www.samajalive.in
Sunday, December 14, 2025
23.1 C
Bhubaneswar

ସ୍ୱାଧୀନତା ସଂଗ୍ରାମୀ ଗୋବିନ୍ଦ ତ୍ରିପାଠୀଙ୍କ ଶତବାର୍ଷିକୀ ସମାରୋହ

ସୁଆଣ୍ଡୋ : ପୁରୀ ଜିଲା ବାଲିପୁଟ ଗ୍ରାମରେ ସ୍ୱାଧୀନତା ସଂଗ୍ରାମୀ ଗୋବିନ୍ଦ ତ୍ରିପାଠୀଙ୍କ ଶତବାର୍ଷିକୀ ସମାରୋହ ଶୁକ୍ରବାର ଉଦଯାପିତ ହୋଇଯାଇଛି। ଏ ଅବସରରେ ସ୍ୱର୍ଗତ ତ୍ରିପାଠୀ ଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ୱାଧୀନତା ସଂଗ୍ରାମୀ ପଦ୍ମଚରଣ ନାୟକ ଅନାବରଣ କରିଥିଲେ। ତ୍ରିପାଠୀଙ୍କ ଫଟୋଚିତ୍ର ରେ ମାଲ୍ୟାର୍ପଣ ପ୍ରଦୀପ ପ୍ରଜ୍ବଳନ ପ୍ରାରମ୍ଭିକ ସଂଗୀତ ଗାନ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ ଆୟୋଜିତ ସ୍ମୃତିଚାରଣ ସଭାରେ ଆଇନଜୀବୀ ଉମାବଲ୍ଲଭ ମହାପାତ୍ର ସଭାପତିତ୍ୱ କରିଥିଲେ । ଶ୍ରୀ ନାୟକ ମୁଖ୍ୟ ଅତିଥି, ମହାରାଷ୍ଟ୍ରର ପ୍ରାକ୍ତନ ମୁଖ୍ୟ ଶାସନ ସଚିବ ଗୋପାଳଚନ୍ଦ୍ର ତ୍ରିପାଠୀ , ଶିକ୍ଷାବିତ ରଘୁନାଥ ମିଶ୍ର , ପ୍ରିୟ ପତ୍ର ସଂପାଦକ ବିପିନ ବିହାରୀ ଦଳେଇ , ଶିକ୍ଷକ ଭାସ୍କର ମିଶ୍ର , ଗୋବିନ୍ଦ ଚନ୍ଦ୍ର ପାରଖ , ଆଇନଜୀବୀ ପୁଷ୍କର ମହାପାତ୍ର ପ୍ରମୁଖ ଯୋଗଦେଇ ସ୍ୱର୍ଗତ ତ୍ରିପାଠୀଙ୍କ ବହୁମୁଖୀ ପ୍ରତିଭା ସଂପର୍କ ରେ ଆଲୋକପାତ କରିଥିଲେ ।

ପୁତ୍ର ଇଡିକୋର ପ୍ରାକ୍ତନ ମୁଖ୍ୟଯନ୍ତ୍ରୀ ବିଜୟଚନ୍ଦ୍ର ତ୍ରିପାଠୀ ମଞ୍ଚ ପରିଚାଳନା କରିଥିଲେ । ଏହି ପରିପ୍ରେକ୍ଷୀରେ ବିଭିନ୍ନ ବିଭାଗରେ ପ୍ରତିଷ୍ଠା ଲାଭକରିଥିବା ଗୁଣୀ ବ୍ୟକ୍ତି ମାନଙ୍କୁ ମାନପତ୍ର ଉତରୀୟ ପୁଷ୍ପଗୁଚ୍ଛ ପ୍ରଦାନ କରି ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ପୁତ୍ର ଅଜୟକୁମାର ତ୍ରିପାଠୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । କନ୍ୟା ଉଷାରାଣୀ ଓ ରାଜଲକ୍ଷ୍ମୀ ଙ୍କ ସହିତ ଶତାଧିକ ବ୍ୟକ୍ତି ସମାରୋହସ୍ଥଳରେ ଉପସ୍ଥିତ ଥିଲେ ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories