www.samajalive.in
Wednesday, December 10, 2025
16.1 C
Bhubaneswar

କିଶୋରଙ୍କୁ କେବଳ ଦିଆଯିବ କୋଭାକ୍ସିନ ଟିକା, ଜାନୁଆରୀ ପହିଲାରୁ ଆରମ୍ଭ ହେବ ଟିକାକରଣ ପାଇଁ ପଞ୍ଜୀକରଣ

ନୂଆଦିଲ୍ଲୀ: କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କିଶୋର ଟିକାକରଣ ପାଇଁ ନିୟମାବଳୀ ଜାରି ହୋଇଛି। ଏହି ନିୟମାବଳୀରେ କିଶୋରଙ୍କୁ କେବଳ କୋଭାକ୍ସିନ ଟିକା ଦିଆଯିବ ବୋଲି ଦର୍ଶାଯାଇଛି। କିଶୋରଙ୍କ ପାଇଁ ଜାନୁଆରୀ ୩ରେ ଟିକାକରଣ ଆରମ୍ଭ ହେବ। କୋଭିଡ୍ ଟିକାକରଣ ପାଇଁ ଜାନୁଆରି ପହିଲାରୁ ‘କୋୱିନ୍‌ ଆପ୍’ରେ ୧୫ ରୁ ୧୮ ବର୍ଷିୟ କିଶୋରମାନେ ନିଜ ନାମ ପଞ୍ଜୀକରଣ କରିପାରିବେ ବୋଲି ଡାକ୍ତର ଆର୍‌. ଏସ୍‌. ଶର୍ମା କହିଛନ୍ତି। କୋଭିଡ ଟିକାକରଣ ପାଇଁ ଛାତ୍ରଛାତ୍ରୀମାନେ ନିଜର ପରିଚୟ ଦେଖାଇ ନାମ ପଞ୍ଜୀକରଣ କରିପାରିବେ। ୧୫ରୁ ୧୮ ବର୍ଷ ପର୍ଯ୍ୟନ୍ତ ବୟସ୍କ କିଶୋରଙ୍କୁ କେବଳ କୋଭାକ୍ସିନ ଦିଆଯିବ। କିଶୋରମାନେ ଟିକାକରଣ କେନ୍ଦ୍ରକୁଯାଇ କୋଭିଡ ଟିକା ନେଇପାରିବେ। ଅପରପକ୍ଷରେ ରାଜ୍ୟରେ ସ୍କୁଲ କଲେଜର ମଧ୍ୟ କୋଭିଡ ଟିକା ଦିଆଯିବା ପାଇଁ ବ୍ୟବସ୍ଥା କରାଯାଉଛି।
ସ୍ବାସ୍ଥ୍ୟକର୍ମୀ ଓ ବରିଷ୍ଠଙ୍କୁ ଟିକା ନେବାର ୯ ମାସ ପରେ ବୁଷ୍ଟର ଡୋଜ ମିଳିବ। ଉଭୟ ଡୋଜର ୯ ମାସ ବା ୩୯ ସପ୍ତାହ ପରେ ବୁଷ୍ଟର ଡୋଜ। ୬୦ବର୍ଷରୁ ଅଧିକ ବହୁବିଧ ରୋଗାକ୍ରାନ୍ତଙ୍କୁ ଦିଆଯିବ ବୁଷ୍ଟର ଡୋଜ। କେବଳ ଡାକ୍ତରଙ୍କ ପରାମର୍ଶ କ୍ରମେ ଦିଆଯାଇପାରିବ ବୁଷ୍ଟର ଡୋଜ। ବୁଷ୍ଟର ଡୋଜ ନେବା ପାଇଁ ସମୟ ଆସିଲେ ମେସେଜ ଜରିଆରେ ଜଣାଇ ଦିଆଯିବ ବୋଲି ସୂଚନା ଦିଆଯାଇଛି।

 

- Advertisement -

ଉଲ୍ଲେଖଯୋଗ୍ୟ, ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ ଯେ, ୨୦୨୨ ଜାନୁଆରି ୩ ତାରିଖରୁ ୧୫ ରୁ ୧୮ ବୟସବର୍ଗର ପିଲାମାନଙ୍କ ଟିକାକରଣ ଆରମ୍ଭ ହେବ। ଏହାଛଡ଼ା, ସ୍ବାସ୍ଥ୍ୟସେବା ଏବଂ କୋଭିଡ୍‌ ଆକ୍ରାନ୍ତଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସୁଥିବା କର୍ମୀମାନଙ୍କୁ ମଧ୍ୟ ବୁଷ୍ଟର୍‌ ଡୋଜ୍‌ ଦିଆଯିବ। ସେହିପରି, ଏକାଧିକ ରୋଗଗ୍ରସ୍ତ ୬୦ରୁ ଅଧିକ ବୟସ୍କ ଲୋକେ ମଧ୍ୟ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ୨୦୨୨ ଜାନୁଆରି ୧୦ ତାରିଖ ଠାରୁ ବୁଷ୍ଟର୍‌ଡୋଜ୍‌ ନେଇ ପାରିବେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories