www.samajalive.in
Sunday, December 14, 2025
23.1 C
Bhubaneswar

୨ବାଇକ ଲୁଟେରା ଗିରଫ, ୧୬ ବାଇକ ଜବତ

ବ୍ରହ୍ମପୁର: ସଦର ଥାନା ପୋଲିସକୁ ବଡ଼ ସଫଳତା । ଏକ ବଡ଼ ଧରଣର ବାଇକ ଚୋରି ରାକେଟର ଫର୍ଦ୍ଦାଫାଶ କରିଛି ସଦର ଥାନା ପୋଲିସ । ଘଟଣାରେ ଦୁଇ ଜଣ ବାଇକ ଲୁଟେରାକୁ ପୋଲିସ ଗିରଫ କରିବା ସହ ସେମାନଙ୍କ ନିକଟରୁ ୧୬ଟି ଚୋରା ବାଇକ ଜବତ କରିଛି । ଏନେଇ ସଦର ଏସଡିପିଓ ଶିବଶଙ୍କର ମହାପାତ୍ର ପ୍ରେସ୍ ବିବୃତିରେ ସୂଚନା ଦେଇଛନ୍ତି । ଗତକାଲି ଲୋଚାପଡା ଛକରେ ପୋଲିସ ଗାଡି ଯାଞ୍ଚ କରୁଥିବା ସମୟରେ ଟିଭିଏସ୍ ଆପାଚି ବାଇକରେ ଦୁଇ ଜଣ ବ୍ୟକ୍ତି ଦ୍ରୁତଗତିରେ ଯାଉଥିଲେ । ସେମାନଙ୍କୁ ପୋଲିସ ଅଟକାଇ ଗାଡି କାଗଜ ପତ୍ର ଯାଞ୍ଚ କରିଥିଲେ । ପରେ ସନ୍ଦେହ ହେବାରୁ ପୋଲିସ ଅଧିକ ପଚରାଉଚୁରା କରିଥିଲା । ପଚରାଉଚରା ବେଳେ ସେମାନେ ଚୋରି ବାଇକ ବ୍ୟବହାର କରୁଥିବା ପୋଲିସ ଜାଣିବାକୁ ପାଇଥିଲା ।

ସେମାନେ ଭୁବେନେଶ୍ୱର ଏବଂ ଅନ୍ୟାନ୍ୟ ସ୍ଥାନରୁ ବାଇକ ଚୋରି କରିବା ପରେ ଗୋପାଳପୁର ଥାନା ଗୋଲାବନ୍ଧ ଠାରେ ବାଇକଗୁଡିକୁ ରଖୁଥିବା ପୋଲିସ ଜାଣିବାକୁ ପାଇଥିଲା । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଖୋର୍ଦ୍ଧାର ଗୋଲାମ ହୁସେନ ଖାନ ଓରଫ ପପୁ (୪୩), ଲୋଚାପଡା ବାସୁଦେବନଗର ୭ମ ଗଳିର ଲିଲୁ ବେହେରା (୨୨)। ହୁସେନର ଘର ଖୋର୍ଦ୍ଧା ଜିଲ୍ଲାରେ ହୋଇଥିବା ବେଳେ ସେ ଗୋଲାବନ୍ଧ ଆର୍ମି ଏଡ଼ କଲେଜ ନିକଟରେ ରହୁଥିଲା ।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories