www.samajalive.in
Monday, December 8, 2025
24.1 C
Bhubaneswar

କର୍ତ୍ତୁପକ୍ଷଙ୍କ ଅବହେଳା ଯୋଗୁଁ ଶିକ୍ଷାରୁ ବଞ୍ଚିତ ହେଲା ଆଦିବାସୀ ଛାତ୍ରୀ

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ କର୍ଚ୍ଚବାଡି ପଞ୍ଚାୟତର ରାଟାମା ଗ୍ରାମର ଜଣେ ଛାତ୍ରୀ କର୍ତ୍ତୁପକ୍ଷଙ୍କ ଅବହେଳା ଯୋଗୁଁ ଶିକ୍ଷାରୁ ବଞ୍ଚିତ ହୋଇଥିବା ଦେଖାଯାଇଛି। ଯେଉଁଠି ସରକାରଙ୍କ ବିକାଶ ଅପହଞ୍ଚ ସେଠାରୁ ନୟନୀ ମଳିକ ନାମଙ୍କ ଛାତ୍ରୀ ପାଠ ପଢିବା ଲକ୍ଷ୍ୟ ନେଇ ମୋହନା ସ୍ଥିତ ସରକାରୀ ବାଳିକା ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ନାମ ଲେଖାଇ ୨ୟ ଶ୍ରେଣି ପାସ କରିଥିଲା। ଏହି ସମୟରେ ତାର ବାପାଙ୍କ ଅକାଳ ମୃତ୍ୟୁ ଯୋଗୁଁ ଅଧାରୁ ପାଠ ଛାଡି ଘରେ ରହି ବଗଡ କାମ କରୁଥିଲା। ଗ୍ରାମ୍ୟ ଶିଶୁ ସୁରକ୍ଷା ସମିତି ତରଫରୁ ତାକୁ ବୁଝାଇବା ପରେ ପୁନର୍ବାର ପାଠ ପଢିବା ପାଇଁ ସେ ଆଗ୍ରହ ପ୍ରକାଶ କରିଥିଲା। ପରେ ସେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଅନୁରୋଧ କରିଥିଲା। ମାତ୍ର ଦୀର୍ଘ ବର୍ଷ ହେଲା ପାଠ ଛାଡି ଥିବାରୁ ଉକ୍ତ ଛାତ୍ରୀ ଉପର ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଭଳି ସମକକ୍ଷ ହୋଇ ପାରିବ ନାହିଁ କହି ଟିସି ଦେଇ ପୁନଃ ନାମ ଲେଖାଇବା ସୁଯୋଗ ଦେବାପାଇଁ ରୋକଠୋକ ମନା କରି ଦେଇଥିଲେ। ଏ ସମ୍ପର୍କରେ ନୟନୀର ବଡ ଭାଇ ରମେଶ ମଳିକ ଗୋଷ୍ଠୀ ଶିକ୍ଷାଅଧିକାରୀଙ୍କ ଅନୁପସ୍ଥିତିରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ତଥା ବିଆରସିସି ଯୁଧିଷ୍ଟିର ବେହେରାଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଗୋଷ୍ଠୀ ଶିକ୍ଷାଧିକାରୀ ଆସିଲେ କଥାବାର୍ତ୍ତା କରି ତୁରନ୍ତ ନାମ ଲେଖାଯିବା ପାଇଁ ବ୍ୟବସ୍ଥା କରିବାକୁ ପ୍ରତିଶ୍ରୁତି ଦେଇ ଅଭିଯୋଗଟିକୁ ସପ୍ତାହ ପରେ ଫେରାଇ ଦେଇଥିଲେ। ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କହିବା କଥା ପ୍ରଧାନ ଶିକ୍ଷୟତ୍ରୀ ନାମ ଲେଖାଇବାକୁ ଅମଙ୍ଗ ଥିବାରୁ ମୁଁ କିଛି କରି ପାରିବି ନାହିଁ। ଏସମ୍ପର୍କରେ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସଙ୍ଗିତାରାଣୀ ବକ୍ସିଙ୍କୁ ପଚାରିବାରୁ ସେ କହିଥିଲେ ବିଦ୍ୟାଳୟର ଆସନ ସଂଖ୍ୟା ନଥିବାରୁ ଆସନ୍ତା ବର୍ଷ ଉକ୍ତ ଛାତ୍ରୀଙ୍କୁ ବିଦ୍ୟାଳୟରେ ନାମଲେଖାଇବା ପାଇଁ ମୁଁ କହିଥିଲି। ଶିକ୍ଷା ଅଧିକାର ଆଇନ ୨୦୦୯ ଅନୁଯାୟୀ ଅଧାରୁ ପାଠ ଛାଡିଥିବା ଶିଶୁମାନେ ଯେ କୌଣସି ସମୟରେ ବୟସ ଅନୁସାରେ ଉପଯୁକ୍ତ ଶ୍ରେଣୀରେ ନାମଲେଖାଇଲେ ସେମାନଙ୍କ ଶୈକ୍ଷିକ ବିକାଶ ପାଇଁ ଅତିରିକ୍ତ ଶିକ୍ଷକ ନିଯୁକ୍ତ କରି ପାଠ ପଢାଇବାକୁ ବ୍ୟବସ୍ଥା ଥିଲେ ସୁଦ୍ଧା ଏହାର ବ୍ୟତିକ୍ରମ ଘଟିଛି। ଯଦି ଉକ୍ତ ଛାତ୍ରୀକୁ ତାର ଅଧିକାର ନ ମିଳେ ତେବେ ଆଗାମୀ ଦିନରେ ପରିବାର ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିବେ ବୋଲି ଦୁଃଖ ଓ କ୍ଷୋଭର ସହ ପରିବାର ଲୋକେ ପ୍ରକାଶ କରିଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories