତିକାର କରିବା ଓ ସ୍ୱଚ୍ଛତା ଆଣିବା କଷ୍ଟକର ବ୍ୟାପାର। ତା’ଛଡ଼ା ନିର୍ବାଚନରେ ପ୍ରାର୍ଥୀଙ୍କ ଖର୍ଚ୍ଚ ସରକାର ବହନ କରିବା ଭଳି ସ୍ଥିତି ମଧ୍ୟ ବର୍ତ୍ତମାନ ସୁଦ୍ଧା ଦେଶରେ ସୃଷ୍ଟି ହୋଇନାହିଁ। ଏଭଳି ମତବ୍ୟକ୍ତ କରିଛନ୍ତି ମୁଖ୍ୟ ନିର୍ବାଚନ ଆୟୁକ୍ତ(ଇ.ସି) ଓ.ପି ରାୱତ। ସୁସ୍ଥ ଗଣତନ୍ତ୍ର ପାଇଁ ଏହାର ଅଂଶୀଦାରମାନଙ୍କଠାରେ ଉତ୍ତମ ଚରିତ୍ର, ସାଧୁତା, ଜ୍ଞାନ ଓ ସାହସ ଭଳି ଏକାଧିକ ଗୁଣର ଆବଶ୍ୟକତା ରହିଛି। ମନମୁଖି ଭାବେ ଗଣତନ୍ତ୍ର ଶାସନ ଚାଲିପାରିବ ନାହିଁ ବୋଲି ରାୱତ ମତ ଦେଇଛନ୍ତି। ଏଠାରେ ଆୟୋଜିତ ଏକ ଆଲୋଚନାଚକ୍ରରେ ସେ ଦେଶର ନିର୍ବାଚନ ପ୍ରକ୍ରିୟାରେ ଥିବା ଅନେକ ସମସ୍ୟା ସମ୍ପର୍କ ଉତ୍ଥାପନ କରିଛନ୍ତି। ଏଥିରେ ସଂସ୍କାର ଆଣିବା ଜରୁରୀ ଦର୍ଶାଇ ନିର୍ବାଚନ ଆୟୋଗ ଅନେକ ପ୍ରସ୍ତାବ ଦେଇଥିବା ସେ କହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories