www.samajalive.in
Saturday, December 13, 2025
26.1 C
Bhubaneswar

ନିର୍ମାଣର ୬ ମାସ ମଧ୍ୟରେ ଫାଟିଲା ବିଦ୍ୟାଳୟ ପାଚେରୀ

ଧାମରା: ଧାମରା ଅଂଚଳରେ ଶାସକ ଦଳର ଠିକାଦାରମାନଙ୍କ ଠିକା କାର୍ଯ୍ୟ କେବଳ ଠିକା ଠିକାରେ ହିଁ ରହିଯାଇଛି। ନିର୍ମାଣ ହୋଇଥିବା କାର୍ଯ୍ୟର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ହୋଇ ପଡିଥିବା ବେଳେ ଇତି ମଧ୍ୟରେ ଠିକାଦାର ବିଲ କରାଇ ନେଇଥିବା ଜଣାଯାଇଛି। ପ୍ରାପ୍ତ ଖବରରୁ ଜଣାଯାଇଛି ଧାମରା ନିକଟସ୍ଥ ଦୋସିଙ୍ଗା ପଂଚାୟତରେ ଥିବା ସମିପାଟିଆ ସରକାରୀ ବିଦ୍ୟାଳୟର ପାଚେରୀ ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ସେପ୍ଟମ୍ବର ୨୦୨୧ ମସିହାରେ ଏହି ବିଦ୍ୟାଳୟର ପାଚେରୀ ନଥିବା ବେଳେ ସଂପୃକ୍ତ ଜନପ୍ରତିନିଧିଙ୍କ ଅନୁରୋଧ କ୍ରମେ ଏହି ବିଦ୍ୟାଳୟର ପାଚେରୀ ନିର୍ମାଣ ପାଇଁ ୨ଲକ୍ଷ ଟଙ୍କା ଅନୁମୋଦନ ମିଳିଥିଲା। ଏହି କାର୍ଯ୍ୟାଦେଶ ମିଳିବା ପରେ ସଂପୃକ୍ତ ଠିକାଦାର ୧୦ଇଂଚ ମୋଟେଇ ରଡ ବଦଳରେ ୮ଇଂଚ ରଡ ଲଗାଇ ଗ୍ରେଟ ବିମ ପକାଇଥିଲେ। ଏହି କାର୍ଯ୍ୟ ମଧ୍ୟରେ ଏଭଳି ଅନିୟମିତତା ବିରୁଦ୍ଧରେ ସଂପୃକ୍ତ କନିଷ୍ଠ ଯନ୍ତ୍ରୀଙ୍କ ପାଖରେ ଅଭିଯୋଗ ହୋଇଥିଲା।

କନିଷ୍ଠ ଯନ୍ତ୍ରୀ ଆସି କାର୍ଯ୍ୟ ତଦାରଖ କରିବା ବଦଳରେ ଠିକାଦାରଙ୍କ ସହ ସାଲିସ କରିଥିଲେ ବୋଲି ସ୍ଥାନୀୟ ଲୋକେ ଅଭିଯୋଗ ଆଣିଛନ୍ତି। ପରେ ଏହି ଭଳି କାର୍ଯ୍ୟରେ ସଂପୃକ୍ତ ବିଦ୍ୟାଳୟର ପାଚେରୀ ନିର୍ମାଣ ଶେଷ ହୋଇଗଲା। ମାତ୍ର କାର୍ଯ୍ୟ ଶେଷ ହେବା ପରେ ପରେ ଏହି ପାଚେରୀ କାନ୍ଥରେ ଫାଟ ସୃଷ୍ଟି ହୋଇ ଯାଇଛି। ଫଳରେ କରୋନା ପାଇଁ ବିଦ୍ୟାଳୟ ବନ୍ଦ ଥିବା ବେଳେ ବିଦ୍ୟାଳୟ ଖୋଲାଗଲେ ସ୍ଥାନୀୟ ଜନସାଧାରଣ ସେହି ବିଦ୍ୟାଳୟକୁ ନିଜ ନିଜର କୁନୀ କୁନୀ ଛୁଆଙ୍କ ଛାଡିବାକୁ ମନା କରିବା ସହ ଏହି ପାଚେରୀ ପୁନଶ୍ଚ ଭାଙ୍ଗି ନବନିର୍ମାଣ କରିବାକୁ ଅଡି ବସିଲେଣି। ଏଥିସହ ଏ ବିଷୟରେ ସେମାନେ ଭଦ୍ରକ ଜିଲ୍ଲାପାଳ, ଚାନ୍ଦବାଲି ବ୍ଲକ ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। କେଉଁ ପରିସ୍ଥିତିରେ ଏହି କାର୍ଯ୍ୟ ନିମ୍ନ ମାନର ହେବା ସହ ସଂପୃକ୍ତ କାର୍ଯ୍ୟର ବିଲ ବ୍ଲକ ଜେଇ ପାଶ କରାଇଲେ ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି। ଏ ବାବଦରେ ଚାନ୍ଦବାଲି ବ୍ଲକ ବିଡିଓଙ୍କ ସହ ଯୋଗାଯୋଗ କରିବାରୁ ସେ ଫୋନ ଗ୍ରହଣ କରି ନଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories