www.samajalive.in
Wednesday, December 10, 2025
23.1 C
Bhubaneswar

ବନ୍ଧା ହେଲା ମାଞ୍ଜା ସୂତା ଦୋକାନୀ

ଭୁବନେଶ୍ବର: କଟକ ଜଗତପୁରରେ ମାଞ୍ଜା ସୂତା ଲାଗି ଯୁବକଙ୍କ ମୃତ୍ୟୁ ଘଟଣାରେ ମାଞ୍ଜା ସୂତା ବିକ୍ରି ଅଭିଯୋଗରେ ଜଣକୁ ପୁଲିସ ଗିରଫ କରିଛି। ଜଗତପୁରର ମାଞ୍ଜା ସୂତା ଦୋକାନୀ ସେକ ଅନୱରଙ୍କୁ ପୁଲି ଗିରଫ କରିଛି।

ମାଞ୍ଜା ସୂତା ଲାଗି ଯୁବକଙ୍କ ବେକ କଟି ମୃତ୍ୟୁ ପରେ ଆଜି ପୁଲିସ ପକ୍ଷରୁ ବିିଭିନ୍ନ ଗୁଡି ଦୋକାନରେ ଚଢାଉ କରାଯାଉଛି। ନୟାସଡକ, ନନ୍ଦିସାହିରେ ପୁରୀଘାଟ ଥାନା ପୁଲିସ ଚଢାଉ କରିଛି। ବିିଭିନ୍ନ ଗୁଡି ଦୋକାନରେ ଚଢାଉ ଜାରି ରଖିଛି ପୁଲିସ। ମାଞ୍ଜା ସୂତା ଲାଗି ଯୁବକଙ୍କ ମୃତ୍ୟୁକୁ ନେଇ କଟକ ଡିସିପି ପ୍ରତୀକ ସିଂହ ପ୍ରତିକ୍ରିୟା ରଖି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସମସ୍ତ ଥାନା ଅଧିକାରୀଙ୍କୁ ଘଟଣାର ତଦନ୍ତ ନେଇ ଡିସିପି ନିର୍ଦେଶ ଦେଇଛନ୍ତି। ଏହାସହ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ ଦ୍ୱାରା ବିିଭିନ୍ନ ସ୍ଥାନରେ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମାଞ୍ଜା ସୂତାର ବ୍ୟବହାର ଓ ବିକ୍ରି ନେଇ ଯାଞ୍ଚ ହେବ। ଏନେଇ କଟକ ମହାନଗର ନିଗମ ଡେପୁଟି କମିଶନର ସୂଚନା ଦେଇଛନ୍ତି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories