www.samajalive.in
Sunday, December 14, 2025
26.1 C
Bhubaneswar

ତାରିଣୀ କପ ଫୁଟବଲ ପ୍ରତିଯୋଗିତା ଉଦଯାପିତ

ପାଟଣା: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ପଇଦାପାଟଣା ସ୍ଥିତ ମା’ ତାରିଣୀ ଯୁବକ ସଂଘ ପଇଦାପାଟଣା ଦ୍ୱାରା ଆୟୋଜିତ ୯ମ ବର୍ଷିକ ଫୁଟବଲ ପ୍ରତିଯୋଗିତା ଗତକାଲି ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଏଥିରେ ମା ତାରିଣୀ ଏଫସି ବାଂଶପାଳ, ଏଚଏଚ ବଡ ନୂଆଗାଁ ଭୀମକୁଣ୍ଡକୁ ଟାଇବ୍ରେକରରେ ହରାଇ ଚଳିତ ବର୍ଷର ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି। ଗତ ୩୦ ଏବଂ ୩୧ ଦୁଇ ଦିନ ବ୍ୟାପି ଚାଲିଥିବା ଏହି ପ୍ରତିଯୋଗିତା ରେ ରାଜ୍ୟ ତଥା ରାଜ୍ୟ ବାହାରର ୧୬ ଗୋଟି ଦଳ ଅଂଶ ଗ୍ରହଣ କରିଥିବାବେଳେ ଫାଇନାଲ ମ୍ୟାଚ ଟି ମା ତାରିଣୀ ଏଫସି ବାଂଶପାଳ, ଏଚଏଚ ବଡ ନୂଆଗାଁ ଭୀମକୁଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ସମୟ ମଧ୍ୟରେ ଗୋଲ ନହବାରୁ ଟ୍ରାଇବ୍ରେକରର ସହାୟତା ନିଆ ଯାଇଥିଲା ଏଥିରେ ମା ତାରିଣୀ ଏଫ ସି ବାଂଶପାଳ ବିଜୟ ହୋଇଥିଲା।

ସେହିପରି ଫାଇନାଲ ପୂର୍ବରୁ ଯେ ଏସ ଡ଼ବ୍ଲୁ ଜଜାଙ୍ଗ ଏବଂ ତ୍ରିବେଣୀ ଏକାଡେମୀ ମଧ୍ୟରେ ଏକ ମହିଳା ପ୍ରଦର୍ଶନୀ ମ୍ୟାଚ ଅନୁଷ୍ଠିତ ହୋଇଥିଲା ଏଥିରେ ତ୍ରିବେଣୀ ଏକାଡେମୀ ୧-୦ ଗୋଲ ରେ ବିଜୟ ହୋଇଥିଲା। ତହସିଲଦାର ଜନକ ନାୟକଙ୍କ ଦ୍ୱାରା ଉଦଘାଟିତ ଏହି ପ୍ରତିଯୋଗିତା ର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢ଼ୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପ୍ରତିଜ୍ଞା ଟିଭି ଚେୟାରମ୍ୟାନ ନିବୃତ୍ତ ଜେନା, ବରିଷ୍ଠ ସାମ୍ବାଦିକ ନୃସିଂହନାଥ ସିଂହ, ସରପଞ୍ଚ ସୁକାନ୍ତି ନାୟକ, ସମିତି ସଭ୍ୟ ରାମଚନ୍ଦ୍ର ମହାନ୍ତ, ସାମ୍ବାଦିକ ରାକେଶ ବାରିକ, ପୂର୍ବତନ ସରପଞ୍ଚ ଜାନକୀ ଚାମ୍ପିଆ, ସମାଜ ସେବୀ ମୁକୁନ୍ଦ ମୁଣ୍ଡା ପ୍ରମୁଖ ଯୋଗ ଦେଇଥିବା ବେଳେ ସ୍ୱତନ୍ତ୍ର ଅତିଥି ଭାବେ ଶିଶୁ କଳାକାର ସ୍ତିତିପ୍ରଜ୍ଞା ସେଠୀ ପ୍ରମୁଖ ଯୋଗ ଦେଇଥିଲେ। ପୁରସ୍କାର ବିତରଣ ଉତ୍ସବ ପୂର୍ବରୁ କ୍ଲବ ତରଫରୁ ଏକ ସମର୍ଦ୍ଧନା କାର୍ଯ୍ୟକ୍ରମ କରାଯାଇ ବିଭିନ୍ନ ବର୍ଗର ସଫଳ ବ୍ୟକ୍ତି ବିଶେଷ ଙ୍କୁ ଉତ୍ତରୀୟ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବ ରେ ବିଜୟୀ ଦଳକୁ ୫୦ ହଜାର ଟଙ୍କାର ସହ ଟ୍ରଫି, ଉପବିଜେତା ଦଳକୁ ୩୫ ହଜାର ଟଙ୍କା ଏବଂ ସେମି ଫାଇନାଲରେ ପରାଜିତ ଟିମ କୁ ୧୦ହଜାର ଟଙ୍କା ଲେଖାଏଁ ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ।

- Advertisement -

ଏହି ଟୁର୍ଣ୍ଣାମେଣ୍ଟର ଖେଳ କୁ ରାଜ୍ୟ ସ୍ତରୀୟ ରେଫରି କୃଷ୍ଣଚନ୍ଦ୍ର ମହାନ୍ତ, ଶଙ୍କର୍ଷଣ ନାଏକ,ଯତୀନ ମହାନ୍ତ, ଏମ୍ ଡି ହଲିମ ପରିଚାଳନା କରିଥିବା ବେଳେ ଖେଳର ଧାରାବିବାରଣୀ ପ୍ରଦାନ କରିଥିଲେ ସୁନାମ ଧନ୍ୟ ଭାଷ୍ୟକାର କ୍ଷୀରୋଦ କୁମାର ଗିରି ଏବଂ କୁନାଲ କୁମାର ପଣ୍ଡା, ସଭାପତି ଜଗନ୍ନାଥ ମହାନ୍ତ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରତିଯୋଗିତା କୁ ସଫଳ କରିବା ପାଇଁ କ୍ଲବ ର କାର୍ଯ୍ୟକାରୀ ସମ୍ପାଦକ ଟିକାନ ନାୟକ, ସାଙ୍ଗଠନିକ ସମ୍ପାଦକ ରମାକାନ୍ତ ମହାନ୍ତ, ସମ୍ପାଦକ ହୃଷିକେଶ ମହାନ୍ତ ମୁଖ୍ୟ ଭୂମିକା ଗ୍ରହଣ କରିବା ବେଳେ ତାଙ୍କୁ ସହଯୋଗ କରିଥିଲେ କ୍ଲବର ଯୋଗେଶ୍ୱର ମହାନ୍ତ, ଗଜେନ୍ଦ୍ର ମହାନ୍ତ, ମୁକେଶ ଦଳେଇ, ମଣ୍ଟୁ ନାଏକ, ସଞ୍ଜୟ ନାଏକ, ପ୍ରମୋଦ ନାଏକ, ଦେବଦତ ନାୟକ, ନାଥ ମହାନ୍ତ, ହେମନ୍ତ ମହାନ୍ତ, ଭାଗୀରଥି ମହାନ୍ତ, ନବକିଶୋର ନାୟକ, ଶିବପ୍ରସାଦ ନାୟକ, ପପୁ ଗିରି, ସଶଧର ଗିରି, କାଳିଆ, ଲିପୁନ ମହାନ୍ତ, ଲିଟୁନ ମହାନ୍ତ, ସାନୁ ତାମୁଳିଆ, ପିତାମ୍ବର ମୁଣ୍ଡା ପ୍ରମୁଖ ସହଯୋଗ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories