www.samajalive.in
Friday, December 12, 2025
19.1 C
Bhubaneswar

ବିଯୁକ୍ତ ୫୦ ଡିଗ୍ରୀ ସେଲସିୟସରେ ସୁରକ୍ଷା ଦେଉଥିବା ପୋଷାକର ଜ୍ଞାନକୌଶଳ ହସ୍ତାନ୍ତର କଲା ଡ଼ିଆରଡ଼ିଓ

ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ, ଡିଆରଡିଓ ମଙ୍ଗଳବାର ଦିନ ପାଞ୍ଚଟି ଭାରତୀୟ କମ୍ପାନୀକୁ ବିଯୁକ୍ତ ୫୦ ଡିଗ୍ରୀ ସେଲସିୟସରୁ ବଞ୍ଚିବା ପାଇଁ ଜ୍ଞାନକୌଶଳ ହସ୍ତାନ୍ତର କରିଛି। ଏହି ତ୍ରି-ସ୍ତରୀୟ ଅତ୍ୟଧିକ ଥଣ୍ଡା ପୋଷାକ ବ୍ୟବସ୍ତା ଯୁକ୍ତ ୧୫ ଡିଗ୍ରୀରୁ ବିଯୁକ୍ତ ୫୦ ଡିଗ୍ରୀ ସେଲସିୟସ୍ ତାପମାତ୍ରା ମଧ୍ୟରେ ଥର୍ମାଲ୍ ଇନସୁଲେସନ୍ (ଦେହକୁ ଉଷୁମ ରଖିବା) ଯୋଗାଇବା ପାଇଁ ଡିଜାଇନ୍ କରାଯାଇଛି।

ବରଫାବୃତ୍ତ ଅଂଚଳ ଏବଂ ହିମାଳୟ ଶିଖରରେ ନିରନ୍ତର କାର୍ଯ୍ୟ ପାଇଁ ଭାରତୀୟ ସେନା ଏହି ପୋଷାକ ଆବଶ୍ୟକ କରୁଥିଲା। ଏ ପର୍ଯ୍ୟନ୍ତ ଭାରତୀୟ ସେନା ଏହି ଭଳି ସ୍ୱତନ୍ତ୍ର ପୋଷାକ ଏବଂ ପର୍ବତାରୋହଣ ଉପକରଣ ସାମଗ୍ରୀ ଆମଦାନୀ କରିଆସୁଛି। ଡିଆରଡିଓ ପ୍ରସ୍ତୁତ କରିଥିବା ଏହି ପୋଷାକ ହେଉଛି ଏର୍ଗୋନୋମିକ୍ ଡିଜାଇନ୍ ହୋଇଥିବା ଏକ ମଡ୍ୟୁଲାର୍ ବୈଷୟିକ ଉପଯୋଗୀ ସମ୍ପନ୍ନ ପୋଷାକ। ଏହା ଉନ୍ନତ ତାପ ସୃଷ୍ଟିକାରୀ ଏବଂ ହିମାଳୟ ଅଞ୍ଚଳରେ ଶାରୀରିକ ଆରାମ ଯୋଗାଇ ପାରିବ।

- Advertisement -

ଏହି ଅବସରରେ ଡିଆରଡିଏ ଅଧ୍ୟକ୍ଷ ଡଃ ଜି ସତୀଶ ରେଡ୍ଡୀ ସ୍ୱତନ୍ତ୍ର ପୋଷାକ ଏବଂ ପର୍ବତାରୋହଣ ଉପକରଣ ସାମଗ୍ରୀ ପାଇଁ ସ୍ୱଦେଶୀ ଶିଳ୍ପ ଭିତ୍ତିଭୂମି ବିକାଶର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। କେବଳ ସେନାର ଆବଶ୍ୟକତାକୁ ପୂରଣ କରିବା ପାଇଁ ନୁହେଁ ବରଂ ଆଗାମୀ ଦିନରେ ଏଭଳି ଦ୍ରବ୍ୟର ରପ୍ତାନି ସମ୍ଭାବନା ବିଷୟ ମଧ୍ୟ ସେ କହିଛନ୍ତି। ଏହି ପୋଷାକ ବ୍ୟବହାର ଦ୍ୱାରା ଶ୍ୱାସକ୍ରିୟା ସଂଚାଳନ, ଉତ୍ତାପ ଏବଂ ଜଳ କ୍ଷୟ ଏବଂ ଶୀଘ୍ର ଜଳ ଅବଶୋଷଣ ସହିତ ପର୍ଯ୍ୟାପ୍ତ ନିଶ୍ୱାସ ପ୍ରଶ୍ୱାସ ସହିତ ଦେହର ତାପମାତ୍ରା ନିୟନ୍ତ୍ରଣ କରିଥାଏ।

Hot this week

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

ଗାଈ କଟାକୁ ନେଇ ଉତ୍ତେଜନା- ମାମଲା ରୁଜୁ

ଗୋପାଳପୁର - ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟସ୍ଥ ସୋରାବାଡି ଜଙ୍ଗଲରେ...

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

Related Articles

Popular Categories