www.samajalive.in
Saturday, December 13, 2025
21.1 C
Bhubaneswar

ତାରିଣୀ ପୀଠ ଏବଂ ଆନନ୍ଦପୁର ଉପଖଣ୍ଡକୁ ରେଳ ସଂଯୋଗୀକରଣ ନିମନ୍ତେ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ପାଟଣା: ପ୍ରସିଦ୍ଧ ଦେବୀ ପୀଠ ଘଟଗାଁ ମା” ତାରିଣୀ ମନ୍ଦିର ସହ ଆନନ୍ଦପୁର ଉପଖଣ୍ଡକୁ ରେଳ ସଂଯୋଗୀକରଣ ଦାବୀରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ବାଲେଶ୍ୱର ଠାରେ ଭେଟି ଦାବିପତ୍ର ପ୍ରଦାନ କଲେ ଘଷିପୁରା ନିର୍ବାଚନ ମଣ୍ଡଳୀର ବିଜେପି ନେତା । କେନ୍ଦୁଝର ଜିଲ୍ଲାର ସ୍ୱତନ୍ତ୍ର ପରିଚୟ ବହନ କରୁଥିବା ଘଟଗାଁ ମା” ତାରିଣୀ ପୀଠକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ଦର୍ଶକମାନଙ୍କ ନିମନ୍ତେ ଉଚିତ ଗମନାଗମନର ସୁବିଧା ନ ନଥିବା କାରଣରୁ ଦର୍ଶନାର୍ଥୀମାନଙ୍କ ମନରେ ବହୁ ଦିନ ଧରି ଅସନ୍ତୋଷ ପ୍ରକାଶ ପାଇ ଆସୁଛି। ଏହାକୁ ଦୃଷ୍ଟିରେ ରଖି ମା” ତାରିଣୀଙ୍କ ପୀଠକୁ ରେଳ ସଂଯୋଗୀକରଣ ହୋଇପାରିଲେ ଭକ୍ତ ମାନେ ସ୍ୱଳ୍ପ ଅର୍ଥ ସୁବିଧା ସୁଯୋଗରେ ମା” ଦର୍ଶନ କରିବା ଦାବୀ ସହ କେନ୍ଦୁଝର ଜିଲ୍ଲାର ଅନ୍ୟ ଏକ ବ୍ୟବସାୟିକ ପେଣ୍ଠସ୍ଥଳୀ ଆନନ୍ଦପୁର ଉପଖଣ୍ଡ ହୋଇଥିଲେ ମଧ୍ୟ ଏଠାକାର ସାଧାରଣ ଜନତା ବିଶେଷ କରି ଖଣି ଖାଦାନ ଅଞ୍ଚଳ ଉପରେ ବେପାର ପାଇଁ ନିର୍ଭରଶୀଳ ଥିଲେ ସୁଦ୍ଧା ଦୀର୍ଘଦିନ ଧରି ଏହି ଦୁଇଟି ସ୍ଥାନରେ ରେଳ ସଂଯୋଗୀକରଣ ନିମନ୍ତେ ଦାବି ହୋଇ ଆସୁଥିଲେ ମଧ୍ୟ ତାହା ସଫଳ ହୋଇପାରି ନାହିଁ।

ଏ ନେଇ ଆଜି ଭାରତୀୟ ଜନତା ଘଷିପୁରା ନିର୍ବାଚନ ମଣ୍ଡଳୀ ତରଫରୁ ଜିଲ୍ଲା ସମ୍ପାଦକ ଦୀପକ ଜେନା, ଜିଲ୍ଲା କାର୍ଯ୍ୟାଳୟ ସମ୍ପାଦକ ଜୟଦେବ ଗିରି, ଜିଲ୍ଲା ଯୁବ ମୋର୍ଚ୍ଚା ଉପସଭାପତି ଆକାଶ କୁମାର ସାହୁ ପ୍ରମୁଖ ଏକ ପ୍ରତିନିଧି ମଣ୍ଡଳୀ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟି ଦାବୀ ଜଣାଇଥଲେ। ଏ ନେଇ କେନ୍ଦ୍ର ରେଳମନ୍ତ୍ରୀ ବ୍ୟକ୍ତିଗତ ଭାବେ ଅନୁଧ୍ୟାନ କରି ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories