ଚୌଦ୍ୱାର:ନୂଆପାଟଣାସ୍ଥିତ କାର୍ସିନୋଭା କ୍ୟାନସର ହସପିଟାଲର ବାର୍ଷିକୋତ୍ସବ ହସପିଟାଲ ପରିସରରେ ପାଳିତ ହୋଇ ଯାଇଛି। ଅନୁଷ୍ଠାନର ମୁଖ୍ୟ ଡା. କ୍ଷୀତିଶ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡା. ପ୍ରଜ୍ଞା ପାରମିତା ମିଶ୍ର ଅତିଥି ଭାବେ ଉଦବୋଧନ ଦେଇ ଦେଇ ସଚେତନତା ମାଧ୍ୟମରେହିିଁ କର୍କଟ ରୋଗକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ୧୦ ବର୍ଷରୁ ଉର୍ଦ୍ଧ ସମୟ ଧରି କର୍କଟ ରୋଗ ସହିତ ସଂଘର୍ଷ କରି ନୂଆ ଜୀବନ ପାଇଥିବା ବ୍ୟକ୍ତି ମାନଙ୍କ ଉପରେ ଆଧାରିତ ଆଶା କାର୍ଡ଼ ଉନ୍ମୋଚିତ ହେଇଥିଲା ।
ଆୱାକେନ୍ ସଂସ୍ଥାର ସ୍ୱାଗତିକା ଆଚାର୍ଯ୍ୟ, ଡା. ଶ୍ରୀଜୟ ପଟ୍ଟନାୟକ, ଡା. ଏସ୍. ଏନ୍. ସେନାପତି, ଡା. ଶକ୍ତି ପ୍ରସାଦ ସାହୁ, ଡା. ଘନଶ୍ୟାମ ବିଶ୍ୱାସ ପ୍ରମୁଖ ଯୋଗଦେଇ ହସପିଟାଲର ରୋଗୀ ମାନଙ୍କ ମନୋବଳ ବଢ଼ାଇବା ପାଇଁ ଉତ୍ସାହିତ କରିଥିଲେ। ଏହି ଅବସରରେ ହସପିଟାଲ ଅନ୍ତେବାସୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।



