www.samajalive.in
Sunday, December 14, 2025
26.1 C
Bhubaneswar

୧୧ ଥର ଟିକା ନେବାପରେ ଜେଲ ଗଲେ ବୃଦ୍ଧ

ପାଟନା: ଚର୍ଚ୍ଚାରେ ବିହାର ମାଧେପୁରର ଜଣେ ବୃଦ୍ଧ । ୧୧ଥର କରୋନା ଟିକା ନେବା ପରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି । ସୂଚନା ଅନୁଯାୟୀ ମାଧେପୁରର ଜଣେ ୮୪ ବର୍ଷ ବୟସ୍କ ବୃଦ୍ଧ୧୧ ଥର କରୋନା ଟିକ ନେଇଛନ୍ତି । ୧୨ ଥର ଟିକା ନେବାବେଳେ ଏପରି ଏକ ଖବର ସାମ୍ନାକୁ ଆସିଛି । ବୃଦ୍ଧ ଜଣକଙ୍କ ନାଁ ବ୍ରହ୍ମଦେବ ମଣ୍ଡଳ । ତାଙ୍କ ନାଁରେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ମାମଲା ରୁଜୁ କରିଛନ୍ତି । ଆଇପିସି ଧାରା ୧୮୮, ୪୧୯, ୪୨୦ରେ ମାମଲା ବ୍ରହ୍ମଦେବଙ୍କ ନାଁରେ ରୁଜୁ କରାଯାଇଛି। ଖୁବଶୀଘ୍ର ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଘଟଣାକୁ ନେଇ ବ୍ରହ୍ମଦେବ କହିଛନ୍ତି କି, ଟିକା ନେବା ପରେ ସେ ବହୁତ ସୁସ୍ଥତା ଅନୁଭବ କରୁଛନ୍ତି । ମୋର ଆଣ୍ଠୁଗଣ୍ଠି ଯନ୍ତ୍ରଣା ଓ ପିଠି ଯନ୍ତ୍ରଣା ଭଲ ହୋଇଛି । ତହା ଛଡ଼ା ସେ ଆହୁରି କହିଛନ୍ତି ଟିକା ନେବା ବେଳେ ସେ ପଞ୍ଜୀକରଣ ପାଇଁ ଆଧାର ଏବଂ ଭୋଟର ପରିଚୟ ପତ୍ର ମଧ୍ୟ ବ୍ୟବହାର କରିଛନ୍ତି ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories