www.samajalive.in
Monday, December 8, 2025
24.1 C
Bhubaneswar

୧୫କିଲୋ ଚୋରା ସୁନା ଜବତ; ୫ ସେନା ଓ ପୁଲିସ ଅଧିକାରୀ ଗିରଫ

କଲକାତା : ସୁନାଚାଲାଣ ଅଭିଯୋଗରେ ପୁଲିସ ଉତ୍ତର ପଶ୍ଚିମବଙ୍ଗରୁ ୫ଜଣଙ୍କୁ ଗିରଫ କରିଛି। ଚୋରା କାରବାର ମାଧ୍ୟମରେ ସେମାନେ ମହଜୁଦ ରଖିଥିବା ୧କିଲୋ ଓଜନ ବିଶିଷ୍ଟ ୧୫ଟି ସୁନା ଖଣ୍ଡକୁ ସିଆଇଡି ପୁଲିସ ଜବତ କରିଛି। ଗିରଫଙ୍କ ମଧ୍ୟରେ ସୈନ୍ୟବାହିନୀର ଜଣେ ଗୁଇନ୍ଦା ଅଧିକାରୀ ଲେଫ୍ଟନାଣ୍ଡ କର୍ଣ୍ଣେଲ ପବନ ବ୍ରହ୍ମା ଓ ଜଣେ ଯବାନ ଦଶରଥ ସିଂହ ରହିଥିବା ଜଣାପଡ଼ିଛି। ଏହି ଦୁଇଜଣଙ୍କ ବ୍ୟତିତ ତିନି ଜଣ ପୁଲିସ ଅଧିକାରୀ ଅନିରୁଦ୍ଧ ଠାକୁର, ସତ୍ୟେନ୍ଦ୍ରନାଥ ରାୟ, କଳ୍ପେନ୍ଦ୍ର ନାରାୟଣଙ୍କ ସହିତ ଜଣେ ପୂର୍ବତନ ପୁଲିସ ଅଧିକରୀଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ଭୁଟ୍ଟାନରୁ ଏହି ସୁନା ଆଣିଥିବା ପୁଲିସ କହିଛି। ରାଜସ୍ଥାନ ନମ୍ବର ଥିବା ଏକ କାରରେ ଏହି ସୁନାକୁ ଅଣାଯାଇ ଆଲିପୁରଦୁଆର ଜିଲାର ହାସିମାରାସ୍ଥିତ ସେନାଧିକାରୀଙ୍କ ଘରେ ଲୁଚାଇ ରଖାଯାଇଥିଲା। ଶନିବାର ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories